Advertisment

ଟ୍ରେଲର ପଛରେ ପିଟି ହେଲା ଭ୍ୟାନ୍‌; ୨ ମୃତ

କଟକ/ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ କଟକ ଓ ଭୁବନେଶ୍ୱରରେ ଦୁଇ ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି। କଟକ ଜିଲ୍ଲା ଚୌଦ୍ୱାରରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ଜଣେ ଆହତ ହୋଇ ଥିବାବେଳେ ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ…

ଅଦ୍ୟତନ ହୋଇଛି
ଟ୍ରେଲର ପଛରେ ପିଟି ହେଲା ଭ୍ୟାନ୍‌; ୨ ମୃତ

accident

Advertisment

କଟକ/ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ କଟକ ଓ ଭୁବନେଶ୍ୱରରେ ଦୁଇ ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି। କଟକ ଜିଲ୍ଲା ଚୌଦ୍ୱାରରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ଜଣେ ଆହତ ହୋଇ ଥିବାବେଳେ ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ମଙ୍ଗୁଳି ଛକରେ ଏକ ଟ୍ରେଲର ଛିଡା ହୋଇ ଥିବାବେଳେ ପିକ୍ ଅପ୍ ଭ୍ୟାନ୍ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପିକ୍ ଅପ୍ ଭ୍ୟାନର ସମ୍ମୁଖ ଭାଗ ଟ୍ରେଲର ଭିତରେ ପଶି ଯାଇଥିଲା। ମୃତକ ଦ୍ୱୟ ବାଲେଶ୍ୱରର ବୋଲି ଜଣାପଡ଼ିଛି।

ସେହିପରି ଭୁବନେଶ୍ୱର ସହିଦ ନଗର ଥାନା ଅଞ୍ଚଳରେ ଓଭରବ୍ରିଜ୍ ଉପରେ ପିସିଆର ଭ୍ୟାନ୍‌କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ ୩ ଜଣ ପିସିଆର ଷ୍ଟାଫ୍ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ପିସିଆର୍‌ ଭ୍ୟାନକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଟ୍ରକକୁ ସହିଦ ନଗର ପୋଲିସ ଜବତ କରିଛି।

Advertisment

accident

ଅନ୍ୟପକ୍ଷେ, ଗୁଜରାଟର ଆନନ୍ଦ ଜିଲ୍ଲା ତାରାପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ