Advertisment

Amit Shah Attacks Previous Naveen Govt: ପୂର୍ବ ନବୀନ ସରକାରକୁ ଟାର୍ଗେଟ କଲେ ଅମିତ ଶାହ, ରାଜ୍ୟର ବିକାଶକୁ କରିଦେଇଥିଲେ ଠପ୍

ଓଡ଼ିଶାରେ ଯାହା ଦୁଇ ଦଶନ୍ଧି ମଧ୍ୟରେ ହୋଇନଥିଲା, ତାହା ଏବେ ସମ୍ଭବ ହେଲା। ଆମେ ବିକାଶର ନୂଆ ଦିଗ ଦେଖାଇଲୁ, ନାଗରିକଙ୍କୁ ଅଧିକାର ଦେଲୁ। ବିଜେଡି ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Amit Shah

Amit Shah Photograph: (OTV)

Advertisment

ଓଡ଼ିଶାରେ ଯାହା ଦୁଇ ଦଶନ୍ଧି ମଧ୍ୟରେ ହୋଇନଥିଲା, ତାହା ଏବେ ସମ୍ଭବ ହେଲା। ଆମେ ବିକାଶର ନୂଆ ଦିଗ ଦେଖାଇଲୁ, ନାଗରିକଙ୍କୁ ଅଧିକାର ଦେଲୁ। ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂତନ ନ୍ୟାୟ ସଂହିତା ପ୍ରଦର୍ଶନୀର ଉଦଘାଟନ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କହିଛନ୍ତି ପୂର୍ବ ସରକାର ଜନାଦେଶକୁ ବାଧ୍ୟବାଧକତା ଭାବୁଥିଲେ ଏବଂ ୨୦ ବର୍ଷ ଧରି ଶାସନ କରି ରାଜ୍ୟର ବିକାଶକୁ ଠପ୍ କରିଦେଲେ।

Advertisment

ଏବେ ଭାରତ ଦ୍ରୁତଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା ବୋଲି କହିଛନ୍ତି ଶାହ। ସେହିଭଳି କଂଗ୍ରେସକୁ ବି ତୀବ୍ର ସମାଲୋଚନା କରି କଂଗ୍ରେସ ଦେଶର ରାଜନୀତିକୁ ନକରାତ୍ମକ ଦିଗକୁ ନେଉଥିବା କହିଛନ୍ତି। ଦିଲ୍ଲୀ AI ସମ୍ମିଳନୀରେ କଂଗ୍ରେସ ପୋଷାକ ଓହ୍ଲାଇ ଆନ୍ଦୋଳନ କରିବା ଘଟଣାର ଉଦାହରଣ ଦେଇ ଏଭଳି କହିଛନ୍ତି ଶାହ। ସେପଟେ ଶାହଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡି କିମ୍ବା କଂଗ୍ରେସ ପ୍ରତିକ୍ରିୟା ମିଳିପାରିନି।

ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ

ଅନ୍ୟପଟେ ଆଜି ପାରାଦୀପ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଜରାଟ ଭଳି ଓଡ଼ିଶାର ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଗୁଜରାଟ ଭଳି ଓଡ଼ିଶାର ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ। ପାରାଦୀପରେ ଇଫକୋ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଉଦଘାଟନ ବେଳେ ଶାହ କହିଛନ୍ତି, ୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି। ଆଉ ସମାନ ଢଙ୍ଗରେ ଓଡ଼ିଶାରେ ବି ଗ୍ରାମୀଣଙ୍କ ଜନଜୀବନକୁ ସମୃଦ୍ଧ କରାଯିବ ।  

Advertisment

750 କୋଟି ଟଙ୍କାର ଏହି ପ୍ରକଳ୍ପ ଉଦଘାଟନ ବେଳେ ଇଫକୋର ମାଲିକ ୫ କୋଟି କୃଷକ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ଶାହ ଆଜି ମୋଟ 3 ହଜାର 275 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।...



Odisha Amit Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ