ପାଟଣାଗଡ଼: ଘର ଭିତରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତଦେହ ଉପରେ କମ୍ବଳ ଘୋଡ଼ା ହୋଇଥିବା ଦେଖିବାକୁ ମିଳିଛି।
ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ, ୩ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ୬ ଜଣଙ୍କ ସଦସ୍ୟ ପଡ଼ି ରହିଥିବା ନେଇ ସ୍ଥାନୀୟ ଲୋକ ପୋଲିସ୍କୁ ଖବର ଦେଇଥିଲେ।
ସମସ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଅତିରିକ୍ତ ଏସ୍ପି ସ୍ପଷ୍ଟ କରିଛନ୍ତି। ତେବେ କେଉଁ କାରଣ ଯୋଗୁ ଏମାନଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us