୯୨ ବର୍ଷରେ ମୃତ୍ୟୁ ପରେ ଆଖି ଓ ଶରୀର ଦାନ Photograph: (OTV)
୯୨ ବର୍ଷ ବୟସରେ ସ୍ୱାଭାବିକ ମୃତ୍ୟୁ ପରେ ସମାଜର କଲ୍ୟାଣ ପାଇଁ ନିଜ ଶରୀର ଦାନ କରି ଅମର ହୋଇଯାଇଛନ୍ତି ଠେଙ୍ଗାଧର ଗ୍ରାମର ବୃଦ୍ଧା ଅନୁସୂୟା ନାୟକ। ଗଂଜାମ ବେଲଗୁଣ୍ଠା ବ୍ଲକ ଠେଙ୍ଗାଧର ଗ୍ରାମର ବାସିନ୍ଦା ଅନୁସୂୟାଙ୍କ ଶନିବାର ସନ୍ଧ୍ୟା ସମୟରେ ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଶରୀର ଦାନ କରିବା ପାଇଁ ତାଙ୍କ ନାତି ଶୁଭକାନ୍ତ ନାୟକ ମନରେ ଚିନ୍ତା କରିଥିଲେ। ତାଙ୍କ ତିନି ପୁଅଙ୍କ ସହ ଆଲୋଚନା କରିବା ପରେ ସେମାନେ ସମ୍ମତି ଜଣାଇଥିଲେ।
ପରେ ଡାକ୍ତରଙ୍କ ସହ କଥା ହୋଇ ମାତ୍ର ୩ ଘଣ୍ଟା ମଧ୍ୟରେ ୧୦୦ କିଲୋମିଟର ଦୂର ବ୍ରହ୍ମପୁର ଏମକେସିଜି ମେଡିକାଲରେ ପଂହଚାଇ ଥିଲେ ଶରୀର। ତାଙ୍କ ସମ୍ପୂର୍ଣ୍ଣ ଭଲଥିବା ଦୁଇ ଆଖି ଓ ଶରୀରକୁ ଦାନ କରିଛନ୍ତି। ତାଙ୍କ ଦୁଇ ଆଖି ଦୁଇଜଣ ଉପକୃତ ହୋଇପାରିବେ ଓ ଶରୀର ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଡାକ୍ତରୀ ପାଠ ପାଇଁ ସହାୟକ ହେବ।
ତେବେ ଶୁଭକାନ୍ତ ମୃତ୍ୟୁ ପରେ ନିଜ ଶରୀରକୁ ଦାନ କରିବା ପାଇଁ ୨୦୨୩ ମସିହାରେ ଚୁକ୍ତିନାମା କରିସାରିଛନ୍ତି। ତାଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହେବ ତାହା ଜଣା ନାହିଁ। କିନ୍ତୁ ପରିବାର ଲୋକଙ୍କୁ ବୁଝାସୁଝା କରି ଜେଜେ ମା’ଙ୍କ ଶରୀର ଦାନ କରିଥିବାରୁ ସେ ଓ ତାଙ୍କ ପରିବାର ମହିଳାମାନେ ଗର୍ବିତ ଅନୁଭବ କରିଛନ୍ତି ।
ମା ଚାଲିଯିବା ଦୁଃଖ ଗୋଟିଏ ପକ୍ଷରେ ଥିବାବେଳେ ମା’ଙ୍କ ଶରୀର ସମାଜ ମଙ୍ଗଳ ପାଇଁ ଲାଗିବ ଏଣୁ ମୃତ୍ୟୁ ପରେ ମଧ ମା’ ଅମର ରହିବେ ବୋଲି ପୁଅ ଭଂଜକିଶୋର ନାୟକ ପ୍ରକାଶ କରିଛନ୍ତି। ତେବେ ଶରୀରର ନଖ ଓ ଚୁଟି ରଖାଯାଇଛି ଏହାକୁ ନେଇ ରୀତିନୀତି ଅନୁସାରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/woman-donates-eyes-and-body-2026-01-11-21-14-27.jpg)