Advertisment

ଦେଢ଼ ମାସର ସାନ ଭାଇ ପାଇଁ ମାଆ ସାଜିଛି ୭ ବର୍ଷର କୁନି କ୍ରିଷ୍ଣା

ଜଳେଶ୍ୱର( ଅଜିତ ଦାସ) : ଯେଉଁ ବୟସରେ ନିଜେ ମାଆ କୋଳରେ ଗେଲା ହେବା କଥା… ସେଇ ବୟସରେ ନିଜ ସାନ ଭାଇ ପାଇଁ ମାଆ ପାଲଟି ଯାଇଛି କ୍ରିଷ୍ଣା । ଦେଢ଼ ମାସର କଅଁଳା ଶିଶୁକୁ କେତେ ବେଳେ ଛାତିରେ…

ଅଦ୍ୟତନ ହୋଇଛି
ଦେଢ଼ ମାସର ସାନ ଭାଇ ପାଇଁ ମାଆ ସାଜିଛି ୭ ବର୍ଷର କୁନି କ୍ରିଷ୍ଣା

collage (9)

Advertisment

ଜଳେଶ୍ୱର( ଅଜିତ ଦାସ) : ଯେଉଁ ବୟସରେ ନିଜେ ମାଆ କୋଳରେ ଗେଲା ହେବା କଥା… ସେଇ ବୟସରେ ନିଜ ସାନ ଭାଇ ପାଇଁ ମାଆ ପାଲଟି ଯାଇଛି କ୍ରିଷ୍ଣା । ଦେଢ଼ ମାସର କଅଁଳା ଶିଶୁକୁ କେତେ ବେଳେ ଛାତିରେ ଜାବୁଡ଼ି ଧରି ବୋଧ କରାଉଛି. । କେତେ ବେଳେ ପୁଣି ଦୋଳି ଝୁଲାଇ ଶୁଆଇ ଦେଉଛି । ଅକାଳ ଚଡ଼କର ଚିହ୍ନକୁ ଛାତିର କେଉଁ ଏକ କୋଣରେ ଚାପି ଦେଇ, ନିଜ ଭାଇକୁ ବଡ଼ କରିବାର ସ୍ବପ୍ନ ଦେଖୁଛି ।

Advertisment

କୁନି ଝିଅ କ୍ରିଷ୍ଣାକୁ ଏବେ ମାତ୍ର ୭ ବର୍ଷ । ହେଲେ ତା ମୁଣ୍ଡ ଉପରୁ ବାପା-ମାଆଙ୍କ ହାତ ଛଡ଼ାଇନେଇଛି ନିଷ୍ଠୁର ନିୟତି । କରୋନାରେ ଗଲା ମାସ ମାଆ ଚାଲିଗଲା, ଆଉ ଏଇ ୫ ଦିନ ତଳେ ବାପା । ମାଆ -ବାପା ଆ ଗପଛ ହୋଇ ଚାଲିଗଲେ ସିନା, ଛାଡ଼ି ଦେଇଗଲେ ଅବୋଧ ଶିଶୁକୁ । କ୍ରିଷ୍ଣା ଜାଣିଛି ତା ବାପା-ମାଆ ଆ ଉ କେବେ ଫେରିବେନି, ହେଲେ ନିଜେ ଧୈର୍ଯ୍ୟ ଧରି ଛୋଟ ଭାଇକୁ ଖୁଆଇ ଦେଉଛି, ଶୁଆ ଇ ଦେଉଛି, ତାର ସବୁ ଦେଖାଶୁଣା କରୁଛି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ନିମାତପୁର ଗାଁର କମଳେଶ ପଣ୍ଡାଙ୍କ ପରିବାର ୨ ମାସ ତଳେ ହସୁଥିଲା । ଖୁସିରେ ନାଚୁଥିଲା ଘରକୁ ଆସିବାର ଥିଲା ନୂଆ ଅତିଥି । ୯ ମାସର ଗର୍ଭବତୀ ଥିଲେ କମଳେଶଙ୍କ ପତ୍ନୀ ସ୍ମିତା ସ୍ମିତା କଟକ ଆ ଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଥିଲେ । ଆ ଉ କମଳେଶ ଇଷ୍ଟକୋଷ୍ଟ ରେଲେଓ୍ୱ ମୁଖ୍ୟାଳୟରେ ଚାକିରି କରୁଥିଲେ । ହେଲେ ଗତ ଏପ୍ରିଲରେ କୋଭିଡ୍ ଆ କ୍ରାନ୍ତ ହୋଇ ସ୍ମିତା ମେଡିକାଲରେ ଭର୍ତ୍ତି ହେଲେ । ୭ ଦିନ ପରେ ପ୍ରସବ ହେଲା ଈଶ୍ୱରଙ୍କ କୃପାରୁ ନବଜାତ ଯଦିଓ କୋଭିଡ୍ ନେଗେଟିଭ୍ ଥିଲା ।

Advertisment

ହେଲେ ବିଡ଼ମ୍ବନା ପ୍ରସବର ୭ ଦିନ ପରେ ସେ ନିଜେ ଚିରଦିନ ପାଇଁ ଆଖି ବୁଜିଦେଲେ । ପରେ ପରେ କମଳେଶ ବି ରୋଗାକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲରେ ଗତ ୯ ତାରିଖରେ ଆ ଖି ବୁଜିଦେଲେ । ଦିନ କେଇଟା ଭିତରେ ବାପା-ମାଆ ଛେଉଣ୍ଡ ହୋଇଗଲେ ୭ ବର୍ଷର କ୍ରିଷ୍ଣା ଓ ଦେଢ଼ ମାସର ନୟନ ପିତୁଳା । ଏବେ ସେମାନେ ନିଜ ବଡ଼ବାପାଙ୍କ ପାଖରେ ରହୁଛନ୍ତି ।

ଏଭଳି ଅଘଟଣ ପରେ ପୁରାପୁରି ନୀରବୀ ଯାଇଛି ପରିବାର, ଶୋକରେ ବୁଡ଼ିଯାଇଛି ଭୋଗରାଇର ନିମାତପୁର ଗାଁ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଆ ହାଃ.. ବିଧାତା ଏ କୁନି ଭାଇ-ଭଉଣୀକୁ ଯେଉଁ ଦୁଃଖ ଦେଲା, ଦୁନିଆରେ ଆ ଉ କାହାକୁ ନଦେଉ. . ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ