Advertisment

ସାବଧାନ ! ଆସୁଛି ବାତ୍ୟା ତଉକ୍‌ତେ

ମହାମାରୀ ବେଳେ ପୁଣି ସ୍ଥଳ ଭାବକୁ ମାଡ଼ି ଆସୁଛି କି ବାତ୍ୟା? ଚଳିତ ବର୍ଷର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଦେଶବାସୀ। ଆସନ୍ତା ୧୬ ତାରିଖରେ ଆରବ ସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯାହାକୁ ନେଇ ଚିନ୍ତା ବଢିଯାଇଛି

ସାବଧାନ ! ଆସୁଛି ବାତ୍ୟା ତଉକ୍‌ତେ

cyclone

Advertisment

ନୂଆଦିଲ୍ଲୀ: ମହାମାରୀ ବେଳେ ପୁଣି ସ୍ଥଳ ଭାବକୁ ମାଡ଼ି ଆସୁଛି କି ବାତ୍ୟା? ଚଳିତ ବର୍ଷର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଦେଶବାସୀ। ଆସନ୍ତା ୧୬ ତାରିଖରେ ଆରବ ସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯାହାକୁ ନେଇ ଚିନ୍ତା ବଢିଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ,  ଆସନ୍ତା ୧୪ ତାରିଖରେ ଦକ୍ଷିଣପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ୧୪ ତାରିଖ ସକାଳେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ପରେ ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ସହ ସମାନ୍ତରାଳ ଭାବେ ଏହା ଗତି କରିବାର ସମ୍ଭାବନା ରହିଛି। ପରେ  ଏହି ଲଘୁଚାପ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଅବପାତ ଓ ଏହା ପରେ ଗଭୀର ଅବପାତର ରୂପ ନେବ। ୧୬ ତାରିଖ ସକାଳ ସୁଦ୍ଧା ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତା’ହେଲେ ଏହାର ନାଁ ତଉକ୍‌ତେ ରଖାଯିବ। ତେବେ ଆସିବାକୁ ଥିବାର ବାତ୍ୟା ନାଁରେ ଚଳିତ ଥର ମିଆଁମାର ଦେଇଛି।

ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ମେ’ ୧୩ରୁ ୧୫ ଯାଏ ଏଠାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାବାଦ କେରଳ, ତାମିଲନାଡୁ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସହ ପବନର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷାକୁ ଦୃଷ୍ଟିରେ ରଖି ମେ’ ୧୩ ତାରିଖରେ ଲାକ୍ଷାଦ୍ୱୀପ ପାଇଁ ୟେଲୋ ଓ ୧୪ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ତେବେ ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ମଧ୍ୟ ପୁରିଛି ୨ ବର୍ଷ। ବାତ୍ୟାରେ ଶହେରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ସର୍ବାଧିକ ପୁରୀ ଜିଲ୍ଲାରେ ତାଣ୍ଡବଲୀଳା ରଚିଥିଲା ଫୋନି ବାତ୍ୟା। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଗଂଜାମ, ବାଲେଶ୍ୱର, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି ସବୁଠାରେ ପଡ଼ିଥିଲା ହାହାକାର। କିଏ ଜୀବନ ବଂଚାଇବାକୁ ଦୋକାନ ତଳେ ଆଶ୍ରୟ ନେଇ ଜୀବନ ହାରିଥିଲା ତ ଆଉ କିଏ ଡଙ୍ଗା ଉଦ୍ଧାର କରିବାକୁ ଯାଇ ଚିଲିକାକୁ ବୁଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲା। ଆଉ ପୁଣି ବାତ୍ୟାର ଖବର ଆସିବା ପରେ ଆତଙ୍କିତ ହେଉଛନ୍ତି ଲୋକେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ