Advertisment

କରୋନାରେ ୭ ଓଡ଼ିଆ ଆଇନଜୀବୀଙ୍କ ପରଲୋକ

ଭୁବନେଶ୍ଵର : କରୋନା ମହାମାରୀ ସ୍ଥିତିରେ ଦିଲ୍ଲୀରେ ରହୁଥିବା ୭ ଜଣ ଓଡ଼ିଆ ଆଇନଜୀବୀଙ୍କ ପରଲୋକ ଘଟିଛି । ଇହଧାମ ତ୍ୟାଗ କରିଥିବା ଓଡ଼ିଆ ଆଇନଜୀବୀଙ୍କୁ ଭର୍ଚୁଆଲ ଯୋଗେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଓଡ଼ିଆ ଆଇନଜୀବୀ ସଂଘର ସଦସ୍ୟମାନେ ଏହି ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମରେ…

କରୋନାରେ ୭ ଓଡ଼ିଆ ଆଇନଜୀବୀଙ୍କ ପରଲୋକ

corona

Advertisment

ଭୁବନେଶ୍ଵର : କରୋନା ମହାମାରୀ ସ୍ଥିତିରେ ଦିଲ୍ଲୀରେ ରହୁଥିବା ୭ ଜଣ ଓଡ଼ିଆ ଆଇନଜୀବୀଙ୍କ ପରଲୋକ ଘଟିଛି । ଇହଧାମ ତ୍ୟାଗ କରିଥିବା ଓଡ଼ିଆ ଆଇନଜୀବୀଙ୍କୁ ଭର୍ଚୁଆଲ ଯୋଗେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଓଡ଼ିଆ ଆଇନଜୀବୀ ସଂଘର ସଦସ୍ୟମାନେ ଏହି ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଆଇନଜୀବୀ ସଦସ୍ୟଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଡ଼ିଶା ହାଇକୋର୍ଟ ଜଷ୍ଟିସ ସଂଜୀବ ପାଣିଗ୍ରାହୀ, ସୁପ୍ରିମ୍‌କୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ, ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମା, ସୁପ୍ରିମ୍‌କୋର୍ଟ ବାର୍‌ ଉପସଭାପତି ପ୍ରଦୀପ ରାୟ, ଭାଷା ଆନ୍ଦୋଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରୁଣ ଭରଦ୍ୱାଜ, ଦିଲ୍ଲୀ ଓଡ଼ିଶା ଓକିଲ ସଂଘର ସଭାପତି ପ୍ରମଥ ନାଥ ମିଶ୍ର ପ୍ରମୁଖ ଭର୍ଚୁଆଲ ଯୋଗେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇ ଶୋକବ୍ୟକ୍ତ କରିଥିଲେ।

Advertisment

ସେପଟେ ରାଜଧାନୀ ଭୁବନେଶ୍ଵରରେ ପୁଣି ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୫୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୭ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୮୯୬ ଜଣ ସୁସ୍ଥ ହୋଇଥିବା ମଧ୍ୟ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥର ଭୁବନେଶ୍ୱରସ୍ଥିତ ପୁରୁଣା ସହରରୁ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆ ଅଞ୍ଚଳରୁ ୬୪ ଜଣ, ନୟାପଲ୍ଲୀରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରପଡ଼ା, ବରମୁଣ୍ଡା ଓ ଡୁମଡୁମାରୁ ୩୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । ଭୁବନେଶ୍ୱରରେ ଏବେ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ୬୩ ହଜାର ୬୪୯ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୫୧ ଜହାର ୦୫୬ ଜଣ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ