Advertisment

ବିବାହ ପୂର୍ବରୁ ବର-କନ୍ୟା କରିବେ କରୋନା ଟେଷ୍ଟ୍‌

ବିବାହରେ ଯୋଗଦେବା ପୂର୍ବରୁ କରି ନିଅନ୍ତୁ କରୋନା ଟେଷ୍ଟ। ଆଜି କିଛି ଏଭଳି ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଅଦ୍ୟତନ ହୋଇଛି
ବିବାହ ପୂର୍ବରୁ ବର-କନ୍ୟା କରିବେ କରୋନା ଟେଷ୍ଟ୍‌

mrg-test

Advertisment

ଗଞ୍ଜାମ: ବିବାହରେ ଯୋଗଦେବା ପୂର୍ବରୁ କରି ନିଅନ୍ତୁ କରୋନା ଟେଷ୍ଟ। ଆଜି କିଛି ଏଭଳି ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ବିବାହ ପୂର୍ବରୁ ବର କନ୍ୟା ସମେତ ଉଭୟ ପକ୍ଷ ନିଜର କରୋନା ଟେଷ୍ଟ କରିବାକୁ ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ମହାମାରୀ ମଧ୍ୟରେ ୫୦ ଜଣ ସଦସ୍ୟଙ୍କୁ ନେଇ ବିବାହ ଆୟୋଜନ କରିବାକୁ ଅନୁମତି ରହିଛି। ଯଦି, ସମସ୍ତ ଅତିଥି ନିଜର ଟେଷ୍ଟ କରାଇନେବେ ତେବେ ସଂକ୍ରମଣ ଆଶଙ୍କା କମିଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ବିବାହ ପାଇଁ ଅନୁମତି ନେଲା ବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯିବ। ଯାହାକୁ ପାଳନ କରିବାକୁ ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ଯେଉଁଠି ବିବାହ କାର୍ଯ୍ୟକ୍ରମରେ କିପରି କରୋନା ସଂକ୍ରମଣକୁ ଏଡ଼ା ଯାଇ ପାରିବ ସେ ନେଇ ଗୁରୁତ୍ୱ ସହ ଆଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ