Vehicle Photograph: (OTV)
୧୫ ବର୍ଷର ପୁରୁଣା ଯାନକୁ ନେଇ ବଢ଼ିଛି ଟେନସନ୍। ତେଣୁ ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ପୁରୁଣା ଗାଡ଼ି ସ୍କ୍ରାପ୍ କରିବାକୁ ରାଜ୍ୟ ସରକାର ଏବେ ଯୋଜନା ରଖିଛନ୍ତି। ପ୍ରଥମେ ସବୁ ସରକାରୀ ଦପ୍ତରର ଗାଡ଼ିକୁ ସ୍କ୍ରାପ୍ କରାଯିବ, ତା’ପରେ ପଡ଼ିବ ପ୍ରାଇଭେଟ୍ ଗାଡ଼ି ଗୁଡ଼ିକର ପାଳି। ତେବେ ପ୍ରୋତ୍ସାହନ ନମିଳିଲେ ପଲିସିକୁ କିନ୍ତୁ ସଫଳତା ମିଳିବନି ଆଶଙ୍କା କରିଛନ୍ତି ବିଶେଷଜ୍ଞ।...
ଟେନସନ୍ ଦେଉଛି ୧୫ ବର୍ଷର ପୁରୁଣା ଗାଡି । ଆଗ ସମସ୍ତ ସରକାରୀ ଦପ୍ତରରୁ ହଟିବ । ଅକ୍ଟୋବର ୧୫ ସୁଦ୍ଧା ସବୁ ପୁରୁଣା ଗାଡି ସ୍କ୍ରାପ ହେବ । ପୁରୁଣା ଛାଡି ନୂଆ ଗାଡି ଚଢିବେ ବାବୁ । ଏହାପରେ ଘରୋଇ ଗାଡି ମାଲିକଙ୍କ ପାଳି !
ପୁରୁଣା ଗାଡି ହଟାଇବାକୁ ସ୍କ୍ରାପ ପଲିସି ଆସିବା ପରେ ବି ଗଡୁଛି ପୁରୁଣା ସରକାରୀ ଗାଡି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ସ୍କ୍ରାପିଂ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ସ୍କ୍ରାପ୍ କରାଯିବା ସହ ନୂଆ ଗାଡି କିଣିବାକୁ ରହିଛି ସ୍ବତନ୍ତ୍ର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା।
ହେଲେ ଖୋଦ୍ ରାଜ୍ୟ ସରକାରଙ୍କ ଅଧିନରେ ଚାଲୁଥିବା ୧୫ ବର୍ଷରୁ ପୁରୁଣା ଗାଡି ହଟିପାରୁନି। ସରକାରୀ ତଥ୍ୟ କହୁଛି, ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୪ ହଜାର ୩୫୧ଟି ସରକାରୀ ଯାନ ସ୍କ୍ରାପ୍ ହୋଇସାରିଛି। ବାହାନ ଡାଟା ବେସ୍ ତଥ୍ୟ ଅନୁଯାୟୀ, ୧୫ ବର୍ଷରୁ ଅଧିକ ଆହୁରି ୫ ହଜାର ସରକାରୀ ଗାଡ଼ି ସ୍କ୍ରାପ୍ ହୋଇନି। ଯାହାକୁ ନେଇ ତତ୍ପରତା ଦେଖାଇଛି ପରିବହନ ବିଭାଗ।
ସବୁ ବିଭାଗର ସଚିବଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି । ଅକ୍ଟୋବର ୧୫ ସୁଦ୍ଧା ସମସ୍ତ ପୁରୁଣା ଗାଡି ହଟାଇବାକୁ ଚିଠିରେ କୁହାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍କ୍ରାପ ପାଇଁ ସ୍ବତନ୍ତ୍ର ସହାୟତା ଘୋଷଣା ହୋଇଛି । ସର୍ବାଧିକ ୫ ଶହ ଗାଡି ସ୍କ୍ରାପ ହୋଇଥିଲେ ପ୍ରତି ଗାଡି ପିଛା ଇନସେଣ୍ଟିଭ ୫୦ ହଜାର, ୫୦୨ରୁ ୧ ହଜାର ଗାଡ଼ି ସ୍କ୍ରାପ ହୋଇଥିଲେ ପ୍ରତିଗାଡି ପିଛା ୬୦ ହଜାର ଟଙ୍କା, ୪ ହଜାରରୁ ୬ ହଜାର ଗାଡି ସ୍କ୍ରାପ କରାଗଲେ ପ୍ରତି ଗାଡ଼ି ପିଛା ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା।
ଏବେ ସମସ୍ତ ପୁରୁଣା ଗାଡିକୁ ହଟାଇ ନୂଆ ଗାଡି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ସାକ୍ଷୀ ଯୋଜନାରେ କେନ୍ଦ୍ର ସରକାର 600 କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା କହିଛନ୍ତି ପରିବହନ ମନ୍ତ୍ରୀ।...
ତେବେ କେନ୍ଦ୍ରର ପ୍ରୋତ୍ସାହନ ସହିତ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିୟମ ପରେ ବି କାହିଁକି ପୁରୁଣା ଗାଡି ଛାଡିବାରେ ବିଳମ୍ବ କରୁଛନ୍ତି ବିଭାଗ ? ତଥ୍ୟ କହୁଛି, ୧୫ ବର୍ଷରୁ ପୁରୁଣା ଗାଡି ସର୍ବାଧିକ ଗୃହ ବିଭାଗରେ ରହିଛି। ସଂଖ୍ୟା ଏକ ହଜାର ୧୮୯। ସେମିତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଖରେ ୪୨୬ ଗାଡି ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପାଖରେ ୩୭୮ଟି ପୁରୁଣା ଗାଡି ରହିଛି।
୨୦୨୨ରେ ଓଡିଶା ମୋଟର ଭେଇକିଲ ପଞ୍ଜିକରଣ ଓ ସ୍କ୍ରାପିଂ ପଲିସି କାର୍ଯ୍ୟକାରୀ ହୋଇଥିଲା। ତେବେ ସଡ଼କସୁରକ୍ଷା କର୍ମୀଙ୍କ କହିବା କଥା ସରକାରୀ ଗାଡ଼ି ଭଳି ବେସରକାରୀ ଗାଡି ପାଇଁ ଅଧିକ ପ୍ରୋତ୍ସାହନ ବ୍ୟବସ୍ଥା ନହେଲେ ସାଧାରଣ ଗାଡି ମାଲିକ ସ୍କ୍ରାପିଂ ପାଇଁ ଆଗ୍ରହ ଦେଖାଇବା ସହଜ ନୁହେଁ।...
ପୁରୁଣା ଗାଡିର ସ୍କ୍ରାପିଂ ପାଇଁ ଖୋର୍ଦ୍ଧା ଜିଲ୍ଲାର କୁମ୍ଭାରବସ୍ତ ଓ ଯାଜପୁର ଜିଲ୍ଲାର ଜେନାପୁର ଅଞ୍ଚଳରେ ଦୁଇଟି ସେଣ୍ଟର ଖୋଲାଯାଇଛି। ୨୦୨୩ ପରଠାରୁ ଏହି ସେଣ୍ଟର କାମ କରୁଥିବା ବେଳେ ଖୁବଶୀଘ୍ର ରାଉରକେଲାଠାରେ ଆଉ ଏକ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।
ତେବେ ଏପର୍ଯ୍ୟନ୍ତ ଉଭୟ ଘରୋଇ ଓ ସରକାରୀ ଗାଡିକୁ ମିଶାଇଲେ ପାଖାପାଖି ୧୦ ହଜାର ପୁରୁଣା ଗାଡି ସ୍କ୍ରାପ୍ ହୋଇସାରିଲାଣି। ପୁରୁଣା ଗାଡି ସ୍କ୍ରାପ କଲେ ଘରୋଇ ଗାଡି ମାଲିକଙ୍କୁ ଏକ ସାର୍ଟିଫିକେଟ ଅଫ ଡିପୋଜିଟ ଦିଆଯାଥାଏ। ନୂଆ ଗାଡି ପଞ୍ଜୀକରଣ ସମୟରେ ଏହାକୁ ଦାଖଲ କଲେ ସରକାରୀ ସହାୟତା ମିଳିବ। ବାଣିଜ୍ୟିକ ଗାଡିରେ ୮ ବର୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ରିହାତି ଥିବା ବେଳେ ଘରୋଇ ଗାଡି ପାଇଁ ୨୫ ପ୍ରତିଶତ ରିହାତି ରହିଛି। ଏଥିସହ ନୂଆ ଗାଡି ମୂଲ୍ୟରେ କମ୍ପାନୀ ମଧ୍ୟ ୫% ରିହାତି ଦେଇଥାଏ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/vehicle-2025-09-28-14-45-05.jpg)