Advertisment

ବେପାର ନାହିଁ, ଚିନ୍ତାରେ ବାଉଁଶ କାରିଗର

ବାଉଁଶରୁ ତିଆରି ସାମଗ୍ରୀର ଘରେ ରହିଛି ବେଶ ଚାହିଦା। କାହିଁ କେତେ ବର୍ଷରୁ ବାଉଁଶ ସାମଗ୍ରୀ ଘରେ ବ୍ୟବହାର ହେଉଛି। ହେଲେ ପ୍ରୋତ୍ସାହନ କମିବା ସହ ସରକାରୀ ବ୍ୟବସ୍ଥାର ଅଣ ଦେଖା ଏବେ ବାଉଁଶ କାରିଗରଙ୍କୁ କୌଳିକ ବୃତ୍ତି ଛାଡ଼ିବାକୁ ବାଧ୍ୟ କରୁଛି।

ବେପାର ନାହିଁ, ଚିନ୍ତାରେ ବାଉଁଶ କାରିଗର

bamboo

Advertisment
  • ବାଉଁଶ କାରିଗରଙ୍କ ବଢ଼ୁଛି ଦୁଃଖ
  • ଚାହିଦା କମିବା ପରେ ବିକ୍ରି ହୋଇପାରୁନି ସାମଗ୍ରୀ
  • କରୋନା କଟକଣା ବଢ଼ାଇଲା କଷ୍ଟ
  • ପରିବାର ଚଲାଇ ନପାରି ଅନ୍ୟ ରାଜ୍ୟ ମୁହାଁ କାରିଗର
Advertisment

ଗଞ୍ଜାମ: ବାଉଁଶରୁ ତିଆରି ସାମଗ୍ରୀର ଘରେ ରହିଛି ବେଶ ଚାହିଦା। କାହିଁ କେତେ ବର୍ଷରୁ ବାଉଁଶ ସାମଗ୍ରୀ ଘରେ ବ୍ୟବହାର ହେଉଛି। ହେଲେ ପ୍ରୋତ୍ସାହନ କମିବା ସହ ସରକାରୀ ବ୍ୟବସ୍ଥାର ଅଣ ଦେଖା ଏବେ ବାଉଁଶ କାରିଗରଙ୍କୁ କୌଳିକ ବୃତ୍ତି ଛାଡ଼ିବାକୁ ବାଧ୍ୟ କରୁଛି। ବାଉଁଶ ଅଭାବ ଓ ତିଆରି ପରେ ସାମଗ୍ରୀ ବିକ୍ରି ନହେଇପାରବା ଏବେ କାରିଗରଙ୍କ ସମସ୍ୟା ବଢ଼ାଇଛି। ଏବେ ଘର କେମିତି ଚାଲିବ ତାକୁ ନେଇ ଚିନ୍ତାରେ କାରିଗର।

ବାଉଁଶରୁ ତିଆରି ହେଉଛି ସୁନ୍ଦର ଘର ଉପକରଣ। କୁଲା, ତାଟ, ଡାଲା ସମେତ ଆହୁରି କେତେ କଣ। ଯାହା ସବୁ ଅଳ୍ପ ବହୁତ ଘର କାମରେ ବ୍ୟବହାର ହୁଏ ସେସବୁ କାହିଁ କେତେ ବର୍ଷରୁ ଏପରି ବାଉଁଶରେ ତିଆରି ହେଉଛି। ବାଉଁଶ ତିଆରୀ ସାମଗ୍ରୀ ବେଶ ମଜବୁତ ଓ ଦୀର୍ଘ ସ୍ଥାୟୀ ମଧ୍ୟ। ସେଥିପାଇଁ ଏହାର ରହିଛି କିଛି ସ୍ୱତନ୍ତ୍ର ଚାହିଦା। ହେଲେ ଏହି ସୁନ୍ଦରିଆ ବାଉଁଶ ସାମଗ୍ରୀ ନିର୍ମାଣ କରୁଥିବା ଲୋକଙ୍କ ଘରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଝାଟିମାଟି ଘରେ ରହନ୍ତି, ପାଖ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସାମଗ୍ରୀ ନିର୍ମାଣ କରୁଛନ୍ତି କାରିଗର।

Advertisment

ତେବେ ଚାହିଦା କମିଥିବାରୁ ଏବେ ବିକ୍ରି ହେଇ ପାରୁନି ଏସବୁ। ଫଳରେ ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ଗଂଜାମ ଭଞ୍ଜନଗର ବାଉଁଶକଟା ଗାଁର ୨୫ରୁ ଅଧିକ ପରିବାର। କୁଳ ବେଉସା କହିଲେ ଏହି ବାଉଁଶରୁ ବିଭିନ୍ନ ଉପକରଣ ନିର୍ମାଣ କରିବା। ବହୁ ବର୍ଷ ଧରି ଏହି କାମ କରୁଥିବାରୁ ଗାଁର ନା ବି ବାଉଁଶ ନାରେ ନାମିତ ହୋଇଛି। ହେଲେ ଏହି ବୃତ୍ତିରୁ ଏବେ ପରିବାର ଚଲାଇବା କଷ୍ଟକର ହୋଇପଡ଼ିଛି।

ଜଙ୍ଗଲରେ ବାଉଁଶ ଗଛର ଅଭାବ, ବନ ବିଭାଗର କଟକଣା ଓ ତାସାଙ୍ଗକୁ ବଢ଼ୁଥିବା ଦରଦାମ କାରିଗରଙ୍କ ଚିନ୍ତା ବଢ଼ାଇଛି। ତାସାଙ୍ଗକୁ ଏବେ କରୋନା କଟକଣା କର୍ଷଣ। ସାମଗ୍ରୀ ନିର୍ମାଣ ପରେ ଏହାକୁ ବଜାରରେ ବିକ୍ରି କରାଯାଇ ପାରୁନି। ପରିସ୍ଥିତି ଏପରି ହୋଇଛି କି ଗାଁର କିଛି ଲୋକେ ଉପାୟଶୂନ୍ୟ ହୋଇ ଅନ୍ୟ ରାଜ୍ୟରେ ମଜୁରୀ ଲାଗିବାକୁ ଯାଇଛନ୍ତିି। ଯଦି, କାରିଗରଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ଓ ବାଉଁଶ ସାମଗ୍ରୀକୁ ବଜାରକୁ ପହଞ୍ଚାଇବା ବ୍ୟବସ୍ଥା ହୋଇପାରନ୍ତା ତେବେ ହଜିବାକୁ ବସିଥିବା ଏହି କୁଟୀର ଶିଳ୍ପକୁ ବଞ୍ଚା ଯାଇପାରନ୍ତା। ଗଞ୍ଜାମ ଜିଲ୍ଲାରୁ ପ୍ରତିବର୍ଷ ବାହାର ରାଜ୍ୟକୁ କର୍ମ ସଂସ୍ଥାନ ସନ୍ଧାନରେ ଯାଆନ୍ତି ହଜାର ହଜାର ଲୋକ। ତେବେ ଜିଲ୍ଲାର କୁଟୀର ଶିଳ୍ପକୁ ଯଦି, ବଞ୍ଚାଇ ରଖାନଯାଏ ତେବେ ଏହି ସଂଖ୍ୟା ଆହୁରୀ ବଢ଼ିପାରେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ