Advertisment

Armed Robbers Loot Gold Worth Over 5 Crore: ବନ୍ଧୁକ ମୁନରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରୁ ଡକାୟତ, ଲୁଟି ନେଲେ ୫କୋଟିରୁ ଅଧିକ

ବଡ଼ବିଲରେ ବଡ଼ ଧରଣର ବ୍ୟାଙ୍କ୍ ଲୁଟ୍। ବନ୍ଧୁକ ମୁନରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରୁ ଡକାୟତ ଲୁଟି ନେଲେ ୫କୋଟିରୁ ଅଧିକ ମୂଲ୍ୟର ଗହଣା ଓ ପ୍ରାୟ ୮ଲକ୍ଷ ନଗଦ ଟଙ୍କା। ଏହି ଘଟଣା ସାରା କେନ୍ଦୁଝର ଜିଲ୍ଲାରେ ଖେଳାଇଛି ଚାଞ୍ଚଲ୍ୟ

Youth Dies Falling From Temple

ବନ୍ଧୁକ ମୁନରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରୁ ଡକାୟତ Photograph: (OTV)

Advertisment

ପୁଣି ମାତିଲେ ବ୍ୟାଙ୍କ୍ ଲୁଟେରା। ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଲୁଟି ନେଲେ ୫କୋଟିରୁ ଅଧିକ ମୂଲ୍ୟର ଗହଣା ସାଙ୍ଗକୁ ୮ ଲକ୍ଷ ଟଙ୍କା। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ। ଡକାୟତମାନେ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବାରୁ ସେମାନଙ୍କୁ ଧରିବାକୁ ପୋଲିସ୍ ତନାଘନା ଚଳାଇଛି। କୁହାଯାଉଛି ୫ଟି ବାଇକ୍ ୬ଜଣ ଡକାୟତ ସାଧାରଣ ଗ୍ରାହକ ବେଶରେ ଆସିଥିଲେ।

Advertisment

ବଡ଼ବିଲରେ ବଡ଼ ଧରଣର ବ୍ୟାଙ୍କ୍ ଲୁଟ୍। ବନ୍ଧୁକ ମୁନରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରୁ ଡକାୟତ ଲୁଟି ନେଲେ ୫କୋଟିରୁ ଅଧିକ ମୂଲ୍ୟର ଗହଣା ଓ ପ୍ରାୟ ୮ଲକ୍ଷ ନଗଦ ଟଙ୍କା। ଏହି ଘଟଣା ସାରା କେନ୍ଦୁଝର ଜିଲ୍ଲାରେ ଖେଳାଇଛି ଚାଞ୍ଚଲ୍ୟ। ଏହା ପରେ ପୋଲିସ୍ ସବୁ ମୁଖ୍ୟ ରାସ୍ତାକୁ ନାକାବନ୍ଦୀ କରି ଡକାୟତଙ୍କୁ ଧରିବାକୁ ଆପ୍ରାଣ ଚେଷ୍ଟା ଚଳାଇଛି।

ସୂଚନା ମୁତାବକ ସୋମବାର ସମୟ ଅପରାହ୍ନ ପ୍ରାୟ ୩ଟା। ୫ଟି ବାଇକ୍‌ରେ ୬ଜଣ ଡକାୟତ ବଡ଼ବିଲ୍ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାକୁ ସାଧାରଣ ଗ୍ରାହକ ବେଶରେ ଆସିଥିଲେ। ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଜାଣି ପାରିନଥିଲେ। ବ୍ୟାଙ୍କ ଭିତରେ ପଶିବା ପରେ ଜଣେ ଡକାୟତ ହଠାତ୍ ବନ୍ଧୁକ ବାହାର କରି ମ୍ୟାନେଜରଙ୍କୁ ଡରାଇଥିଲା। ବ୍ୟାଙ୍କର ସବୁ କର୍ମଚାରୀମାନଙ୍କୁ ଏକାଠି କରି ଗୋଟିଏ ଘରେ ପୁରାଇ ଜଗି ରହିଥିଲା। ଆଉ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କଠୁ ଲକର ଚାବି ଆଣିଥିଲା ଓ ଭିତରେ ପଶିଥିଲା। ଅନ୍ୟମାନେ ସମସ୍ତଙ୍କୁ ଜଗି ରହିଥିଲେ। 

Advertisment

ଲକରରୁ ପ୍ରାୟ ୫କୋଟିରୁ ଅଧିକ ମୂଲ୍ୟର ସୁନା ଗହଣା ଓ ନଗଦ ୮ ଲକ୍ଷ କ୍ୟାସ୍ ଆଣିବା ପରେ ସମସ୍ତେ ଆଖି ପିଛୁଳାକେ ଛୁ ମାରିଥିଲେ। ଯେହେତୁ ବଡ଼ବିଲ୍ ର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖା ସୁନା ଋଣ ଦେଇଥାଏ ତେଣୁ ତାହା ଡକାୟତଙ୍କ ଟାର୍ଗେଟ୍ ରେ ଥିବା କୁହାଯାଉଛି। 

ଖବର ପାଇ ଯୋଡ଼ା ଓ ବଡ଼ବିଲ୍ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତନାଘନା କରୁଛନ୍ତି। ଡକାୟତମାନେ ହିନ୍ଦୀ ଏବଂ ଓଡ଼ିଆରେ କଥାବାର୍ତ୍ତା ହେଉଥିବାରୁ ଡକାୟତିରେ ସ୍ଥାନୀୟ ଲୁଟେରା ବି ସଂପୃକ୍ତ ଥିବା ଅନୁମାନ କରି ସିସିଟିଭି ଯାଞ୍ଚ କରି ପୋଲିସ୍ ଲିଙ୍କ୍ ଖୋଜୁଛି।

Advertisment

ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ ଘଟଣା। ଗତବର୍ଷ ଫେବ୍ରୁଆରୀ ୨୦ରେ ସମାନ ଧରଣର ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ବହଳଦା SBI ଶାଖାରେ। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରିବା ସହ ଲହୁଲୁହାଣ କରି ପ୍ରାୟ ୨୦ଲକ୍ଷ ଟଙ୍କା ଲୁଟି ନେଇଥିଲେ ୫ ଲୁଟେରା। 

ସେମିତି ଏପ୍ରିଲ୍ ୧୯ରେ ବରଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଦୁଇ ମୁଖା ପିନ୍ଧା ଦୁର୍ବୃର୍ତ୍ତ ପଶି ବନ୍ଧୁକ ଦେଖାଇ ୧୨ ଲକ୍ଷ ଲୁଟିଥିଲେ। ତେବେ ୬ବର୍ଷ ତଳେ ୨୦୨୦ ମସିହା ନଭେମ୍ବର ୧୯ରେ କଟକ ନୟାସଡ଼କ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ହୋଇଥିଲା ଏକ ବଡ଼ ଧରଣର ଡକାୟତି। ବ୍ୟାଙ୍କ ଖୋଲୁ ଖୋଲୁ ବନ୍ଧୁକ ମୁନରେ ଲୁଟେରା ୧୨ କୋଟି ଟଙ୍କା ସହ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ତେବେ ବ୍ୟାଙ୍କ ମାନଙ୍କରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଏଥିପାଇଁ ସର୍ବାଧିକ ଦାୟୀ କରାଯାଉଛି।

Keonjhar Bank Loot Robbery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ