Advertisment

Cuttack Turn into Security Zone: କଟକରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ, ଫଢ଼ନ୍ତୁ ଗୋଟିଏ କ୍ଲିକରେ

ଗତ ରାତି ୧୦ଟାରୁ କଟକରେ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ସହରର ବିଭିନ୍ନ ସ୍ଥାନ ପୋଲିସ୍ ଛାଉଣୀରେ ପରିଣତ ହୋଇଛି। ଜାଣି ରଖନ୍ତୁ ଏହି ସମୟରେ କଟକରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ।

CTC

CTC Photograph: (OTV)

Advertisment

୩୬ ଘଣ୍ଟା ପାଇଁ କଟକରେ କର୍ଫ୍ୟୁ । ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ । CMC, CDA ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ କରାଯାଇଛି । ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍, ସ୍ନାପଟାପ୍, ଏକ୍ସ ସମେତ ସମସ୍ତ ସୋସିଆଲ୍ ମିଡିଆ ସାଇଟ୍ ବ୍ୟାନ୍ ହୋଇଛି । ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି। ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗିଛି । ଯେଉଁମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମେଡିକାଲ୍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ସ୍ଥିତି ଦେଖି କର୍ଫ୍ୟୁ କୋହଳ କିମ୍ବା ବୃଦ୍ଧି ହେବ । 

Advertisment

-ପେଟ୍ରୋଲ୍ ପମ୍ପ, ହସ୍ପିଟାଲ୍, ମେଡିସିନ୍ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା 
-କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୋଲିସ୍ କମିଶନରଙ୍କ ସୂଚନା
-ଅଧିକ ବସ୍ ଚଳାଚଳ ନ କରିବା ପାଇଁ ପୋଲିସ୍ ପକ୍ଷରୁ ବିଶେଷ ଅନୁରୋଧ
-କଟକ ସହରରେ ଥିବା ସବୁ ସରକାରୀ ଅଫିସ୍ ଓ SCB ମେଡିକାଲ୍ ଖୋଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ