corona death
ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁଛି । ଗତ ୨୪ ଘଣ୍ଟାରେ ପୁଣି ୨୧ ଜଣଙ୍କ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି । ସେହିପରି ଆଜି ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୦,୪୯୨ରେ ପହଞ୍ଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୧,୮୦୫ ଜଣ କ୍ୱାରେନ୍ଣ୍ଟାଇନ୍ରୁ ଥିବାବେଳେ ସ୍ଥାନୀୟ ସଂକ୍ରମଣ ଅଛନ୍ତି ୬,୬୧୧ ଜଣ ।
ରାଜ୍ୟରେ ସଂକ୍ରମଣ ଯେପରି ବଢ଼ୁଛି, ମୃତ୍ୟୁ ସଂଖ୍ୟା ମଧ୍ୟ ସେହିପରି ସମାନ୍ତରାଳ ଭାବେ ବଢ଼ି ଚାଲିଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ଜଣ ପ୍ରାଣ ହରାଇଛନ୍ତି । ସେହିପରି ଗତକାଲି ପରି ଆଜି ବି ଅନୁଗୁଳ ଜିଲ୍ଲାରୁ ୩ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପଟେ କଳାହାଣ୍ଡି, କେନ୍ଦ୍ରାପଡ଼ା,ପୁରୀ ,ସୁନ୍ଦରଗଡ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି ମୃତକ । ସେହିପରି ବୌଦ୍ଧ , ଗଜପତି, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-death-1_1621049824.jpg)