Advertisment

Baragada Incident Sparks Political Debate: ବିଧାୟକଙ୍କ ପୁଅକୁ ଆକ୍ରମଣ ମାମଲା, ସନ୍ଦେହରେ ପୋଲିସ ଭୂମିକା

କଳା XUV କାର୍ ଓ ବିଧାୟକଙ୍କ ପୁଅକୁ ଆକ୍ରମଣ ଚର୍ଚ୍ଚା। ଉଠୁଛି ପଡୁଛି ବରଗଡ଼ ରାଜନୀତି, ସନ୍ଦେହରେ ପୋଲିସ ଭୂମିକା। ପୋଲିସ୍ ଉପସ୍ଥିତିରେ ଘଟଣା, ହେଲେ କାହିଁକି ଚୁପ୍ ? ଆକ୍ରମକାରୀଙ୍କ ଉପରେ ମାମଲା, କାରରେ କିଏ ଥିଲେ ଚୁପ୍।

Baragada Incident Sparks Political Debate

ବିଧାୟକଙ୍କ ପୁଅକୁ ଆକ୍ରମଣ ମାମଲା, ସନ୍ଦେହରେ ପୋଲିସ ଭୂମିକା Photograph: (OTV)

Advertisment

ବରଗଡ଼ ବରଡୋଲରେ କଳା ରଙ୍ଗର XUV କାର ଏବଂ ବିଧାୟକଙ୍କ ପୁଅକୁ ଆକ୍ରମଣ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ଜିଲ୍ଲା ରାଜନୀତି। ସନ୍ଦେହରେ ପୋଲିସର ଭୂମିକା। କାରଣ ୟା ଭିତରେ ଘଟଣାକୁ ନେଇ ପୋଲିସର ଏଫଆଇର ସାମ୍ନାକୁ ଆସିଛି। ଏ.ଏସ.ଆଇ ଚିନ୍ମୟ ରାହୁଲ, ଦେଇଛନ୍ତି ଏହି ଅଭିଯୋଗ। ଯାହାକୁ ଭିତ୍ତି କରି, ବରଡୋଲ ଗାଁର ୨୫ ଜଣଙ୍କ ନାଁରେ ଓ ୨୦ ଜଣ ଅଜଣା ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ବରଗଡ ପୋଲିସ । କିନ୍ତୁ କାର ଭିତରେ କିଏ ଥିଲେ ? କୋଉମାନେ ଆକ୍ରମଣ ଶିକାର ହୋଇଥିଲେ? ସେମାନଙ୍କୁ ପୋଲିସ ଉଦ୍ଧାର କରିଥିଲେ ବି, ତାଙ୍କର କୌଣସି ନାଁ କି ପରିଚୟ ଦେଉନାହିଁ। 

Advertisment

ଏପରିକି କଳା-ରଂଗର କାରକୁ ନେଇ, ଅଭିଯୋଗରେ ଉଲ୍ଲେଖ କରାଯାଇଥିଲେ ବି ଏସ୍.ଡି.ପି. ଓ କହିଥିଲେ, ଏନେଇ କୌଣସି ଅଭିଯୋଗ ଆମ ପାଖରେ ନାହିଁ। ସେପଟେ କାର୍ ରେ ବିଧାୟକଙ୍କ ପୁଅ ଥିବା ନେଇ ବିଭିନ୍ନ ସୋସିଆଲ୍ ମିଡିଆରେ ଚର୍ଚ୍ଚା ପରେ କାଲି ଗଣମାଧ୍ୟମ ଆଗରେ ସ୍ଥାନୀୟ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ କହିଥିଲେ ତାଙ୍କ ପୁଅ ତାଙ୍କ ସହ ହିଁ ଅଛି। ବିଭିନ୍ନ ଅଞ୍ଚଳ ବୁଲୁଛି। ଜାଣିଶୁଣି ଏଭଳି ଅପପ୍ରଚାର କରାଯାଉଛି। ଘଟଣା ଘଟିଥିବା ଗ୍ରାମବାସୀଙ୍କ ସହ ସେ ଏନେଇ ଆଲୋଚନା ବି କରିଛନ୍ତି ବୋଲି କହିଥିଲେ ବିଧାୟକ।

ଗତ ସୋମବାର ଦିନ ସନ୍ଧ୍ୟାରେ ବରଗଡର ବରଡୋଲରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା l ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା l ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାରେ ହମ୍ପସ ତିଆରି ଦାବିରେ ରାସ୍ତାରୋକ କରିଥିଲେ l ଆଉ ଏହି ସମୟରେ ଏକ XUV ଯିବା ପାଇଁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ ଗାଡ଼ିକୁ ଭଙ୍ଗା ରୁଜା କରିଥିଲେ l କାରରେ ଥିବା କିଛି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ଭିଡିଓ ବି ଭାଇରାଲ ହୋଇଛି l ତେବେ ସେ ଗାଡ଼ିରେ କିଏ କିଏ ଥିଲେ ତାହା ପୋଲିସ୍ ଏପର୍ଯ୍ୟନ୍ତ ସ୍ପଷ୍ଟ କରୁନଥିବାରୁ ସନ୍ଦେହ ବଢ଼ିଛି।

Advertisment

  • କଳା XUV କାର୍ ଓ ବିଧାୟକଙ୍କ ପୁଅକୁ ଆକ୍ରମଣ ଚର୍ଚ୍ଚା
  • ଉଠୁଛି ପଡୁଛି ବରଗଡ଼ ରାଜନୀତି, ସନ୍ଦେହରେ ପୋଲିସ ଭୂମିକା
  • ପୋଲିସ୍ ଉପସ୍ଥିତିରେ ଘଟଣା, ହେଲେ କାହିଁକି ଚୁପ୍ ?
  • ଆକ୍ରମକାରୀଙ୍କ ଉପରେ ମାମଲା, କାରରେ କିଏ ଥିଲେ ଚୁପ୍
  • ଏଏସ୍ଆଇ ଚିନ୍ମୟ ରାଉଲଙ୍କ ଅଭିଯୋଗ ଭିତ୍ତିରେ ମାମଲା
  • ବରଡୋଲ ଗାଁର ୨୫ ଜଣ ଓ ୨୦ ଜଣ ଅଜଣା ଲୋକଙ୍କ ନାଁରେ ମାମଲା
  • କାର ଭିତରେ କିଏ ଥିଲେ, ନିରବ ପୋଲିସ
  • ସେମାନଙ୍କୁ ଉଦ୍ଧାର କରିବା ସତ୍ତ୍ବେ କାହିଁକି ପରିଚୟ ଦେଉନି ପୋଲିସ୍ ?
  • ପୁଅଙ୍କୁ ଆକ୍ରମଣ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଧାୟକ ଅଶ୍ବିନୀ
Odisha Crime Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ