diarrhea
ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ନୂଆପଡ଼ା ଜିଲ୍ଲା ପଦ୍ମପୁର ଉପଖଣ୍ଡ ଭେଙ୍ଗରାଜପୁରରେ ଗାଁରେ ଏକୋଇଶିଆ ଭୋଜି ଖାଇ ୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ସହିତ ପାଇକମାଲ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ କିଛି ଶିଶୁ ବି ଅଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଗାଁର ଆନନ୍ଦ ମୁଟକିଆଙ୍କ ପୁଅର ଏକୋଇଶିଆ ଭୋଜି ଥିଲା। ଗ୍ରାମବାସୀମାନେ ଭୋଜି ଖାଇ ଘରକୁ ଫେରିବା ପରେ ଜଣେ ପରେ ଜଣେ ଅସୁସ୍ଥ ଅନୁଭବ କରିଥିଲେ। ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା।
ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ କହିଛନ୍ତି,“ଗତକାଲି କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ଆଉ ଦୁଇ ତିନି ଜଣ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/diarrhea_1626506571.jpg)