Advertisment

Countdown Begins: ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଅଢ଼େଇ ଲକ୍ଷ ଭୋଟର, ଦିନେ ପରେ ଭୋଟ୍ ଦେବ ନୂଆପଡ଼ା

ପ୍ରଚାର ସରିଛି। ମଙ୍ଗଳବାର ନୂଆପଡ଼ା ଭୋଟ୍। ଏନେଇ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ସାଜ ସରଞ୍ଜାମ ସହ କାଲି ସକାଳୁ ବୁଥ୍ ମୁହାଁ ହେବେ ପୋଲିଂ ପାର୍ଟି। ମାଓ ଅଧ୍ୟୁଷିତ ଦୁର୍ଗମ ସୁନାବେଡ଼ା ଅଞ୍ଚଳପାଇଁ ପୋଲିଂ ପାର୍ଟିଙ୍କ ପାଇଁ ବାୟୁସେନାର ସ୍ବତନ୍ତ୍ର ହେଲିକପଟର ବ୍ୟବସ୍ଥା କରାଯାଇଛି।

Nuapada Bypoll

Nuapada Bypoll Photograph: (OTV)

Advertisment

ପ୍ରଚାର ସରିଛି। ମଙ୍ଗଳବାର ନୂଆପଡ଼ା ଭୋଟ୍। ଏନେଇ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ସାଜ ସରଞ୍ଜାମ ସହ କାଲି ସକାଳୁ ବୁଥ୍ ମୁହାଁ ହେବେ ପୋଲିଂ ପାର୍ଟି। ମାଓ ଅଧ୍ୟୁଷିତ ଦୁର୍ଗମ ସୁନାବେଡ଼ା ଅଞ୍ଚଳପାଇଁ ପୋଲିଂ ପାର୍ଟିଙ୍କ ପାଇଁ ବାୟୁସେନାର ସ୍ବତନ୍ତ୍ର ହେଲିକପଟର ବ୍ୟବସ୍ଥା କରାଯାଇଛି। ମଇଦାନରେ ଥିବା ମୋଟ୍ 14 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ 2 ଲକ୍ଷ 53 ହଜାର 624 ଜଣ ଭୋଟର୍। ଏଥିପାଇଁ 358ଟି ବୁଥର ବ୍ୟବସ୍ଥା କରାଯାଇଛି।...

Advertisment

ମଝିରେ ମାତ୍ର ଦିନେ। ମଙ୍ଗଳବାର ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ସେଇଥିପାଇଁ ଜୋରଦାର ପ୍ରସ୍ତୁତି। ନୂଆପଡ଼ାର ନ୍ୟାସନାଲ କଲେଜ ପଡ଼ିଆ ଚଳଚଞ୍ଚଳ।...କାଲି ସକାଳୁ ଏଇଠୁ ଇଭିଏମ, ଭିଭିପାଟ୍ ଓ ଅନ୍ୟ ସାଜସରଞ୍ଜାମ ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ଟିମ୍। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଗାଡ଼ି ରିକ୍ୟୁଜିସନ୍ ସରିଯାଇଛି। 

ସେହିପରି କେଉଁ ଗାଡ଼ିରେ କିଏ କେଉଁ ବୁଥକୁ ଯିବେ, କେଉଁ ଟିମର ଡ୍ରାଇଭର କିଏ, ଏସବୁ ସୂଚନାକୁ ସୁବ୍ୟବସ୍ଥିତ କରିବାକୁ ମୋଟ୍ 37ଟି କାଉଣ୍ଟର ହୋଇଛି।...ନିର୍ବାଚନ ମଣ୍ଡଳୀରେ ଥିବା ମୋଟ୍ 358ଟି ବୁଥ୍ ଭିତରୁ 47ଟି ସମ୍ବେଦନଶୀଳ ଓ 8ଟିକୁ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ପ୍ରତି ପୋଲିଂ ପାର୍ଟି ସହ 5 ଜଣ ସରକାରୀ କର୍ମଚାରୀ ବୁଥକୁ ଯିବେ।... 

Advertisment

ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ 8ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି। ସୁନାବେଡ଼ାରୁ ଭୋଟଗ୍ରହଣ ସାରି ଫେରିବାକୁ ରାତି ହେବାର ସମ୍ଭାବନା ଥିବାରୁ ଗତକାଲି ରାତିରେ ଗୋତମା ଏୟାରଷ୍ଟ୍ରିପରେ ବାୟୁସେନା ହେଲିକପ୍ଟର ସଫଳ ପରୀକ୍ଷଣ ଅବତରଣ ବି କରାଯାଇଛି।...

ଉପନିର୍ବାଚନରେ ନୂଆ ବିଧାୟକ ବାଛିବେ ନୂଆପଡ଼ାର ମୋଟ୍ 2 ଲକ୍ଷ 53 ହଜାର 624 ଜଣ ଭୋଟର। ଯେଉଁଥିରେ ମହିଳାଙ୍କ ସଂଖ୍ୟା ସର୍ବାଧିକ 1 ଲକ୍ଷ 29 ହଜାର 495 ଓ ପୁରୁଷଙ୍କ ସଂଖ୍ୟା 1 ଲକ୍ଷ 24 ହଜାର108। କେବଳ ମାଓ ଅଧ୍ୟୁଷିତ ଓ ଦୁର୍ଗମ 47ଟି ବୁଥରେ ମତଦାନ 7ଟାରୁ ଆରମ୍ଭ ହୋଇ ଅପରାହ୍ଣ 4ଟାରେ ଶେଷ ହେବାକୁ ଥିବା ବେଳେ ବାକି ସବୁଠି ମତଦାନ ଅପରାହ୍ଣ 5ଟା ଯାଏଁ ଚାଲିବ। ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମସ୍ତ 358ଟି ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି। 

Advertisment

ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। 14 କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।...

ଉପନିର୍ବାଚନ ମୈଦାନରେ ଏଥର ମୋଟ 14 ପ୍ରାର୍ଥୀ ଥିବା ବେଳେ ଲଢ଼େଇ ହେଉଛି ମୁଖ୍ୟତଃ ବିଜେପି,ବିଜେଡି ଓ କଂଗ୍ରେସର 3 ପ୍ରାର୍ଥୀଙ୍କ ଭିତରେ। 11 ତାରିଖ ମତଦାନ ପରେ 14 ତାରିଖରେ ହେବ ଭୋଟ୍ ଗଣତି।... 

EVM nuapada bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ