Advertisment

SI recruitment scam widens: SI ପରୀକ୍ଷା ସ୍କାମ, ଶଙ୍କର ପୃଷ୍ଟି ପରେ ସିଲିକନ୍ ଟେକଲ୍ୟାବ ମାଲିକ ଗିରଫ

ପୋଲିସ SI ସ୍କାମର ଯୋଜନାବଦ୍ଧ କାହାଣୀ, ଫିଟୁଛି ଅସଲ ଗୁମର। ତଳ ତଳିଆଙ୍କ ପରେ ଏବେ ବଡ଼ବଡ଼ିଆଙ୍କ ପାଳି। କାଲି ପଞ୍ଚ୍ ସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟି, ଆଜି ସିଲିକନ୍ ଟେକଲ୍ୟାବ୍ ମାଲିକ ସୁରେଶ ନାୟକ।

RECRUITMENT SCAM

RECRUITMENT SCAM Photograph: (OTV)

Advertisment

ପୋଲିସ SI ସ୍କାମର ଯୋଜନାବଦ୍ଧ କାହାଣୀ, ଫିଟୁଛି ଅସଲ ଗୁମର। ତଳ ତଳିଆଙ୍କ ପରେ ଏବେ ବଡ଼ବଡ଼ିଆଙ୍କ ପାଳି। କାଲି ପଞ୍ଚ୍ ସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟି, ଆଜି ସିଲିକନ୍ ଟେକଲ୍ୟାବ୍ ମାଲିକ ସୁରେଶ ନାୟକ। ଉଭୟଙ୍କୁ ଗିରଫ ପରେ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ନେଇ ବ୍ରହ୍ମପୁର JMFC-ରୁରାଲଙ୍କ ଆବାସିକ କକ୍ଷରେ ହାଜର କରିଛି କ୍ରାଇମବ୍ରାଞ୍ଚ।

Advertisment

ପୂର୍ବରୁ ଗ୍ରାଉଣ୍ଡ ଜିରୋରେ ସକ୍ରିୟ ଥିବା ଦଲାଲ୍ କେଳେଙ୍କାରୀ ପଛର ଗୁମର ଖୋଲିସାରିଥିବାରୁ ଏବେ ବଡ଼ ବଡ଼ିଆଙ୍କ ଆଡ଼କୁ କ୍ରାଇମବ୍ରାଞ୍ଚର ହାତ ଯାଉଛି। ତେଣୁ ଶଙ୍କର ପୃଷ୍ଟିର କହିବା ଅନୁଯାୟୀ, ପୂର୍ବ ସରକାର ଅମଳରେ ନିଯୁକ୍ତି ନାଁରେ କେମିତି ହୋଇଥିଲା ହଜାରେ କୋଟିର ଡିଲ୍ ? ସିଣ୍ଡିକେଟ୍ ପଛର ରିଂ ମାଷ୍ଟର କିଏ ? ଏହି ୨ ବଡ଼ ମାଛ ହିଁ ତଥ୍ୟ ଉଗାରିବେ ବୋଲି ଆଶା କରିଛି କ୍ରାଇମବ୍ରାଞ୍ଚ।...

ଆଉ ତ୍ରାହି ନାହିଁ...ଖସିବାର ବାଟ ବି ନାହିଁ...ଏଥର ଫୁଟି ବାହାରିବ SI ନିଯୁକ୍ତି ଦୁର୍ନୀତିର ନିଆଁ ଗିଳା ବାବୁ ଭାୟାଙ୍କ ଅସଲ ଚେହେରା। କାରଣ ପାତାଳରୁ ଉଠାଇ ଆଣିଲା ଭଳି ନେପାଳ ସୀମାନ୍ତରୁ କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ବାନ୍ଧିବା ପରେ ଏବେ ସ୍କାମର ଟପ୍ ଲେବଲ୍ ବାବୁ ସୁରେଶ ଚନ୍ଦ୍ର ନାୟକ। ସିଲିକନ୍ ଟେକଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ୟେ। ପୂର୍ବ ସରକାର ଅମଳରେ କେମିତି ହୋଇଥିଲା ହଜାରେ କୋଟିର ଡିଲ୍ ? ଏହି ଡିଲ୍ ର ସିଣ୍ଡିକେଟ ପଛରେ କିଏ ? କାହା ଛତ୍ରଛାୟାରେ ତିଆରି ହେଉଥିଲା କେଳେଙ୍କାରୀର କଳା ଚିଠା ?

Advertisment

ସୁରେଶ-ଶଙ୍କର ସିଣ୍ଡିକେଟରେ କେମିତି ତିଆରି ହୋଇଥିଲା ମୁନା ମହାନ୍ତି ଦ୍ବାରା ପରିଚାଳିତ ବିଜୟନଗରମ୍ ମଡ୍ୟୁଲ୍ ଏବଂ ଅରବିନ୍ଦ ଦାସ ଦ୍ବାରା ପରିଚାଳିତ ଦୀଘା ମଡ଼୍ୟୁଲ୍ ? ୪୮ ଘଣ୍ଟିଆ ଟ୍ରାଞ୍ଜିଟ୍ ରିମାଣ୍ଡ ଭିତରେ ଶଙ୍କର ମୁହଁରୁ ସତ ବାହାରିବା ପରେ ସିଲିକନ୍ ମାଲିକ ସୁରେଶ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଶଙ୍କର ବିରୋଧରେ ଯେଉଁସବୁ ଦଫା ଲାଗିଛି, ସେଭଳି ଦଫା ଲାଗିଛି ସୁରେଶ ବିରୋଧରେ। ଏହାପରେ ଆଜି ଉଭୟଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଧରି ବ୍ରହ୍ମପୁର JMFC-ରୁରାଲଙ୍କ ଆଗରେ ହାଜର କରାଯାଇଥିଲା। 

ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ତଥା OPRB ଏସଆଇ ପଦ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ପରୀକ୍ଷା ପରିଚାଳନା, ସିସିଟିଭି ରେକର୍ଡିଂ ଓ ଚୂଡ଼ାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ତିଆରି ଆଦି କାମ ଟେକିଦେଇଥିଲା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ- ITI Ltdକୁ। ଆଉ କାମ ପାଇବା ପରେ ITI Ltd ଭୁବନେଶ୍ବର ପଟିଆର DLF ବିଲଡିଂରେ ଥିବା SILICON TECHLAB PRIVATE LIMITEDକୁ ଦେଇଦେଲା। ଯାହାର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ। କେବଳ ସୁରେଶ ନୁହଁନ୍ତି, ସଂଗ୍ରାମ କେଶରୀ ମହାନ୍ତି, ସମୀର କୁମାର ରଥ, ଶାଶ୍ବତୀ ମିଶ୍ର ଓ ଶ୍ରୀନିବାସ ଭେଙ୍କଟରମଣା ଏରାଙ୍କି ବି ଅଛନ୍ତି।

Advertisment

କଥା ଏତିକିରେ ଅଟକିନି। SILICON TECHLAB ସବ୍କଣ୍ଟ୍ରାକ୍ଟରେ ପରୀକ୍ଷା ପରିଚାଳନାର ଅନେକ କାମକୁ ସେହି DLFରେ ଥିବା PANCHSOFT TECHNOLOGIESକୁ ଦେଇଦେଲା। ଯାହାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଓ ଦୀପ୍ତିମୟୀ ସାହୁ। ଅର୍ଥାତ ଥାକ ଥାକରେ ଯୋଜନାବଦ୍ଧ କେଳେଙ୍କାରୀ ? ଅପରାଧିକ ପୃଷ୍ଠଭୂମି ଥିବା ଶଙ୍କରକୁ କାହା ସୁପାରିଶରେ କାମ ଦେଲେ ସୁରେଶ ନାୟକ ? ଏକଥା OPRB କର୍ତ୍ତୃପକ୍ଷ ଜାଣିଥିଲେ ତ ? SILICON ଏବଂ PANCHSOFT ଆଗରୁ ଆଉ କେଉଁ କେଉଁ ପରୀକ୍ଷା ପରିଚାଳନା ଦାୟିତ୍ବ ହାତକୁ ନେଇଥିଲେ ?

ପୂର୍ବ ସରକାର ଅମଳରେ ହଜାରେ କୋଟିର ଡିଲ୍ ପଛରେ କେବଳ ଏହି ୨ ସଂସ୍ଥା ନା ଆଉ କିଏ ? ଗିରଫ ସବୁ ୧୨୪ ଜଣଙ୍କ ଜନ୍ମ କୁଣ୍ଡଳୀ ବାହାର କରିବାକୁ ଆହ୍ବାନ ଦେଇଥିବା ଶଙ୍କର ପୃଷ୍ଟି ହଜାରେ କୋଟିର ଡିଲ୍ ସଂପର୍କରେ କି ଖୁଲାସା କରିବ ? ବଢ଼ିଛି ନାନା ଚର୍ଚ୍ଚା। 

ଏବେ ଅପେକ୍ଷା, ଶତାବ୍ଦୀର ସବୁଠୁ ବଡ଼ ସ୍କାମ୍ କୁହାଯାଉଥିବା ପୋଲିସ SI ନିଯୁକ୍ତି ମାମଲାରେ ଆଗକୁ କାହା ପାଳି ପଡୁଛି ? କେଉଁ ବଡ଼ବଡ଼ିଆଙ୍କ ଚେହେରା ସାମ୍ନାକୁ ଆସୁଛି ? 

Recruitment Scam Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ