Ganja Photograph: (OTV)
ଅନୁଗୁଳ ପୋଲିସକୁ ବଡ଼ ସଫଳତା। ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ। ଟ୍ରକରେ ଥିଲା ୬୩ ବସ୍ତା ଗଞ୍ଜେଇ। ୬୩ ବସ୍ତା ଗଞ୍ଜେଇ ସହ ଟ୍ରକ୍ ମାଲିକ ଗିରଫ। ଜବତ ଗଞ୍ଜେଇର ପରିମାଣ ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ। ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଗଞ୍ଜେଇ ବେପାରୀ ତଥା ଟ୍ରକର ମାଲିକ ଗଞ୍ଜେଇକୁ କନ୍ଧମାଳରୁ ଆଣି ଝାଡ଼ଖଣ୍ଡ ଓ ବିହାରକୁ ପଠାଇବାକୁ ଯୋଜନା କରିଥିଲା। ଗଞ୍ଜେଇ ବୋଝେଇ ଟ୍ରକ ନିଶା ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ଜେଏସପିଏଲ ଫେଜ୍-୨ ନିକଟରେ ଥିବା ସମୟରେ ଖବର ପାଇଥିଲା ଅନୁଗୁଳ ଜିଲ୍ଲା ପୁଲିସ।
ଅନୁଗୁଳ ଏସପି ରାହୁଲ ଜୈନଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ ଓ ନିଶା ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଟ୍ରକରୁ ଗଞ୍ଜେଇ ଜବତ କରିଛନ୍ତି ।
ବିପୁଳ ପରିମାଣର ଗଞ୍ଜେଇ ଜବତ
ଗଞ୍ଜେଇ ବୋଝେଇ ଟ୍ରକ୍ ଧରିଲା ପୋଲିସ
୬୩ ବସ୍ତା ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ
୧୫ କୁଇଣ୍ଟାଲ୍ ୭୩ କିଲୋଗ୍ରାମ ଗଞ୍ଜେଇ ଜବତ
ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/ganja-2026-02-19-19-31-40.jpg)