Advertisment

ରଥ ଯାତ୍ରା ପାଇଁ ୪ ଥର ହେବ କରୋନା ଟେଷ୍ଟ୍‌

ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବା ନେଇ ସୂଚନା ମିଳିଛି।

ଅଦ୍ୟତନ ହୋଇଛି
ରଥ ଯାତ୍ରା ପାଇଁ ୪ ଥର ହେବ କରୋନା ଟେଷ୍ଟ୍‌

rathajatra

Advertisment

ପୁରୀ: ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବା ନେଇ ସୂଚନା ମିଳିଛି। ସେବାୟତ, ପୋଲିସ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କ ସମସ୍ତଙ୍କର କରୋନା ଟେଷ୍ଟ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ, ଗୁଣ୍ଡିଚା ଯାତ୍ରା ପୂର୍ବରୁ ଓ ବାହୁଡ଼ା ଯାତ୍ରା ପୂର୍ବରୁ ଏବଂ ନୀଳାଦ୍ରି ବିଜେର ୧୫ ଦିନ ପରେ କୋଭିଡ୍ ଟେଷ୍ଟ ହେବ ବୋଲି ସୂଚନା ମିଳିଛି। ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର RTPCR ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ସଂପୃକ୍ତ ସମସ୍ତ ସେବାୟତ ଓ ଅଧିକାରୀଙ୍କୁ ଟିକାକରଣ ଉପରେ ଫୋକସ୍ ମଧ୍ୟ କରାଯାଇଛି। ଏଥିସହ ଯୋଗସୂତ୍ର ସ୍ଥାପନ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ସମ୍ପୃକ୍ତ  ଅଧିକାରୀ ଜଣକ ଶ୍ରୀମନ୍ଦିର ପ୍ରଶାସନ ଓ CDMO ଅଫିସ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ ବୋଲି ସୂଚନା ମିଳିଛି।

Advertisment

ତେବେ ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ  ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର କହିଛନ୍ତି। ତେବେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି।

ଏଥର ବି କଟିଯିବ ଭଗବାନଙ୍କ ସହ ଭାବର ଡୋର । ରଥ ଉପରେ ଚକାନୟନ ସହ ମିଶିବନି ଭକ୍ତର ନୟନ । ମହାକାଳରୂପୀ କରୋନାର କହର ଭିତରେ ଶହ ଶହ ବର୍ଷର ପରମ୍ପରା ରକ୍ଷା ଲାଗି କେବଳ ଆଦି ପୀଠ ପୁରୀରେ ଘୋଷ ଯାତ୍ରା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ବିନା ଭକ୍ତରେ ଏଥର ବି ମହାପ୍ରଭୁଙ୍କ ରଥ ଗଡ଼ିବା କଥା ଶୁଣି ମନଉଣା କୋଟି ଓଡ଼ିଆଙ୍କର ।

Advertisment

ଆଖି ଛଳ ଛଳ କାଳିଆ ପ୍ରେମୀଙ୍କର ଏଇ କରୋନା ପାଇଁ ଗଲା ବର୍ଷ ଚର୍ମ ଚକ୍ଷୁରେ ଘୋଷ ଯାତ୍ରା ଦେଖିପାରିନଥିଲା ଭକ୍ତ । ଆଉ ଏବର୍ଷ ପୁଣି ପୁନରାବୃତ୍ତି । କେହି କେହି ଏହାକୁ ମହାବାହୁଙ୍କ ଇଚ୍ଛା ବୋଲି କହୁଥିବାବେଳେ ଆଉ କେହି କେହି ଜୀବନ ଥିଲେ ଆରବର୍ଷକୁ ଆସି ହେବ ବୋଲି କହୁଛନ୍ତି । ଏମିତିକି ଶ୍ରୀକ୍ଷେତ୍ରର ଅନେକ ମଠର ମହନ୍ତମାନେ ବି ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ହେଲେ ଯେଉଁ ଭକ୍ତ ପ୍ରତି ବର୍ଷ ରଥ ଉପରେ କାଳିଆର ସୀନିଧ୍ୟ ପାଇଁ ଦୂରରୁ ଧାଇଁ ଆସନ୍ତି, ସେମାନଙ୍କ ମନରେ ପାହାଡ଼ ଭଳି ଛିଡ଼ା ହୋଇଛି ଦୁଃଖ ଓ କ୍ଷୋଭ ।

Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ