Unique-Marriage Photograph: (OTV)
ଆପଣ ବାହାଘର ତ ବହୁତ ଦେଖିଥିବେ, ହେଲେ ଏବେ ଗୋପବନ୍ଧୁ ସାର୍ ଙ୍କ ବିବାହ ଉତ୍ସବକୁ ନେଇ ଭାରି ଚର୍ଚ୍ଚା । ନିଜ ବାହାଘରରେ ସାର୍ ଏମିତି କାମ କରିଛନ୍ତି, ସମସ୍ତେ କହୁଛନ୍ତି ବାଃ ବାଃ । ଯେଉଁଠି ଅନ୍ୟମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭୋଜିଭାତ, ନାଚଗୀତରେ ଲକ୍ଷ ଲକ୍ଷ ଟଙ୍କା ଉଡାଉଛନ୍ତି, ସେଠି ସାର୍ ବୃକ୍ଷଦାନ, ବସ୍ତ୍ରଦାନ ଓ ରକ୍ତଦାନ ଶିବିର କରି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
ଚାନ୍ଦବାଲି ବ୍ଲକ ମାଧପୁର ଗ୍ରାମର ସମାଜସେବୀ ତଥା ଶିକ୍ଷକ ଗୋପବନ୍ଧୁ ବାରିକ । ଛୋଟ ବେଳୁ ସମାଜସେବାରେ ତାଙ୍କର ରୁଚି ଥିଲା । ବାପା ଗୌରାଙ୍ଗ ବାରିକଙ୍କ ଦେହାନ୍ତ ପରେ ବହୁ ଦୁଃଖକଷ୍ଟରେ ପାଠ ପଢିଥିଲେ । ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଲାଭ ଓ ଶିକ୍ଷକତା କରିବା ପରେ ମଧ୍ୟ ବିଭିନ୍ନ ସାମାଜିକ ସଂଗଠନ ସହିତ ଯୋଡି ହୋଇ ସାମାଜସେବା କରିଆସୁଥିଲେ । ଚାନ୍ଦବାଲି ବ୍ଲକ ଆଙ୍କପଡା ଗ୍ରାମର ଗୀତାରାଣୀଙ୍କ ସହିତ ଗୋପବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଦୁଇ ଶହରୁ ଊର୍ଦ୍ଧ୍ବ ବୃକ୍ଷଦାନ ଓ ଏକ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି ଗୋପବନ୍ଧୁ ।
ରକ୍ତ ଦାନ ମହତ ଦାନ
ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ SDPO ଓ ଅନ୍ୟ ବର୍ଗର ଅଧିକାରୀମାନେ ଉଦଘାଟନ କରିଥିଲେ । ଏଠାରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହାସହିତ ଗରିବ ଓ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ଶୀତବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରି ଆଶୀର୍ବାଦ ନେଇଛନ୍ତି ନବ ଦମ୍ପତି । ତାଙ୍କର ଏପରି ସେବା କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ବି ଏପରି ଜନହିତକାର କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ଗୋପବନ୍ଧୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/unique-marriage-2025-12-04-19-20-06.jpg)