Advertisment

Student Death Row: କିଟ୍ ପରେ ଛାତ୍ର ମୃତ୍ୟୁକୁ ନେଇ ଅଡୁଆରେ କିସ୍, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପୁଅ ବାଥରୁମରେ ପଡ଼ିଯାଇଛି କହି ବାପ ହାତରେ କେନ୍ଦୁଝର ପଠେଇ ଦେଲେ ଡେଡ୍ ବଡ଼ି। କିଟ୍ ପରେ କିସରେ ନବମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହଇଚଇ। ହତ୍ୟା ଅଭିଯୋଗ ଆଣି ନ୍ୟାୟ ଦାବିରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପରିବାର।

KISS in Trouble

KISS in Trouble Photograph: (OTV)

Advertisment

ପୁଅ ବାଥରୁମରେ ପଡ଼ିଯାଇଛି କହି ବାପ ହାତରେ କେନ୍ଦୁଝର ପଠେଇ ଦେଲେ ଡେଡ୍ ବଡ଼ି। କିଟ୍ ପରେ କିସରେ ନବମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହଇଚଇ। ହତ୍ୟା ଅଭିଯୋଗ ଆଣି ନ୍ୟାୟ ଦାବିରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପରିବାର।

Advertisment

ବଡ଼ କଥା ହେଉଛି ମୃତ୍ୟୁ ଭୁବନେଶ୍ବରରେ ହୋଇଥିଲେ ବି ପୋଷ୍ଟମର୍ଟମ୍ ନ କରି କଣ ଲୁଚାଇବାକୁ ଅତି ସନ୍ତର୍ପଣରେ ମୃତଦେହକୁ କିଟ୍ କର୍ତ୍ତୃପକ୍ଷ କାହିଁକି କେନ୍ଦୁଝର ପଠାଇଲେ, ଏଠି କିପରି ମାମଲା ହେଲା ନାହିଁ, ତାହା କିସ୍ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି କିଟ୍ ଓ କିସରେ ବାରମ୍ବାର ଏଭଳି ଘଟଣା ଘଟିଚାଲିଥିଲେ ବି ସରକାରଙ୍କ ନିରବତାକୁ ନେଇ ଉଦବେଗ ସୃଷ୍ଟି ହୋଇଛି।...

ପଥର ପାଲଟି ଯାଇଛନ୍ତି ମୃତ ଛାତ୍ରଙ୍କ ମାଆ ଜେମାମଣି...କିସକୁ ପାଠ ପଢ଼ି ବଡ଼ ମଣିଷ ହେବାକୁ ଯାଇଥିବା ଅଲିଅଳ ପୁଅ ଶିବ ମୁଣ୍ଡା ଯେ ଆଉ ନାହିଁ, ସେ କଥା କହିବାକୁ ତୁଣ୍ଡ କେମିତି ବା ଲେଉଟନ୍ତା...ପୂର୍ବଦିନ ତ ଫୋନରେ କଥା ହେଇଥିଲା, କହିଥିଲା ମା- ମୋ ଜନ୍ମଦିନକୁ କେକ୍ ଆଣି ଆସିବୁ। 

Advertisment

ହେଲେ ତା ଆଗରୁ କିନ୍ତୁ ପ୍ରଥମେ ପୁଅ ବାଥରୁମରେ ପଡ଼ି ହସ୍ପିଟାଲରେ ଅଛି କହି, ଦେଖିବାକୁ ଯାଇଥିବା ବାପ ହାତରେ କିସ୍ କର୍ତ୍ତୃପକ୍ଷ କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ତାଙ୍କ ଟିକର ଘୁମୁରା ଗାଁକୁ ପଠାଇଦେଲେ ପୁଅର ମଲାଦେହ।... 
ସାଂଘାତିକ ଅଭିଯୋଗ । କିଟ୍ ପରେ କିସ୍ ମୁଣ୍ଡରେ କଳଙ୍କ । କିସରେ ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡାକୁ ମାରିଦେଲେ ?

କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଶିବ ମୁଣ୍ଡାଙ୍କ ବାପା ରଘୁନାଥଙ୍କ ଅଭିଯୋଗ ଅନୁସାରେ କାଲି ତାଙ୍କ ପାଖକୁ କିସରୁ ଫୋନ୍ ଆସିଥିଲା। ପୁଅ ଝାଡ଼ା ଗଲା ବେଳେ ପାଇଖାନାରେ ପଡ଼ି ଯାଇଛି, ଚିକିତ୍ସା ଚାଲିଛି ଶୀଘ୍ର ଆସ ବୋଲି କହିଥିଲେ। ଖବର ପାଇ ଭୁବନେଶ୍ବରରେ ରଘୁନାଥ ପହଞ୍ଚିବା ପରେ ତାଙ୍କ ପୁଅର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ପୋଷ୍ଟମର୍ଟମ ନକରାଇ ଆମ୍ବୁଲାନ୍ସ କରି ପୁଅର ମୃତଦେହ ନେଇଯିବାକୁ ବ୍ୟବସ୍ଥା କରିଦେଇଥିଲେ କିସ୍ କର୍ତ୍ତପକ୍ଷ । ଏହାସହ କିଛି କାଗଜରେ ତାଙ୍କଠାରୁ ସେମାନେ ଦସ୍ତଖତ କରାଇ ନେଇଥିବା ମଧ୍ୟ ରଘୁନାଥ କହିଛନ୍ତି।... 

Advertisment

କେନ୍ଦୁଝରରେ ମୃତଦେହ ଧରି ପହଞ୍ଚିବା ପରେ ସବୁକଥା ବୟାନ କରିଥିଲେ ରଘୁନାଥ । ପରିବାର ପରିଜନ ମୃତଦେହ ଦେଖିବା ପରେ ତାତି ଉଠିଥିଲେ। ମୃତ ଶିବଙ୍କ ବେକର ଦୁଇ ପାର୍ଶ୍ବରେ ଲାଲ୍ ମୋଟା ଦାଗ ରହିଥିବା ଦେଖାଯାଇଥିଲା। ଝାଡ଼ା ଯାଇଥିବା ଶିବ ପାଇଖାନାରେ ପଡ଼ି ମୃତ୍ୟୁବରଣ କରିଥିବା ସ୍କୁଲ କର୍ତ୍ତପକ୍ଷ କହିଥିଲା ବେଳେ ତଳେ ପଡ଼ିଲେ ବେକରେ କିଭଳି ଦାଗ ହେବ ବୋଲି ପ୍ରଶ୍ନ କରିଥିଲେ ପରିବାର। ପରେ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଥିଲେ। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଏବଂ ଏହାର ପ୍ରକୃତ ତଦନ୍ତ କରାଯିବାକୁ ଦାବି କରିଥିଲେ ପରିବାର । ଏହା ସହ କୋଟିଏ ଟଙ୍କାର କ୍ଷତିପୂରଣ ଦେବାକୁ ଅଡ଼ି ବସିଥିଲେ । ଟାଉନ ଥାନା ପୋଲିସ ଏନେଇ ଏକ ଜିରୋ ଏଫ୍ଆଇଆର୍ କରିଥିବା ବେଳେ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରତିଶ୍ରୁତି ଦେଇଛନ୍ତି । 

ଏଠାରେ ପ୍ରଶ୍ନ ଉଠୁଛି ନବମ ଛାତ୍ର ଶିବ ମୁଣ୍ଡାଙ୍କ ମୃତ୍ୟୁ ହେଲା କିପରି ?

ଯଦି ପାଇଖାନାରେ ପଡ଼ି ମୃତ୍ୟୁ ହେଲା ତେବେ ଅନ୍ୟ କେଉଁଠି କିଛି ଦାଗ ନଥାଇ ବେକରେ ଦାଗ ଲାଗିଲା କିଭଳି ? ପାଇଖାନାରେ ପଡ଼ି ମୃତ୍ୟୁ ହୋଇଥିଲେ, ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏଭଳି ମୃତ୍ୟୁ ଘଟଣାକୁ ସ୍ଥାନୀୟ ପୋଲିସଠୁ ଲୁଚାଇ ପରିବାର ଲୋକଙ୍କୁ ମୃତଦେହ ଦେଇ ଘରକୁ ପଠାଇ ଦେବାର କାରଣ କଣ ? ଯଦି ଦୁର୍ଘଟଣାରେ ମୃତ୍ୟୁ ବେକର ଦାଗ କେଉଁଠୁ ଆସିଲା ? କିସ୍ କର୍ତ୍ତୃପକ୍ଷ ପୋଷ୍ଟମର୍ଟମ କରାଇଲେ ନାହିଁ କାହିଁକି ? କେଉଁ ଲେଖା ତଳେ ରଘୁନାଥଙ୍କ ଦସ୍ତଖତ କରାଇ ମୃତଦେହ ଦେଲେ କିସ୍ ଅଧିକାରୀ ? ଏ ସମସ୍ତ ବିଷୟରେ ଆମେ ଜାଣିବା ପାଇଁ କିଟ୍ ଏବଂ କିସ୍ ଲୋକ ସଂପର୍କ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ତାହା ମିଳିପାରିନାହିଁ।

ସେପଟେ ବର୍ଷକ ମଧ୍ୟରେ କିଟ୍ ଓ କିସରେ ଛାତ୍ରଛାତ୍ରୀ ମୃତ୍ୟୁର ଇଏ ହେଉଛି ଚତୁର୍ଥ ଘଟଣା। ଏଭଳି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍।

ଏବେ କଥା ଉଠୁଛି କିସରେ ସନ୍ଦେଜନକକ ଅବସ୍ଥାରେ ଏ ଛାତ୍ର ମୃତ୍ୟୁର କିଏ କରିବ ତଦନ୍ତ? କେମିତି ପଦାକୁ ଆସିବ ଛାତ୍ର ମୃତ୍ୟୁର ରହସ୍ୟ। ପୂର୍ବରୁ ଏଇ ଭଳି ଭାବେ କୌଣସି ଛାତ୍ର ମୃତ୍ୟୁର ତଥ୍ୟ ଲୁଚାଇଛନ୍ତି କି କିସ୍ କର୍ତ୍ତୃପକ୍ଷ।....

KISS Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ