Bhadrak Dhaba
ଭଦ୍ରକ(ପାର୍ଥ ସାରଥୀ ନାୟକ): ନୂତନ ସମାଜକୁ ଦୀଗଦର୍ଶନ ଦେଉଛନ୍ତି ମହିଳା । ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ରାସ୍ତା କଡରେ ଢାବା କରିଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରେ । ଏହି ଢ଼ାବାରେ ଜଣେ ମହିଳା ଚଳାଚଞ୍ଚଳ ରହୁଥିବା ଦେଖାଯାଏ । ଗ୍ରାହକଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଥାଏ ତାଙ୍କର ନଜର । ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନର ବ୍ୟବହାର ସାଙ୍ଗକୁ ଖାଦ୍ୟର ଭଲମନ୍ଦ ପଚାରି ବୁଝିଥାନ୍ତି। ଏବେ କରୋନା କାଳରେ ସମସ୍ତ ଢ଼ାବା ବା ହୋଟେଲ ବନ୍ଦ ଥିବା ବେଳେ ଜାତୀୟ ରାଜପଥ କଡ଼ରେ ଥିବା ସାହୁ ଢ଼ାବା ଖୋଲିବା ସହ କେବଳ ଲୋକମାନଙ୍କୁ ପାର୍ସଲ ମାଧ୍ୟମରେ ଖାଦ୍ୟ ଦିଆଯାଉଛି।
ଯେଉଁ ଲୋକମାନେ ଏହି ଢ଼ାବାରୁ ଖାଦ୍ୟ ନେଉଛନ୍ତି ତାଙ୍କ ଖାଦ୍ୟ ବହୁତ ସୁନ୍ଦର ଆଉ ଟେଷ୍ଟି ହୋଇଛି ବୋଲି କହୁଛନ୍ତି । ଏହି ମହିଳା ଜଣକ ନିଜ ସ୍ୱାମୀଙ୍କର ଏହି ଢ଼ାବାରେ କାମ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ଯୁବ ପୀଢ଼ିଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ବି- ଟେକ ପାସ କରିଥିବା ଲିପିକା ଦାସ ନାରୀ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ।
ଭଦ୍ରକ ଦେଇ ଯାଇ ଥିବା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ନିକଟସ୍ଥ ନଳାଙ୍ଗ ଛକ ନିକଟରେ ରହିଛି ଏକ ସାହୁ ଢ଼ାବା । ଏହି ହୋଟେଲ ବା ଢ଼ାବାକୁ ଚଳାଉଛନ୍ତି ବିଭୁତିପୁର ଅଂଚଳର ଜଣେ ବି-ଟେକ (ସିଭିଲ) ପାସ କରିଥିବା ଲିପିକା ଦାସ । ବୟସ ୨୪ ହେବ। ସେ ଭୁବେନେଶ୍ୱରରେ ଏକ ଘରୋଇ ଇଂଜିନିୟର କଲେଜରେ ବି – ଟେକ ପାଠ ପଢି ପାସ କରିଛନ୍ତି । ତାଙ୍କ ସ୍ୱାମୀ ଜଣେ ଇଲେକ୍ଟ୍ରି କାଲ କଣ୍ଟ୍ରାଟର ଭାବେ ବାଙ୍ଗଲୋର ଠାରେ କାର୍ଯ୍ୟ କରୁଥିଲେ । ତେବେ କରୋନା ମହାମାରୀ ପାଇଁ ଗତ ବର୍ଷରୁ ଯେଉଁ ଲକଡାଉନ ହେଲା ସେହି ସମୟରେ ସେ ନିଜ ଘରକୁ ଫେରିଥିଲେ । ତେବେ ପରିବାର ପତିପୋଷଣ ପାଇଁ ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲ ବା ଢ଼ାବାକୁ ଚଳାଇଥିଲେ ।
ଭୁବନଶ୍ୱରରେ ରହି ଚାକିରୀ ପାଇଁ ପ୍ରସ୍ତୁତି ହେଉଥିବା ଲିପିକା ଲକଡାଉନ ପାଇଁ ଘରକୁ ପଳେଇ ଆସିଥିଲେ । ଢାବାରେ ପ୍ରାୟତଃ ତାଙ୍କର ଆତଯାତ ହୁଏ। ତେବେ ତାଙ୍କ ସ୍ୱାମୀଙ୍କୁ ଏପରି କାର୍ଯ୍ୟରେ ତାଙ୍କର ଉଚ୍ଚଶିକ୍ଷିତା ସ୍ତ୍ରୀ ଲିପିକା ଦାସ ସାଥ ଦେବା ଆରମ୍ଭ କଲେ । ଏବେ ସ୍ୱାମୀ ସ୍ତ୍ରୀ ମିଶି ଏହି ଢ଼ାବା ଚଳାଉଛନ୍ତି । ଏହି ଢ଼ାବାରେ ନିଜେ ପରିବା କିଣିବା ଠାରୁ ଆରମ୍ଭ କରି ପରିବା କାଟିବା ରୋଷେଇ କରିବା, ଅଇଁଠା ପତ୍ର ଉଠାଇବା ଓ କାଉଣ୍ଟରେ ବସି ଟଙ୍କା ରଖିବା ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି ଲିପିକା । ଯାହାକି ବାଟରେ ଯାଉଥିବା ଲୋକମାନେ ଦେଖିବା ସହ ତାଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error421_1625120846.jpg)