କାହିଁକି ଥଇଥାନ ଯୋଜନାରେ ଚାକିରି ମିଳିବାରେ ବିଳମ୍ବ Photograph: (OTV)
ଥଇଥାନ ଯୋଜନାରେ ଚାକିରି ମିଳିବାରେ ବିଳମ୍ବ ହେବାରୁ ବାଙ୍କୀରେ ଯୁବକ ଆତ୍ମାହୁତି ଦେଲେ। ତେବେ ଏଥିପାଇଁ ଦାୟୀ କିଏ। ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ପ୍ରକୃତରେ ଯଦି ରାଜ୍ୟରେ ଥଇଥାନ ଯୋଜନାରେ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଛି, ତାହେଲେ କାହିଁକି ହେଉଛି ବିଳମ୍ବ। ବର୍ଷ ବର୍ଷ ଧରି ଚାକିରିଟିଏ ପାଇଁ ଅପେକ୍ଷା କରିଛନ୍ତି ୫ ଶହରୁ ଉର୍ଦ୍ଧ୍ୱ ପରିବାର। ଭଗବାନ କରନ୍ତୁ ଆଉ ବାଙ୍କୀ ପରି ଘଟଣା ନଘଟୁ। ଚାକିରି ପାଇଁ ଆଉ କେହି ଜୀବନ ନ ହାରନ୍ତୁ। ...
କାହିଁକି ଥଇଥାନ ଯୋଜନାରେ ଚାକିରି ଦେବାକୁ ବିତି ଯାଉଛି ବର୍ଷ ପରେ ବର୍ଷ ? ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ପରିବାର। କାହିଁକି ଚାକିରି ଦେବାରେ ବିଳମ୍ବ କରୁଛନ୍ତି ସରକାର ? ବାଙ୍କୀ ଯୁବକଙ୍କ ଆତ୍ମାହୂତି ପାଇଁ କିଏ ଦାୟୀ ? ଆତ୍ମଦାହ କରିଥିବା ଚାକିରି ଆଶାୟୀ ଅମୀୟଙ୍କ ପରି ବି ଇଏ ଜଣେ ଆଶାୟୀ ରାଜେଶ ବେହେରା। ଘର କଟକ ନିଆଳି। ବାପା ପିସିସିଏଫ ଅଫିସରେ ପିଅନ ଥିଲେ।
୨୦୨୧ ମସିହାରେ ହୃଦଘାତରେ ମୃତ୍ୟୁ ପରେ ୫ ବର୍ଷ ହେଲା ଚାକିରି ଖଣ୍ଡେ ପାଇଁ ଦୌଡୁଛନ୍ତି, ହେଲେ କେହି ଶୁଣୁନାହାନ୍ତି। ଘରେ ମା ଆଉ ଜେଜେ ମା। ତାଙ୍କ ଭଳି ଜଟଣୀର ଦେବାଶିଷ ବେହେରା। ଦେବାଶିଷଙ୍କ ବାପା ବି ଏମଏସଏମଇ ବିଭାଗରେ କରିଥିଲେ ପିଅନ ଚାକିରି। ଥଇଥାନ ଯୋଜନାରେ ନିଯୁକ୍ତି ପାଇଁ ୨୦୨୩ ମସିହାରୁ ସେ ବି ଦୌଡି ଦୌଡି ନିରାଶ ହେଲେଣି। ଆଉ ଆଶ୍ଚର୍ଯ୍ୟର କଥା ହେଲା ଯେ, କୋଭିଡ ବେଳେ ଡ୍ୟୁଟି କରି ପ୍ରାଣ ହରାଇଥିବା ସରକାରୀ ଚାକିରିଆଙ୍କ ପରିବାରର ବି ନିଯୁକ୍ତିକୁ ଅପେକ୍ଷା କରିଛନ୍ତି।
ଥଇଥାନ ଯୋଜନାରେ ଚାକିରି ଦେବାରେ ବିଜେଡି ସରକାରର ଏକ ନିଷ୍ପତ୍ତି ବଡ଼ ବାଧକ ସାଜିଥିଲା। ୧୯୯୯ ମସିହାର ଥଇଥାନ ଯୋଜନା ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଜଣଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଚାକିରି ମିଳିବ। କିନ୍ତୁ ୨୦୨୦ ମସିହା ଫେବୃଆରୀ ୧୭ରେ ତତ୍କାଳୀନ ବିଜେଡି ସରକାର ଏଥିରେ ସଂଶୋଧନ କରି ଯୋଗ୍ୟତା ବଦଳରେ ଏକ ମାର୍କିଂ ସିଷ୍ଟମ ଜରିଆରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଦ୍ୱାରା ଅନେକ ପରିବାର ଚାକିରି ପାଇବା ସୁବିଧାରୁ ବଞ୍ଚିତ ହେବା ସହ ଆଇନର ଆଶ୍ରୟ ନେଇଥିଲେ।
ନୂଆ ବିଜେପି ସରକାର ଆସିବା ପରେ ୨୦୨୫ ମସିହା ଏପ୍ରିଲ ୪ରେ ସଂଶୋଧିତ ଆଇନ ଆଣିଥିଲେ। ଫଳରେ ୧୯୯୦ ମସିହାରୁ ଫେବୃଆରୀ ୧୭, ୨୦୨୦ ଯାଏଁ ଅପେକ୍ଷା କରିଥିବା ଆଶାୟୀଙ୍କୁ ଯୋଗ୍ୟତା ଭିତ୍ତିରେ ଚାକିରି ଦିଆଗଲା। କିନ୍ତୁ ୨୦୨୦ରୁ ୨୦୨୫ ଭିତରେ ମୃତ୍ୟୁ ହୋଇଥିବା ସରକାରୀ କର୍ମଚାରୀଙ୍କ ପରିବାର ଏଥିରୁ ବଞ୍ଚିତ ହେଲେ। ରାଜସ୍ୱ ମନ୍ତ୍ରୀ କହିଛନ୍ତି ଆମ ସରକାର ସେମାନଙ୍କ କଥା ବିଚାର କରୁଛନ୍ତି। ଏନେଇ ଏକ ମୋଡାଲିଟି ପ୍ରସ୍ତୁତ କରୁଛି ସାଧାରଣ ପ୍ରଶାସନ ବିଭାଗ।
୨୦୨୦ରୁ ୨୦୨୫ ମଧ୍ୟରେ ପାଖାପାଖି ୫୦୦ ଉର୍ଦ୍ଧ୍ୱ ପରିବାର ଚାକିରୀ ଅପେକ୍ଷାରେ ରହିଛନ୍ତି। ସରକାର କେବେ ସେମାନଙ୍କ କଥା ଶୁଣୁଛନ୍ତି ତା’ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/banki-youth-suicide-over-job-delay-2026-02-10-20-04-09.jpg)