Advertisment

Youth Returns Found Cash: ରାସ୍ତାରୁ ପାଇଲେ ପୁଳା ପୁଳା ଟଙ୍କା; ଲୋଭ ହେଲା ନାହିଁ, ଫେରାଇଦେଲେ

ରାସ୍ତାରୁ ପାଇଲେ ପୁଳା ପୁଳା ଟଙ୍କା। ଟିକିଏ ବି ଲୋଭ ହେଲା ନାହିଁ। ଟଙ୍କା ଫେରାଇବା ପାଇଁ ପ୍ରଥମେ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଲେ। ଶେଷରେ ପାଇଥିବା ଟଙ୍କାକୁ ଏସ୍‌ପିଙ୍କୁ ଦେଇ ଉତ୍ତମ ମଣିଷର ପରିଚୟ ଦେଲେ ଯୁବକ।

Youth Returns Found Cash

ରାସ୍ତାରୁ ପାଇଲେ ପୁଳା ପୁଳା ଟଙ୍କା; ଲୋଭ ହେଲା ନାହିଁ Photograph: (OTV)

Advertisment

ରାସ୍ତାରୁ ପାଇଲେ ପୁଳା ପୁଳା ଟଙ୍କା। ଟିକିଏ ବି ଲୋଭ ହେଲା ନାହିଁ। ଟଙ୍କା ଫେରାଇବା ପାଇଁ ପ୍ରଥମେ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଲେ। ଶେଷରେ ପାଇଥିବା ଟଙ୍କାକୁ ଏସ୍‌ପିଙ୍କୁ ଦେଇ ଉତ୍ତମ ମଣିଷର ପରିଚୟ ଦେଲେ ଯୁବକ।

Advertisment

ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା, ସିମୁଳିଆ ଥାନା ଅନ୍ତର୍ଗତ ପରମେଶ୍ୱରପୁର ଗାଁର ଯୁବକ ଅକ୍ଷୟ ସେଠୀ ଗତ ଜାନୁୟାରୀ ୨ ତାରିଖ ଦିନ ନିଜ ପୁଅକୁ ଭଦ୍ରକ ରେଳ ଷ୍ଟେସନକୁ ଛାଡିବାକୁ ଆସିଥିଲେ। ଏହି ସମୟରେ ସେ ରାସ୍ତାରେ ୨୦ ହଜାର, ଦୁଇଶହ ଟଙ୍କା ପାଇଥିଲେ। ପରେ ଅକ୍ଷୟ ସ୍ଥାନୀୟ ଅଟୋ ମାଲିକଙ୍କୁ ଟଙ୍କା ପାଇଥିବା କଥା କହିବା ପରେ ନିଜ ନମ୍ବର ଦେଇ ଆସିଥିଲେ ଅଟୋ ମାଲିକଙ୍କୁ। ଯଦି ହଜିଥିବା ଲୋକ ଆସେ ଯୋଗାଯୋଗ କରିବାକୁ କହିଥିଲେ।  

ଏପରିକି ନିଜ ବନ୍ଧୁଙ୍କ ସାହାଯ୍ୟରେ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଲେ। ଏଥିରେ କିଛି ଅପରିଚିତ ଫୋନ କଲ ଆସିବା ପରେ ତାଙ୍କୁ ସନ୍ଦେହ ହେଇଥିଲା। ଶେଷରେ ଭଦ୍ରକ ଏସପି ମନୋଜ ରାଉତଙ୍କୁ ଅକ୍ଷୟ ପାଇଥିବା ସମସ୍ତ ଟଙ୍କା ଦେଇ ମାନବିକତାର ପରିଚୟ ଦେଖାଇଛନ୍ତି। ଆଜିର ସମାଜରେ ଅକ୍ଷୟଙ୍କ ଏଭଳି କାର୍ଯ୍ୟକୁ ଏସ୍‌ପି ପ୍ରଶଂସା କରିଥିବା ବେଳେ ହଜିଥିବା ବ୍ୟକ୍ତି ନିଜର ଉଚିତ ପ୍ରମାଣ ଦେଖାଇ ଟଙ୍କା ନେଇଯିବାକୁ କହିଛନ୍ତି ଭଦ୍ରକ ଏସପି ମନୋଜ ରାଉତ।

Advertisment
Humanity Odisha Inspiring Stories Odisha Human Interest Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ