Advertisment

Death Threat to Actor Satyaki Mishra: ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ ! ବହି ଦୋକାନ ମାଲିକାନାକୁ ନେଇ ବିବାଦ

ଅଭିନେତା ସାତ୍ୟକୀ ମିଶ୍ର ଓ ତାଙ୍କ ବାପାଙ୍କୁ ଜୀବନରୁ ମାରିଦେବାକୁ ଧମକ। ପୈତୃକ ସମ୍ପତ୍ତି ଓ ବ୍ୟାବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଉଗ୍ର ହୋଇଛି ପାରିବାରିକ କନ୍ଦଳ। ପୁସ୍ତକ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡେଣ୍ଟ ଷ୍ଟୋରକୁ ନେଇ ଦୁଇ ବଡ଼ବାପାଙ୍କ ପୁଅ ହତ୍ୟା ଧମକ ଦେଉଥିବା ସାତ୍ୟକୀ ଅଭିଯୋଗ କରିଛନ୍ତି।

Satyaki Mishra

Satyaki Mishra Photograph: (OTV)

Advertisment

ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ !
ବହି ଦୋକାନ ମାଲିକାନାକୁ ନେଇ ବିବାଦ
ବଇରୀ ସାଜିଛନ୍ତି ବଡ଼ବାପାଙ୍କ ପୁଅ !

Advertisment

ଗତ ୬ ତାରିଖ ସନ୍ଧ୍ୟାରେ ସାତ୍ୟକୀଙ୍କ ଘରେ ପଶି ତାଙ୍କ ୮୪ ବର୍ଷୀୟ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କ ସହ ଯୁକ୍ତିତର୍କ କରିଥିଲେ ବଡ଼ବାପାଙ୍କ ଦୁଇ ପୁଅ ସବ୍ୟସାଚୀ ଓ ସୌମିତ୍ରୀ ମିଶ୍ର। ବାଲୁବଜାର ସ୍ଥିତ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟସ ଷ୍ଟୋର’ ର ମାଲିକାନାକୁ ନେଇ ହୋଇଥିଲା ଉଚ୍ଚବାଚ୍ଚ।

କଥାବାର୍ତ୍ତା ସମୟର ଅଡିଓ ନଥିଲେ ମଧ୍ୟ, ସବ୍ୟସାଚୀଙ୍କ ଅଙ୍ଗଭଙ୍ଗୀ ହିଁ କହୁଛି, କିଭଳି ଘରେ ପଶି ସିଧାସଳଖ ନୃସିଂହ ଏବଂ ପୂରା ପରିବାରକୁ ଧମକ ଦେଇଥିଲେ। ଏପଟେ ବିବାଦୀୟ ଦୋକାନରେ ମଧ୍ୟ ଗାଳିଗୁଲଜ କରୁଥିବାର ଦୃଶ୍ୟ ରେକର୍ଡ ହୋଇଛି ଆଉ ଏକ ସିସିଟିଭିରେ। ଯାହାକୁ ନେଇ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ଓଲିଉଡ୍ ଅଭିନେତା ସାତ୍ୟକୀ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି କଟକ ଡିସିପିଙ୍କୁ ଭେଟି ଉଭୟ ସୁରକ୍ଷା ଓ ନ୍ୟାୟ ଦାବି କରିଛନ୍ତି। 

Advertisment

କଟକ ଷ୍ଟୁଡେଣ୍ଟସ ଷ୍ଟୋର୍ ମାଲିକାନାକୁ ନେଇ ଗଣ୍ଡଗୋଳ

ସାତ୍ୟକୀଙ୍କ ଅଭିଯୋଗ, ପୈତୃକ ସମ୍ପତ୍ତିକୁ ନେଇ ଦୀର୍ଘ ୩୫ ବର୍ଷଧରି ଦୁଇ ପରିବାର ମଧ୍ୟରେ କନ୍ଦଳ ଲାଗି ରହିଥିବାବେଳେ କଟକ ଷ୍ଟୁଡେଣ୍ଟସ ଷ୍ଟୋର୍ ମାଲିକାନାକୁ ନେଇ ଉଗ୍ର ହୋଇଛି ଗଣ୍ଡଗୋଳ। ସାତ୍ୟକୀଙ୍କ ଜେଜେବାପା ସଂପୃକ୍ତ ବହି ଦୋକାନକୁ ତାଙ୍କ ବାପା ଅର୍ଥାତ ନୃସିଂହ ମିଶ୍ରଙ୍କୁ ପ୍ରଦାନ କରିଥିଲେ। ହେଲେ ଏବେ ବଡ଼ବାପାଙ୍କ ଦୁଇ ପୁଅ ଏହି ସଂସ୍ଥାକୁ ବେଆଇନ ଭାବେ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି। 

ଏଥିପାଇଁ ଗତ ୬ ତାରିଖରେ ଘରକୁ ଯାଇ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଥିସହ ଘରର ମହିଳାଙ୍କ ପ୍ରତି ଅଶୋଭନୀୟ ଆଚରଣ ଦେଖାଇଥିଲେ। ସେପଟେ ସାତ୍ୟକୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମିତ୍ରୀ ମିଶ୍ର। କହିଛନ୍ତି, ଏହା ପାରିବାରିକ ଅନୁଷ୍ଠାନ ହୋଇଥିଲେ ମଧ୍ୟ ନୃସିଂହ ମିଶ୍ର ବ୍ୟବସାୟର କୌଣସି ଲାଭ ଦେଉନାହାନ୍ତି। ଏବେ ଭାଗ ମାଗିବାରୁ ମିଛ ଅଭିଯୋଗ କରାଯାଉଥିବା କହିଛନ୍ତି ସୌମିତ୍ରୀ । 

Advertisment

Satyaki Mishra Death Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ