Advertisment

ଅମାନିଆ ଦେଲେଣି ୧୪ କୋଟି ଜରିମାନା

ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା। କରୋନା ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପାଖରୁ ଏ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ଆଜି ପ୍ରେସମିଟ୍‌ କରି ଏପରି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା

ଅଦ୍ୟତନ ହୋଇଛି
ଅମାନିଆ ଦେଲେଣି ୧୪ କୋଟି ଜରିମାନା

yashwant jethwa

Advertisment

ଭୁବନେଶ୍ୱର: ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା। କରୋନା ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପାଖରୁ ଏ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ଆଜି ପ୍ରେସମିଟ୍‌ କରି ଏପରି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା। ଏପ୍ରିଲ ୧ରୁ ଏଯାବତ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଛି। ଆଉ ଅମାନିଆଙ୍କ ଠାରୁ ୧୪ କୋଟି ୫୮ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ଏହାସହ ୩୫ଶହ ଦୋକାନ ସିଲ୍ କରାଯାଇଛି, ୨୭୮ ମାମଲା କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ନିୟମ ଭାଙ୍ଗି ବର୍ତ୍ତମାନ ସୁଦ୍ଧା ୧୩୩୨ ଜଣ ଗିରଫ ହୋଇଛନ୍ତି ଓ ୨୯ ହଜାର ଗାଡ଼ି ସିଜ୍ କରାଯାଇଛି। ଏହି ସମୟରେ ଅଧିକ ସାଇବର ଠକେଇ ଘଟୁଥିବା ବି କହିଲେ ଏଡିଜି। ସେହିପରି ସାଇବର ଠକେଇରେ ପଡ଼ିଲେ ତୁରନ୍ତ ୧୫୫୨୬୦କୁ ଜଣାଇବାକୁ ନିବେଦନ କରିଛନ୍ତି ଏଡିଜି।

Advertisment

ସେପଟେ, ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ। ଏହାସହ ଅତ୍ୟନ୍ତ ଆବଶ୍ୟକ ନହେଲେ ବାହାରକୁ ନଆସିବାକୁ କହିଲେ ସିପି। ଟିକା ପାଇଁ ମନଇଚ୍ଛା ଯାଆନ୍ତୁନି, ସ୍ଲଟ ବୁକିଂ ଟାଇମ ଅନୁସାରେ ଯାଆନ୍ତୁ ବୋଲି ପରାମର୍ଶ ଦେଲେ ପୋଲିସ କମିଶନର। ଏହାସହ ରଜ ପାଇଁ ଆମିଷ ଦୋକାନରେ ଭିଡ଼ ନକରିବା ସହ ସାମାଜିକ ଦୂରତ୍ୱ ରଖିବା ପାଇଁ ସେ କହିଛନ୍ତି। ଏହାସହ ଦୋକାନୀମାନେ କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିପି କହିଛନ୍ତି।

ତେବେ ରାଜ୍ୟରେ ସଂକ୍ରମଣ କମୁଛି ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନାହିଁ ବ୍ରେକ୍‌। ଗତକାଲି ରାଜ୍ୟରେ ୬ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୬ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୩,୪୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୨,୬୫୧ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧,୦୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ଼, କଟକ, ଝାରସୁଗୁଡ଼ାରୁ ୪ ଜଣ ଲେଖାଏ, କଳାହାଣ୍ଡି, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ, ବଲାଙ୍ଗିର, ବୌଦ୍ଧ, ମୟୂରଭଞ୍ଜରୁ ୨ ଜଣ ଲେଖାଏ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ