ASSEMBLY Photograph: (OTV)
ସରଗରମ ହେବ ବିଧାନସଭା ବଜେଟ ଅଧିବେଶନ
ମାଳ ମାଳ ପ୍ରସଙ୍ଗ ଧରି ସରକାରକୁୁ ଘେରିବାକୁ ପ୍ରସ୍ତୁତ ବିରୋଧୀ
କାଉଣ୍ଟର ପାଇଁ ଶାସକ ଦଳ ବି ପ୍ରସ୍ତୁତ କରିଛି ରଣନୀତି
ଧାନମଣ୍ଡିଠୁ ଆରମ୍ଭ କରି PUCC, ନାରୀ ନିର୍ଯାତନା ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ବିଜେଡି ଓ କଂଗ୍ରେସ ଏହାକୁ ମୁଖ୍ୟ ମୁଦ୍ଦା କରିବେ। ଏହାସହ କେନ୍ଦ୍ର ବଜେଟ ଓ ରାଜ୍ୟ ବଜେଟରୁ ଦୋଷ ଦୁର୍ବଳତା କାଢ଼ି ସରକାରଙ୍କୁ ଘେରିବେ। ବିଜେଡି କହିଛି ଧାନ ମଣ୍ଡିରେ ଚାଷୀ ନିର୍ଯାତିତ ହେଉଛନ୍ତି । କଟନ୍ ଛଟନି ନାଁରେ ଚାଷୀଙ୍କୁ ଶୋଷଣ କରାଯାଉଛି।
ସେପଟେ ମହାନଦୀ ପ୍ରସଙ୍ଗ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉନି। କୋଟିଆ, ପୋଲାଭରମ ଠାରୁ ଆଇନଶୃଙ୍ଖଳା ପର୍ଯ୍ୟନ୍ତ ଅନେକ ସମସ୍ୟା ନେଇ ଏଥର ବିଧାନସଭା ସରଗରମ ହେବ। ସେହିପରି କଂଗ୍ରେସ କହିଛି ଚାଷୀ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ। ସେପଟେ ବିରୋଧୀ ଦଳକୁ ମୁକାବିଲା କରିବାକୁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାକୁ ମିଳୁଥିବା ଫାଇଦା ନେଇ ବିରୋଧୀଙ୍କୁ କାଉଣ୍ଟର କରିବ ଶାସକ ଦଳ।
ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢୀ। ଆସନ୍ତା ୧୬ ତାରିଖ ଦିନ ସାଢେ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। କିନ୍ତୁ ଏହାସତ୍ବେ ବି ବିଧାନସଭାରେ ଝଡ଼ ଦେଖିବାକୁ ମିଳିପାରେ।
ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା ଅନେକ ପ୍ରସଙ୍ଗରେ ସରକାରୀ ଦଳ ବ୍ୟାକଫୁଟକୁ ଯାଇଛି। ବିଶେଷ କରି ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ସଂଶୋଧନ ଆଣିପାରନ୍ତି ସରକାର। ଯାହାକୁ ମୁଖ୍ୟ ଅସ୍ତ୍ର କରି ଘେରିପାରନ୍ତି ବିରୋଧୀ।
ଆସନ୍ତା ୨୦ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ସେହିପରି ରାଜ୍ୟସଭା ନିର୍ବାଚନ ପାଇଁ ଦେଖିବାକୁ ମିଳିପାରେ ହାଇଡ୍ରାମା। ତେବେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଭୂମିକା କଣ ରହିବ, ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/15/assembly-2026-02-15-20-32-43.jpg)