Advertisment

ସୁନ୍ଦରଗଡ଼ରେ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୨୦୦ ତଳକୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ…

ଅଦ୍ୟତନ ହୋଇଛି
ସୁନ୍ଦରଗଡ଼ରେ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୨୦୦ ତଳକୁ ଆକ୍ରାନ୍ତ ଚିହ୍ନଟ

corona testing

Advertisment

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ସର୍ବାଧିକ ୧,୦୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୮୦୯ ଓ କେନ୍ଦ୍ରାପଡ଼ାରୁ ୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା, ସୁନ୍ଦରଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ କିଛିଦିନ ଧରି କଟକ, ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

Advertisment

ହଠାତ୍‌ ଗତକାଲି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଥିଲାଗତକାଲି ୬ ହଜାର ୭୩୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଥିଲେ ୨,୭୭୪ ଜଣ।

Advertisment

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୦୪୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୩୧୭୫ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୯,୯୫୫ରେ ପହଞ୍ଚିଛି। ତେବେ ଆକ୍ଟିଭ୍‌ କେସ୍‌ ୧,୦୨,୦୭୨ ଥିବାବେଳେ ୬,୩୫,୧୭୯ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳରୁ ୫, ସୁନ୍ଦରଗଡ଼ରୁ ୪, ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୬୫୧ରେ ପହଞ୍ଚିଛି।

publive-image

Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ