assembly2
ଭୁବନେଶ୍ୱର : ଗୃହକୁ ଅାସନ୍ତାକାଲି ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ। ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକମାନ।
SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସର ପ୍ରତିବାଦ କରି ନାରାବାଜି କରିଥିଲେ। ସେପଟେ ଢେଙ୍କାନାଳ ଗଛକଟା, ସଚିବାଳୟରେ ସିବିଅାଇ ପଶିବା ପ୍ରସଙ୍ଗରେ ହୋହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ ମାନେ। ଗୃହର ମଧ୍ୟଭାଗକୁ ଚାଲି ଅାସି ସେମାନେ ପାଟିତୁଣ୍ଡ କରିଥିଲେ। ବିଜେପି ସଦସ୍ୟମାନେ ମଧ୍ୟ ସିବିଅାଇ ଡର କଥା ଉଠାଇ ଗୃହରେ ଗର୍ଜିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/assembly2_1626416405.jpg)