Advertisment

Life Sentence in Actress Nikita Death Case: ନିକିତା ମୃତ୍ୟୁ ମାମଲାରେ କୋର୍ଟଙ୍କ ରାୟକୁ ନେଇ ଆଶ୍ୱସ୍ତ ପରିବାର; ୭ ବର୍ଷ ପରେ ଆତ୍ମାକୁ ମିଳିଲା ଶାନ୍ତି

ନିକିତା ମୃତ୍ୟୁ ମାମଲାରେ କୋର୍ଟଙ୍କ ରାୟକୁ ନେଇ ଆଶ୍ୱସ୍ତ ପରିବାର। ବାପା-ମାଆ କହିଲେ ୭ ବର୍ଷ ପରେ ଆତ୍ମାକୁ ମିଳିଲା ଶାନ୍ତି। ନିକିତାଙ୍କ ସ୍ବାମୀ ଲିପନଙ୍କୁ ଆଜୀବନ ସଜ୍ଜା ଶୁଣାଇଥିଲେ କୋର୍ଟ। ୨୦୧୯ରେ ଶାଶୁଘରେ ଛାତରୁ ପଡ଼ି ମୃତ୍ୟୁର ହୋଇଥିଲା ଅଭିଯୋଗ।

Life Sentence in Actress Nikita Death Case

ନିକିତା ମୃତ୍ୟୁ ମାମଲାରେ କୋର୍ଟଙ୍କ ରାୟକୁ ନେଇ ଆଶ୍ୱସ୍ତ ପରିବାର Photograph: (OTV)

Advertisment

୭ ବର୍ଷ ପରେ ଆସିଲା ରାୟ, ନ୍ୟାୟ ପାଇଲେ ନିକିତାଙ୍କ ପରିବାର। ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ କାଲି କୋର୍ଟ ଶୁଣାଇଛନ୍ତି ବଡ଼ ରାୟ। ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହାରଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି କଟକ ଜିଲ୍ଲା ଅତିରିକ୍ତ ଦୌରାଜଜ୍। କୋର୍ଟଙ୍କ ଏ ରାୟ ପରେ ନିକିତାଙ୍କ ବାପଘର ଲୋକ ଆଶ୍ବସ୍ତ ହୋଇଥିବା କହିଛନ୍ତି। ସେପଟେ ମାମଲାରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନଥିବାରୁ ଲିପନ, ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଂଜ୍ କରି ଉପର କୋର୍ଟକୁ ଯିବେ କି ନାହିଁ ଏବେ ତା ଉପରେ ସମସ୍ତଙ୍କ ନଜର।

Advertisment

ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ବଡ଼ ରାୟ। ପତ୍ନୀଙ୍କୁ ଛାତରୁ ଠେଲି ହତ୍ୟା କରିଥିବା ଦୋଷରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ। ଦୀର୍ଘ ୭ ବର୍ଷ ପରେ ନ୍ୟାୟ ପାଇଲେ ନିକିତାଙ୍କ ପରିବାର। ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ମୃତ୍ୟୁ ମାମଲାରେ ଗୁରୁବାର କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶୁଣାଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ନିକିତାଙ୍କ ସ୍ବାମୀ ଲିପନ ସାହୁଙ୍କୁ ଶୁଣାଇଛନ୍ତି ଆଜୀବନ ସଜ୍ଜା। ଆଉ ଦୀର୍ଘ ୭ ବର୍ଷ ପରେ କୋର୍ଟଙ୍କ ଏ ରାୟ ପରେ ଆଶ୍ବସ୍ତ ହୋଇଛନ୍ତି ନୀକିତାଙ୍କ ବାପା ଓ ମାଆ।

୨୦୧୬ ଲିପନ ସାହୁଙ୍କୁ ପ୍ରେମ ବିବାହ କରିଥିଲେ ଅଭିନେତ୍ରୀ ନିକିତା। ତେବେ ୨୦୧୯ ଜାନୁଆରୀ ୪ ତାରିଖରେ କଟକ ମହାନଦୀ ବିହାର ସ୍ଥିତ ଆପାର୍ଟମେଣ୍ଟ ଛାତରୁ ଖସି ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ କଟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା ପରଦିନ ହସ୍ପିଟାଲ ବେଡରେ ଆଖି ବୁଜି ଦେଇଥିଲେ ନିକିତା। 

Advertisment

ଏ ଘଟଣା ପରେ ନିକିତାଙ୍କୁ ଛାତ ଉପରୁ ତଳକୁ ଠେଲିଦେଇଥିବା ନେଇ ବାପଘର ଲୋକେ କଟକ ଚାଉଳିଆଗଞ୍ଜ ଥାନାରେ ଏତାଲା ଦେଇଥିଲେ। ନିକିତାଙ୍କୁ ଯୌତୁକ ନିର୍ଯାତନା ସହ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ଆଣିଥିଲେ। ମାମଲାରେ ନିକିତାଙ୍କ ସ୍ବାମୀ, ଶାଶୁ ଓ ଶ୍ବଶୁର ଗିରଫ ହୋଇଥିଲେ। ତେବେ ପ୍ରମାଣ ଅଭାବରୁ ଶାଶୁ ଓ ଶ୍ବଶୁରଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଉ ପାରିପାର୍ଶ୍ବିକ ପ୍ରମାଣ, ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ଆଧାର କରି ସ୍ବାମୀ ଲିପନଙ୍କୁ ଦୋଷୀ ସାବ୍ୟସ୍ତ ସହ ଦଣ୍ଡ ଘୋଷଣା କରିଛନ୍ତି କୋର୍ଟ।

ଖୁବ୍ କମ ଦିନରେ ଓଡ଼ିଶା ସିନେମା ଓ ସିରିଏଲ ଜଗତରେ ବେଶ ନା କମାଇଥିଲେ ନିକିତା । ‘ମିତ ବସିଛି ମୁଁ ଭୂତ ସାଥୀରେ’, ‘ଚୋରି ଚୋରି’, ‘ମଥାରେ ଦେଇ ପାଟ ଓଢ଼ଣୀ’, ‘ଗୁଣ୍ଡା’ ଭଳି ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜଣିଥିଲେ ନୀତିତା। ତେବେ ଧାରାବାହିକ ‘ଏସସିପି ନିକିତା’ ହିଁ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା । ସେହିଭଳି ‘ତପସ୍ୟା’ ସିରିଏଲ ଜରିଆରେ ଓଡ଼ିଶାର ଘରେ ଘରେ ପରିଚୟ ସାଉଁଟିଥିଲେ ନିକିତା।

Advertisment
Court Crime Odisha Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ