Advertisment

ଗଜପତିରେ ଜୋର ଜବରଦସ୍ତି ପୋଖରୀ ଖୋଳୁଛି ଆନ୍ଧ୍ର

ପୁଣି ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ଦାଦାଗିରି କୋରାପୁଟ ପରେ ଏବେ ଗଜପତି ଜିଲ୍ଲାରେ ଅନଧିକାର ପ୍ରବେଶ କରିଛି ଆନ୍ଧ୍ର ମନରେଗା ଯୋଜନାରେ ଚାଲିଛି ପୋଖରୀ ଖୋଳା  ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଚାଲିଛି ପୋଖରୀ ଖୋଳା  ପାରଳାଖେମୁଣ୍ଡି: ପୁଣି ଓଡ଼ିଶାରେ ଆନ୍ଧ୍ର…

ଅଦ୍ୟତନ ହୋଇଛି
ଗଜପତିରେ ଜୋର ଜବରଦସ୍ତି ପୋଖରୀ ଖୋଳୁଛି ଆନ୍ଧ୍ର

odisha

Advertisment
  • ପୁଣି ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ଦାଦାଗିରି
  • କୋରାପୁଟ ପରେ ଏବେ ଗଜପତି ଜିଲ୍ଲାରେ ଅନଧିକାର ପ୍ରବେଶ କରିଛି ଆନ୍ଧ୍ର
  • ମନରେଗା ଯୋଜନାରେ ଚାଲିଛି ପୋଖରୀ ଖୋଳା 
  • ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଚାଲିଛି ପୋଖରୀ ଖୋଳା 
Advertisment

ପାରଳାଖେମୁଣ୍ଡି: ପୁଣି ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ଦାଦାଗିରି। କୋରାପୁଟ ପରେ ଏବେ ଗଜପତି ଜିଲ୍ଲା ରାଇଗଡ଼ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତ ଭିତରେ ଅନଧିକାର ପ୍ରବେଶ କରିଛି ଆନ୍ଧ୍ର। ଆନ୍ଧ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତର ଚମ୍ପାପୁର ଗାଁରେ ମନରେଗା ଯୋଜନାରେ ପୋଖରୀ ଖୋଳା ଚାଲିଛି। ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଆନ୍ଧ୍ର ପ୍ରଦେଶର ମଞ୍ଜୁସା ମଣ୍ଡଳ ପକ୍ଷରୁ ଏଠାରେ ଜୋର ଜବରଦସ୍ତି ପୋଖରୀ ଖୋଳା ଚାଲିଛି।

ଗତବର୍ଷ ସେହି ସମାନ ସ୍ଥାନରେ ଜମିକୁ ନେଇ ବିବାଦ ଦେଖାଦେଇଥିଲା। ସେତେବେଳେ ଉଭୟ ଗଜପତି ଏବଂ ଶ୍ରୀକାକୁଲମ ଜିଲ୍ଲାର ରାଜସ୍ୱ ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ କରାଯାଇଥିଲା। ତେବେ ଅତି ଶୀଘ୍ର ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦେକ୍ଷପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ସୂଚନାଥାଉ କି, କିଛିଦିନ ତଳେ ଓଡ଼ିଶାରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଥିଲା। କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପକ୍ଷରୁ ମୋବାଇଲ ମେଡ଼ିକାଲ କ୍ଲିନିକ ଖୋଲା ଯାଇଥିଲା। ଫାଟୁସିନେରୀ ଗାଁରେ ଘରକୁ ଘର ବୁଲି ଆନ୍ଧ୍ର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ସ୍ୱତନ୍ତ୍ର ଲାଇଫ ସପୋର୍ଟ ଆମ୍ବୁଲାନ୍ସ ୧୦୪ରେ ଡାକ୍ତର ଓ ଅନ୍ୟ ଷ୍ଟାଫ ମିଶି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ