Advertisment

ଭୁବନେଶ୍ୱରରେ ଆଉ ୧୨୯୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି। ନୟାପଲ୍ଲୀରୁ ୬୨, ପଟିଆରୁ ୫୭, ଓଲଡ ଟାଉନରୁ ୪୨, ବରଗଡରୁ ୪୬, ଜଗମୋହନ ନଗରରୁ…

ଭୁବନେଶ୍ୱରରେ ଆଉ ୧୨୯୪ ଆକ୍ରାନ୍ତ ଚିହ୍ନଟ

corona

Advertisment

ଭୁବନେଶ୍ଵର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି। ନୟାପଲ୍ଲୀରୁ ୬୨, ପଟିଆରୁ ୫୭, ଓଲଡ ଟାଉନରୁ ୪୨, ବରଗଡରୁ ୪୬, ଜଗମୋହନ ନଗରରୁ ୪୪ ଓ ବରମୁଣ୍ଡାରୁ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ତେବେ ଆଜି ଭୁବନେଶ୍ଵରରୁ ୮୦୩ ସୁସ୍ଥ ହୋଇଛନ୍ତି।

Advertisment

ସେହିପରି ରାଜ୍ୟର ୨୬ଟି ଜିଲ୍ଲା ଏବେ ରେଡ ଜୋନରେ ରହିଛି । ଦୀର୍ଘ କିଛି ଦିନ ଧରି କରୋନା ସଂକ୍ରମଣ ସ୍ଥିର ରହିଥିବା ବେଳେ ଆଜି ପୁଣି ୧୨ ହଜାର ପାର କରିଛି ସଂକ୍ରମଣ । ଏହି ସଂଖ୍ୟା ୧୨,୨୭୬ ହୋ‍ଇଛି । ଗତ ୭ ତାରିଖରେ ରାଜ୍ୟରେ ସର୍ବାଧିକ ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଆଜି ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବଡ଼ଗଡ଼ରୁ ୪୩୨, ବଲାଙ୍ଗୀରରୁ ୪୨୬, ପୁରୀ ୩୯୮, ଝାରସୁଗୁଡ଼ାରୁ ୩୮୦, ନୂଆପଡ଼ାରୁ ୩୭୮, ବାଲେଶ୍ୱରରୁ ୩୦୩ ଓ କେନ୍ଦୁଝରରୁ ୨୫୩, କଳାହାଣ୍ଡିରୁ ୩୭୦, ଯାଜପୁର ୩୪୯, ନବରଙ୍ଗପୁର ୩୩୫, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ ୨୫୩,ମୟୁରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୁବର୍ଣ୍ଣପୁରରୁ ୨୧୫, ରାୟଗଡାରୁ ୨୧୨, କୋରାପୁଟରୁ ୧୯୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୧୯୨, ଢ଼େଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡ଼ାରୁ ୧୪୧, କନ୍ଧମାଳରୁ ୧୩୪,ଦେବଗଡ଼ରୁ ୧୨୭, ଗଜପତିରୁ ୧୧୧ ଓ ମାଲକାନଗିରିରୁ ୭୧ ଜଣ ଓ ଷ୍ଟେଟପୁଲରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ