ସଂକ୍ଷେପରେ ଆଜିର ତାଜା ଖବର - Sunday, 08 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଉନ୍ମୋଚିତ ହେଲା କବି ଯଶୋଧାରାଙ୍କ ଇଂରାଜୀ କବିତାଗ୍ରନ୍ଥ 'କ୍ରାଉନ୍ ଅଫ୍ ମେମୋରିଜ୍‌'...

ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ଗତକାଲି ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ କବି ଯଶୋଧାରା ଦାସଙ୍କ ଇଂରାଜୀ କବିତାଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି। More

ହୁଗୁଳୁଛି ସଂଗଠନ; ଚିନ୍ତାରେ ନବୀନ ! ୨ ସାଂସଦ ଦଳ ଛାଡ଼ିବା ପରେ ନୂଆ ଷ୍ଟ୍ରାଟେଜି କି ?

ଆସ୍ଥା ହରାଉଛନ୍ତି ଜନ ପ୍ରତିନିଧି ଓ ନେତା। ଦୁଇ ଦୁଇଜଣ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ନବୀନ ଆପଣାଇଲେ ନୂଆ ଷ୍ଟ୍ରାଟେଜି। ଆଉ ଓହ୍ଲାଇଛନ୍ତି ମଇଦାନକୁ। More

ଢେଙ୍କାନାଳରେ ଲଜ୍ଜା; ଅସହାୟ ଯୁବତୀଙ୍କୁ ପ୍ରତିଦିନ ରାତିରେ ୬-୭ ଜଣ କରୁଥିଲେ ଗଣଦୁଷ୍କର୍ମ...

ଅସହାୟ ଯୁବତୀଙ୍କୁ ନିୟମିତ ଗଣଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳର ଘଟଣା । More

ସ୍ମାର୍ଟ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଭିଡ଼ ନିୟନ୍ତ୍ରଣ ପାଇଁ ଲାଗିବ AI 

CCTV ବା ଥାର୍ଡ ଆଇ କଭରରେ ରହିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ । ଟ୍ରାଫିକ୍, ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ବ । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ରହିବ ନଜର । More

ଲଗାଣ ବର୍ଷାରେ ବେହାଲ କୋରାପୁଟ, ବଢୁଛି କୋଲାବ ନଦୀର ଜଳସ୍ତର

ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି । More

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ପୋଖରୀରେ ବୁଡ଼ି ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର

ଗଣେଶ ଭସାଣ ବେଳେ ଅଘଟଣ । ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଘଟିଛି ଅଭାବନୀୟ ଘଟଣା। More

ଗିର‍ଫ ହେଲେ ନୂଆପଡ଼ା MVI, ଗାଡ଼ିରୁ ଜବତ ହୋଇଥିଲା ୧ ଲକ୍ଷ ୩୨ ହଜାର

ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । More

ସବୁଦିନ ଏଠି ଗାଈଙ୍କୁ ଲାଗିହୁଏ ୫୬ ଭୋଗ

ରାଉରକେଲା ସେକ୍ଟର ୧୪ରେ ଥିବା ନନ୍ଦ ଗାଁ । ଏଠାରେ କେବଳ ଗୋଟିଏ ଦିନ ନୁହେଁ, ବର୍ଷ ତମାମ ଏମିତି ଗୋ’ ମାତାଙ୍କ ପାଇଁ ଲାଗି ହୁଏ ୫୬ ଭୋଗ । More

ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ, ଉଜାଡ଼ି ଦେଉଛି ଫସଲ

ପୂର୍ବରୁ କାରଖାନାରୁ ବାହାରୁଥିବା ଦୁର୍ଗନ୍ଧ ଧୂଳିଧୂଆଁ ଅଞ୍ଚଳବାସୀଙ୍କୁ ଅସହ୍ୟ କରୁଥିଲା । ହେଲେ ଏବେ କାରଖାନାରୁ ନିଷ୍କାସିତ ରାସାୟନିକ ପାଣି ସବୁ ଉଜାଡ଼ି ଦେଉଛି । More

Panchang Today 8th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହରେ କରନ୍ତୁ ଶୁଭକାର୍ଯ୍ୟ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ରବିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଆହୁରି ଦୁଇ ଦିନ ପ୍ରବଳ ବର୍ଷିବ; ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। More

ବରିଷ୍ଠ IAS ତୁହିନକାନ୍ତ ପାଣ୍ଡେଙ୍କୁ ବଡ଼ ଦାୟିତ୍ୱ; କେନ୍ଦ୍ର ଅର୍ଥ ସଚିବ ଭାବେ ମିଳିଲା ନିଯୁକ୍ତି

ତୁହିନକାନ୍ତ ପାଣ୍ଡେ ହେଲେ ନୂଆ କେନ୍ଦ୍ର ଅର୍ଥ ସଚିବ। ବରିଷ୍ଠ IAS ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। More

ଚାଷୀଙ୍କୁ ନୂଆଁଖାଇ ଭେଟି; ସିଏମ କିଷାନ ଯୋଜନାରେ ମିଳିବ ୪ହଜାର

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। More

ନୂଆଁଖାଇ ପାଇଁ ଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା; ସବୁଠି ଉତ୍ସବର ମାହୋଲ୍

ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ପାଖରେ ଓ ବଲାଙ୍ଗିରର ମାଆ ପାଟଣେଶ୍ବରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ପ୍ରଥମେ ପରିବାର ବଡ଼ବଡ଼ୁଆଙ୍କୁ ମୁଣ୍ଡିଆ ମାରି ଆସର ବସିବ। More

ବିରାଜିଲେ ବିଘ୍ନବିନାଶକ, ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ସବୁଠି ଉତ୍ସାହ

ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଜଟଣୀ ଓ ତାଳଚେରରେ ମହାଆଡମ୍ବରରେ ଗଣେଶ ପୂଜା ହେଉଛି। More

ପୋଲିସ ବାବୁଙ୍କ ଘରେ ଲୁଟେରା ପଶିଲେ, କଳାକନା ବୁଲାଇ ଚାଲିଗଲେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ସାମ୍ନା କଲୋନୀରେ ଲୁଟେରାଙ୍କ ହଲ୍ଲାବୋଲ । ସବୁଠୁ ହାଇ ସିକ୍ୟୁରିଟି ଅଞ୍ଚଳରୁ ଲୁଟି ନେଲେ । ପୋଲିସ ଘରେ କଳାକନା ବୁଲାଇଲେ । More

ଖୁବଶୀଘ୍ର ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି, ଆଜିଠୁ ରାଜ୍ୟରେ ଗଡ଼ିଲା ସଚେତନତା ରଥ

ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ମହିଳାଙ୍କ ଆକାଉଣ୍ଟଙ୍କୁ ଯିବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା । ତାପୂର୍ବରୁ ଆଜିଠୁ ରାଜ୍ୟରେ ଗଡ଼ିଛି ସଚେତନତା ରଥ। More

ବାଦ ପଡୁଛନ୍ତି ମେଧାବୀ, ବିକ୍ରି ହେଉଛି ସରକାରୀ ଚାକିରି !

ବିକ୍ରି ହେଉଛି ସରକାରୀ ଚାକିରି ! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। More

ମମତା ଓ ସୁଜିତଙ୍କ ପରେ ଆଗକୁ କିଏ ? ମମତା କହିଲେ, ଲାଇନରେ ଅଛନ୍ତି ଆହୁରି ଅନେକ

ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି। More