Advertisment

୫ ବର୍ଷ ଶିଶୁକୁ ଝୁଣି ଖାଇଲେ କୁକୁର ପଲ

୫ ବର୍ଷ ଶିଶୁକୁ ଝୁଣି ଖାଇଲେ କୁକୁର ପଲ ପାଖରେ ଥିଲେ ବଡ଼ ଭାଇ, ହେଲେ ଶୁଣିପାରିଲେନି ଭାଇର ଚିତ୍କାର କୁର ପଲ ଶିଶୁଟିର ଶରୀର କ୍ଷତବିକ୍ଷତ କରିବା ସହ ତଣ୍ଟି କଣା କରି ଦେଇଛନ୍ତି ଜୟପୁର: ରକ୍ତମୁଖା ବୁଲା କୁକୁରଙ୍କ…

ଅଦ୍ୟତନ ହୋଇଛି
୫ ବର୍ଷ ଶିଶୁକୁ ଝୁଣି ଖାଇଲେ କୁକୁର ପଲ

stray dog

Advertisment
  • ୫ ବର୍ଷ ଶିଶୁକୁ ଝୁଣି ଖାଇଲେ କୁକୁର ପଲ
  • ପାଖରେ ଥିଲେ ବଡ଼ ଭାଇ, ହେଲେ ଶୁଣିପାରିଲେନି ଭାଇର ଚିତ୍କାର
  • କୁର ପଲ ଶିଶୁଟିର ଶରୀର କ୍ଷତବିକ୍ଷତ କରିବା ସହ ତଣ୍ଟି କଣା କରି ଦେଇଛନ୍ତି
Advertisment

ଜୟପୁର: ରକ୍ତମୁଖା ବୁଲା କୁକୁରଙ୍କ ଆକ୍ରମଣରେ ଚାଲିଗଲା ୫ ବର୍ଷ ଶିଶୁର ଜୀବନ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍‌ ଅନ୍ତର୍ଗତ କୁସୁମଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, କୁସୁମଗୁଡା ଗାଁର ସାଧୁ ପରଜାଙ୍କ ୨ ପୁଅ ଗାଁ ନିକଟରେ ଥିବା କୁର୍ଲୁ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସାନ ଭାଇକୁ ତୋଟାରେ ବସାଇ ବଡ଼ ଭାଇ ନଦୀରେ ଗାଧୋଉଥିଲେ। ଏହି ସମୟରେ କୁକୁର ପଲ ଆସି ସାନ ଭାଇକୁ ଆକ୍ରମଣ କରିଥିଲେ। ଶିଶୁଟି ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଜୋରରେ ଚିତ୍କାର କରିଥିଲେ। ହେଲେ ଶିଶୁଟିର ଚିତ୍କାର ବଡ଼ ଭାଇ ଶୁଣି ପାରିନଥିଲେ। ବଡ଼ ଭାଇ ବଧିର ହୋଇଥିବାରୁ ସାନ ଭାଇର ଚିତ୍କାର ଶୁଣି ପାରିନଥିଲେ। ସେହି ସମୟରେ ସେଇ ବାଟ ଦେଇ ଯାଉଥିବା ଜଣେ ବୃଦ୍ଧା ଶିଶୁଟିକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସେ ବିଫଳ ହୋଇଥିଲେ।

ବଡ଼ ଭାଇ ଗାଧୋଇ ସାରି କୂଳକୁ ଆସିଲା ବେଳକୁ ସାନ ଭାଇର ମୃତ୍ୟୁ ଘଟି ସାରିଥିଲା। କୁକୁର ପଲ ଶିଶୁଟିର ଶରୀର କ୍ଷତବିକ୍ଷତ କରିବା ସହ ତଣ୍ଟି କଣା କରି ଦେଇଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା କୁସମଗୁଡା ଗାଁର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

ସ୍ଥାନୀୟ  ଲୋକଙ୍କ କହିବା ଅନୁସାରେ, ଏହି ହିଂସ୍ର କୁକୁର ଦଳ ଶିଶୁଟିକୁ ଶିକାର କରିବା ପୂର୍ବରୁ କୁସୁମଗୁଡା ନିକଟସ୍ଥ ଡକ୍ରାଗୁଡା ଗାଁରେ ଉତ୍ପାତ ମଚାଇ ଥିଲେ। ଗାଈ ଗୋଠ ଉପରେ ଆକ୍ରମଣ କରିବା ସହ କୁକୁର ପଲ ୨ଟି ଛେଳିକୁ ମାରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ