Advertisment

Road to 2026:୨୦୨୬ରେ କେଉଁ ଦଳ ପାଇଁ କ’ଣ ବଡ଼ ଚାଲେଞ୍ଜ, ବିଜେଡିରେ ଉତ୍ତରାଧିକାରୀକୁ ନେଇ ବିଦ୍ରୋହ

କେମିତି ରହିବ ନୂଆବର୍ଷ ରାଜନୀତି ? କେଉଁ ଦଳ ଆଗରେ କି ବଡ଼ ଚ୍ୟାଲେଞ୍ଜ ? ବିଜେପି ଓ ମୋହନ ସରକାର ପାଇଁ ଆହ୍ବାନର ବର୍ଷ । ଉତ୍ତରାଧିକାରୀକୁ ନେଇ ବିଜେଡିରେ ବିଦ୍ରୋହ । ଅସ୍ତିତ୍ବ ଲଢ଼େଇରୁ କିଭଳି ଉଠିବ କଂଗ୍ରେସ ?

POLITICAL-PARTY

POLITICAL-PARTY Photograph: (OTV)

Advertisment

ନୂଆବର୍ଷ କେଉଁ ଦଳ ପାଇଁ କଣ ବଡ଼ ଚ୍ୟାଲେଞ୍ଜ। ବିଜେଡିରେ ଉତ୍ତରାଧିକାରୀକୁ ନେଇ ବିଦ୍ରୋହରେ ବ୍ରେକ ଲଗାଇବା ନବୀନଙ୍କ ଆଗରେ ବଡ଼ ଆହ୍ବାନ ହେବ। ସେହିପରି କଂଗ୍ରେସରେ କନ୍ଦଳ ସହ ମୋକିମ୍ ଝଡ଼ ବଡ଼ ସମସ୍ୟା ଠିଆ କରିପାରେ। ଅନ୍ୟପଟେ ବିଜେପି ପାଇଁ ଏବର୍ଷ ବଡ଼ ଆହ୍ବାନଭରା ହେବ। ବୋର୍ଡ ନିଗମ ନିଯୁକ୍ତି ସହ ଖାଲି ହେବାକୁ ଥିବା ରାଜ୍ୟସଭା ପ୍ରାର୍ଥୀ ଚୟନ ଚ୍ୟାଲେଞ୍ଜ ହେବ। ଏସବୁ ଭିତରେ ରାଜ୍ୟ ରାଜନୀତିକୁ ନେଇ ଚମକାଇଲା ଭଳି ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍।...

Advertisment

ନୂଆବର୍ଷ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜର ବର୍ଷ ହେବ। ବିଜେଡି ଆଗରେ କର ବା ମର ସ୍ଥିତି। ବିପର୍ଯ୍ୟୟ ପରେ ଦଳରେ ଉତ୍ତରାଧିକାରୀ ଚୟନକୁ ନେଇ ବିଦ୍ରୋହ ବଢୁଛି। ପାଣ୍ଡିଆନ୍ ଦମ୍ପତିଙ୍କୁ ନେଇ ଦଳ ଫାଳଫାଳ। ବିଜେଡିରେ ବିଦ୍ରୋହ ଓ ଅସନ୍ତୋଷର ନିଆଁ ଅଣ୍ଟିରୁ ବାହାରି ଜଳଜଳ ଦିଶିଲାଣି। ନେତାଙ୍କ ମେଳି ମୁଣ୍ଡବ୍ୟଥା ବଢ଼ାଇଥିବା ବେଳେ ଏଭଳି ମାଳମାଳ ସମସ୍ୟାକୁ ସୁପ୍ରିମୋ ନବୀନ କେମିତି କଣ୍ଟ୍ରୋଲ କରିବେ ସବୁଠୁ ବଡ଼ ଆହ୍ବାନ ହେବ। ନହେଲେ ବଡ଼ ବିସ୍ଫୋରଣର ସାମନା କରିପାରେ ବିଜେଡି।

କଂଗ୍ରେସରେ କନ୍ଦଳ ସହ ମୋକିମ୍ ଝଡ଼

ଅନ୍ୟପଟେ କଂଗ୍ରେସ ଆଗରେ ବି ପୂରା ଆହ୍ବାନଭରା ସ୍ଥିତି। ଗୋଡ଼ଟଣା ନୀତି ଓ ଚିରାଚରିତ କନ୍ଦଳରୁ କେମିତି ମୁକୁଳିବ ଦଳ। ବରିଷ୍ଠ ନେତାଙ୍କ ସହ ବିଧାୟକ ଦଳରେ ଏକତା ରହୁନାହିଁ। ଏଭଳି ସ୍ଥିତିରେ ମହମ୍ମଦ ମୋକିମଙ୍କ ନୂଆ ସଂଗଠନ ଯୋଜନା ରାଜ୍ୟ କଂଗ୍ରେସ ପାଇଁ ବଡ଼ ଝଟକା ଆଣିପାରେ। ପିସିସି ସଭାପତି ଭକ୍ତ ଦାସ କେମିତି ନୂଆବର୍ଷରେ ସମସ୍ତଙ୍କୁ ସାଙ୍ଗରେ ନେଇ ବାଟ ଚାଲିବେ ତାହା ଦେଖିବାର କଥା। ... 

Advertisment

କେବଳ ବିରୋଧୀ ନୁହେଁ ଶାସକ ବିଜେପି ଦଳ ପାଇଁ ବି ୨୦୨୬ ଚ୍ୟାଲେଞ୍ଜ ଓ ଆହ୍ବାନର ବର୍ଷ। ନିଗମ ଓ ବୋର୍ଡରେ ନିଯୁକ୍ତି ବଡ଼ ଚ୍ୟାଲେଞ୍ଜ ହେବ। କାହାକୁ ଥଇଥାନ କରାଯିବ, କିଏ ବାଦ ପଡ଼ିବେ। ଏହାକୁ ନେଇ ଦଳରେ ଅସନ୍ତୋଷ ଦାନା ବାନ୍ଧିବା ସହ ବିଦ୍ରୋହୀ ବାହାରିବେ। ସେହିପରି ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନରେ ପ୍ରାର୍ଥୀ ଚୟନ ବିଜେପି ପାଇଁ ଆହ୍ବାନ ଆଣିବ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ସିଏମ୍ ମୋହନଙ୍କ ଆଗରେ ଅନେକ ଆହ୍ବାନ ରହିବ। ଏଥିସହ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବି ବିଜେପି ଆଗରେ ହେବ ବଡ଼ ଚ୍ୟାଲେଞ୍ଜ। ...

୨୦୨୬ରେ ରାଜ୍ୟ ରାଜନୀତିର ଭବିଷ୍ୟତକୁ ନେଇ ଅଙ୍କ କଷିଛନ୍ତି ଜ୍ୟୋତିର୍ବିଦ। ସେମାନଙ୍କ ମତରେ ନୂଆବର୍ଷରେ ଓଡ଼ିଶାରେ ଦୁର୍ବଳ ହୋଇଯିବେ ବିରୋଧୀ। ଫେବ୍ରୁଆରୀରେ ଭିତରେ ନୂଆ ରାଜନୈତିକ ଦଳର ସମୀକରଣ ଦେଖିବାକୁ ମିଳିପାରେ। ଅଧିକ ଦେଖିବାକୁ ମିଳିବ ଦଳବଦଳ ରାଜନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ୨୦୨୬। କିନ୍ତୁ ବର୍ଷ ୨୦୨୬ରେ ବିଜେଡି ଭାଗ୍ୟ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ଜ୍ୟୋତିର୍ବିଦ ମନୋଜ କୁମାର ଲେଙ୍କା । ଫେବ୍ରୁଆରୀରୁ ବିଜେଡିରେ କନ୍ଦଳ ଆହୁରି ଉଗ୍ର ହେବା ସହ ନେତା ଦଳ ଛାଡ଼ି ପାରନ୍ତି ବୋଲି ଆକଳନ କରିଛନ୍ତି। ... 
ନୂଆବର୍ଷରେ କେବଳ ରାଜ୍ୟସ୍ତରରେ ନୁହେଁ, ଗାଁଠୁ ସହର ରାଜନୀତି ସରଗରମ ରହିବ। ... 



Advertisment

BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ