Advertisment

ମେ’ ୧୭ରେ ବସିବ ସର୍ବଦଳୀୟ ବୈଠକ, ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ସର୍ବକାଳୀନ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ତାରିଖରେ ରାଜ୍ୟରେ କରୋନା…

ଅଦ୍ୟତନ ହୋଇଛି
ମେ’ ୧୭ରେ ବସିବ ସର୍ବଦଳୀୟ ବୈଠକ, ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

lockdown

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ସର୍ବକାଳୀନ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତରେ ୨୧ ଜଣଙ୍କ ଜୀବନ ଯାଇଥିଲା। ଏହାର ପରବର୍ତ୍ତୀ ଦିନ ଗୁଡ଼ିକରେ ସଂଖ୍ୟା ୧୭-୧୮-୧୯ ମଧ୍ୟରେ ରହିଥିଲା ମୃତ୍ୟୁ ସଂଖ୍ୟା। ହେଲେ ଆଜି ପୁଣି ଏହି ସଂଖ୍ୟାରେ ବୃଦ୍ଧି ଘଟି ୨୨କୁ ଡେଇଁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୮୮୨ ଓ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। 

Advertisment

ରାଜ୍ୟରେ କରୋନା ସ୍ଥିତିକୁ ନେଇ ମେ’ ୧୭ରେ ସର୍ବଦଳୀୟ ବୈଠକ ବସିବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ବସିବ।  ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲ୍‌ରେ ଯୋଗ ଦେବେ। ରାଜ୍ୟରେ କରୋନା ସ୍ଥିତି ଏହାର ମୁକାବିଲା ଏବଂ ପରବର୍ତ୍ତୀ ପଦକ୍ଷେପ ଆଦି ସମ୍ପର୍କରେ ସମୀକ୍ଷା ହେବ। ଏନେଇ ବାଚସ୍ପତି ସୂଚନା ଦେଇଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’୨ରେ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ କଟକଣା ଜାରି ରହିବ। ମେ’ ୧୭ରେ ସର୍ବଦଳୀୟ ବୈଠକ ବସୁଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି।

Advertisment

ସେପଟେ ରାଜ୍ୟରେ ବଢ଼ିବ କି ଲକ୍‌ଡାଉନ୍ ଅବଧି ? ମେ ମାସରେ ବେଲଗାମ୍ ସଂକ୍ରମଣ ଓ ଆକ୍ଟିଭ୍‌ କେଶ୍ ସଂଖ୍ୟା ଗତକାଲି ୧ ଲକ୍ଷ ପାର୍ କରିବା ପରେ ଏହି ଆଶଙ୍କା ବଢ଼ିଯାଇଛି। ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ରେଟ୍ ଥିବା ଜିଲ୍ଲାରେ ଲକଡାଉନ୍‌ ପାଇଁ ପରାମର୍ଶ ଦେଇଛନ୍ତି ICMR ଡିଜି। ସେ ଦୃଷ୍ଟିରୁ ଓଡ଼ିଶାରେ ବି ଅଧିକ ସମୟ ଲାଗି ଲକଡାଉନର ଆବଶ୍ୟକତା ରହୁଛି ବୋଲି କୁହାଯାଉଛି। ସେପଟେ ଲୋକେ ଅମାନିଆ ହେଉଥିବାରୁ ଲକଡାଉନ୍‌ ସମୟରେ ମର୍ଣ୍ଣିଂ ଓ ଇଭିନିଂ ଓ୍ୱାକ୍ ଏବଂ ସାଇକ୍ଲିଂ ମନା ବୋଲି ଟ୍ୱିନ୍‌ସିଟି ପୋଲିସ୍ କମିଶନର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ