Advertisment

Attack on BDO: ଠିକା ବିବାଦରୁ ହିଂସା… ବ୍ଲକ୍ କାର୍ଯ୍ୟାଳୟ ଅସୁରକ୍ଷିତ

ବ୍ଲକ୍ କାର୍ଯ୍ୟାଳୟ ଭିତରେ ପଶିଲେ, ଜିନିଷପତ୍ର ଫୋପଡ଼ା କଚଡା କରିବା ସହ ବିଡିଓଙ୍କୁ ଆକ୍ରମଣ କଲେ। ତେବେ ଠିକା କାମକୁ ନେଇ କିଛି ଲୋକ ଏଭଳି କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ରାଜନଗର ବ୍ଲକରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପ୍ରତିବାଦରେ ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Attack on BEO

ଠିକା ବିବାଦରୁ ହିଂସା… ବ୍ଲକ୍ କାର୍ଯ୍ୟାଳୟ ଅସୁରକ୍ଷିତ Photograph: (OTV)

Advertisment

ବ୍ଲକ୍ କାର୍ଯ୍ୟାଳୟ ଭିତରେ ପଶିଲେ, ଜିନିଷପତ୍ର ଫୋପଡ଼ା କଚଡା କରିବା ସହ ବିଡିଓଙ୍କୁ ଆକ୍ରମଣ କଲେ। ତେବେ ଠିକା କାମକୁ ନେଇ କିଛି ଲୋକ ଏଭଳି କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ରାଜନଗର ବ୍ଲକରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପ୍ରତିବାଦରେ ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। 

Advertisment

କେନ୍ଦ୍ରାପଡା ରାଜନଗର ବ୍ଲକ କାର୍ଯ୍ୟାଳୟରେ କିଛି ଦୁର୍ବୁତ୍ତ ପଶି ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଧମକଚମକ  ଦେବା ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ଲାପଟପ ଉଠାଇ କଚାଡି ଦେଇଥିବା ଦେଖିବାକୁ ମିଳିଛି। ଏହି ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଜଣେ ସ୍ଥାନୀୟ ନେତା ଓ ତାଙ୍କର ୫୦ରୁ ଅଧିକ ସମର୍ଥକ ଏହି କାଣ୍ଡ ଭିଆଇ ଘଟଣାସ୍ଥଳରୁ ପଳାଇଥିବା ଜଣାପଡିଛି।  କୌଣସି ଠିକା କାମକୁ ନେଇ ପୂର୍ବରୁ ଥିବା ବିବାଦର ଏହା ଆକ୍ରୋଶ ବୋଲି ଅନୁମାନ କରାଯାଉଛି। ସୂଚନା ମୁତାବକ ବିଡିଓଙ୍କୁ କୌଣସି ଠିକା କାମର ବିଲ୍ ପାସ୍ କରାଇବା ପାଇଁ ଅସାମାଜିକ ଗୋଷ୍ଠୀ ଚାପ ପକାଇଥିଲେ। ସେମାନଙ୍କ କଥା ଅମାନ୍ୟ କରିବାରୁ ସେମାନେ ସଂଘବଦ୍ଧ ଭାବେ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। 

Advertisment

ତେବେ ଏହି ଘଟଣାର ପ୍ରତିବାଦ କରିଛନ୍ତି ରାଜନଗର ବ୍ଲକ୍ ଅଧ୍ୟକ୍ଷା ପ୍ରତିଭା ପାତ୍ର। ଏହା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଲକ୍ ଚେୟାରମ୍ୟାନ୍, ପଂଚାୟତ ପ୍ରତିନିଧି ମାନେ ଦାବି କରିଛନ୍ତି।
ବ୍ଲକ୍ ପରିସରରେ ଘଟିଥିବା ଏହି ଅଘଟଣ ପ୍ରତିବାଦରେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓଲାଇଛନ୍ତି। ବ୍ଲକ୍ ଅଧ୍ୟକ୍ଷା ପ୍ରତିଭା ପାତ୍ର ତାଙ୍କ ସମର୍ଥକମାନଙ୍କ ସହିତ ପ୍ରଥମେ ବ୍ଲକ୍ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ    ସେମାନେ ହଂସୁଆ ସେତୁ ଉପରେ ପହଂଚି ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଥିଲେ।

ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଅନ୍ୟପକ୍ଷରେ ବିଡିଓଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ବେଳେ ବିଡିଓ ତିଳୋତ୍ତମା ପୃଷ୍ଟି କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଏନେଇ ତଦନ୍ତ କରାଯାଇ କାର୍ଯାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। 

Advertisment
Kendrapada Rajanagar BDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ