ସଂକ୍ଷେପରେ ଆଜିର ତାଜା ଖବର - Friday, 30 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସିଲା ନୂଆ ଅବକାରୀ ନୀତି, କେବଳ ଥ୍ରୀ-ଷ୍ଟାର ହୋଟେଲକୁ ମିଳିବ ନୂଆ ବାର ଲାଇସେନ୍ସ

କେବଳ ଥ୍ରୀ-ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ସେହିପରି ଡ୍ୟାନ୍ସ ବାର ଆଉ ଚାଲିବ ନାହିଁ । More

ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

କାଳନ୍ଦୀ ହ୍ରଦରେ କୃଷ୍ଣଙ୍କୁ ଦଂଶନ କଲା କାଳୀନାଗ, ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର... More

ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ଭ୍ୟାଲି, ଖର୍ଚ୍ଚ ହେବ ହଜାରେ କୋଟିରୁ ଅଧିକ ଟଙ୍କା

ରାଜଧାନୀରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବେ ମୋହନ ସରକାର। ଭୁବନେଶ୍ବର ଗୋଠପାଟଣାରେ ଦେଢ଼ ଶହ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ମେଗା ସ୍ପୋର୍ଟସ ଭ୍ୟାଲି। More

ଆଉ କଲେଜ୍ କ୍ୟାମ୍ପସରେ ଚାଲିବନି ନାଚ ତାମସା, ‘ନୂଆ-ଓ’କୁ ବନ୍ଦ କଲେ ମୋହନ ସରକାର

ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି । More

ପାଣ୍ଡିଆନଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ଗଳାବାଟ ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜକୁ ଅସ୍ତ୍ର କରିଥିଲା ବିଜେଡି

ନୀତି ନ ଥାଇ ବି ପେଡ୍ ନ୍ୟୁଜ୍ ଦେଇ ପାଣ୍ଡିଆନଙ୍କ ପ୍ରଚାରରେ ମାତିଥିଲା ବିଜେଡି ସରକାର ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜ୍ ଆଉ ତା ବି ସ୍ଥିରିକୃତ ଦରଠାରୁ ଅଧିକ ଦର ପାଇଁ କିଏ ନେଇଥିଲା ନିଷ୍ପତ୍ତି ? More

ସୁଭଦ୍ରା ଯୋଜନାକୁ ନେଇ ପୁଣି ଆସିଲା ବଡ଼ ଖବର!! ଏମାନେ ବି କରିପାରିବେ ଆବେଦନ..

‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ ବି କରିପାରିବେ ଆବେଦନ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । More

ଧରାପଡ଼ିଲା କୁଖ୍ୟାତ ବାଇକ୍ ଲୁଟେରା ଗ୍ୟାଙ୍ଗ, ଜବତ ହେଲା ୩୧ ଚୋରି ବାଇକ୍

ସମ୍ବେଦଶୀଳ ସ୍ଥାନ ହସ୍ପିଟାଲ, ମାର୍କେଟ, ସ୍କୁଲ, କୋର୍ଟ, ସବରେଜିଷ୍ଟର ଅଫିସ ସାମ୍ନାରୁ ଗାଡି ଲୁଟୁଥିବା ଏହି ଗ୍ୟାଙ୍ଗ ଏବେ ପୋଲିସ କବ୍ଜାରେ । More

ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ ? ଅଘଟଣ ରୋକିବାକୁ ୮ ସୂତ୍ରୀ ପଏଣ୍ଟ ଉପରେ ଫୋକସ୍

ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି । More

ଶୁକ୍ରବାର ରାନ୍ଧଣାରେ ବନାନ୍ତୁ ‘ଚିଙ୍ଗୁଡ଼ି ମଲାଇ’

ଘରେ ଘରେ ଚିଙ୍ଗଡିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ମଲାଇ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । More

ବିମାନବନ୍ଦରରୁ ସୁନା ଗହଣା ଜବତ ଘଟଣା, ଟିକସ ପାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର

ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି । More

ଆହୁରି ତିନି ଦିନ ପ୍ରବଳ ବର୍ଷିବ, ନିର୍ଧୁମ ଛେଚିବ..!

ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଭଳି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । More

ରତ୍ନଭଣ୍ଡାର ସୁନା-ରୂପା ଗୁଜରାଟ ଚାଲଣ ପ୍ରସଙ୍ଗ; ସୁଲତାଙ୍କୁ ଜଗୁନିଙ୍କ କଡ଼ା ସମାଲୋଚନା

ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ସୁନା ଓ ରୂପା ଜବତ ପ୍ରସଙ୍ଗ । ରତ୍ନଭଣ୍ଡାରରୁ ସୁନା-ରୂପା ଗୁଜରାଟ ଚାଲାଣ ହେଉଥିଲା କହିଥିଲେ ସୁଲତା । More

Panchang Today 30th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର। ଚନ୍ଦ୍ର- ମିଥୁନ ଦିବା ୧୧.୩୪ ଗତେ କର୍କଟ । ତିଥି- ୧୨ଶୀ ରାତ୍ରି ୦୨.୨୫ ଗତେ ୧୩ଶୀ। More

ଟାଟା ପାୱାର ବିରୋଧରେ ହଲ୍ଲାବୋଲ, ମିଟର ଫିଙ୍ଗିଲେ ୧୫ ପଞ୍ଚାୟତର ଉପଭୋକ୍ତା

ସ୍ମାର୍ଟମିଟର ନାଁରେ ଶୋଷଣ ବିରୋଧରେ ହଲ୍ଲାବୋଲ । ବିଜୁଳି ବିଲ୍ ରେ ଟାମ୍ପରିଂ କରି କମ୍ପାନୀ ଲୁଟୁଥିବା ଅଭିଯୋଗ । More

ପ୍ରେମ ପାଇଁ ରକ୍ତରଞ୍ଜିତ ରାଜଧାନୀର ରାସ୍ତା

ପ୍ରେମ ପାଇଁ ପ୍ରେମିକାର ଦାଦାକୁ ମାରିଦେଲା ପାଗଳ ପ୍ରେମିକ । ଖଣ୍ଡଗିରି ଥାନା ଅଞ୍ଚଳରେ ସିନେମା ଷ୍ଟାଇଲର ଥ୍ରିଲର ମର୍ଡର କ୍ରାଇମ । More

ସରକାରୀ ସ୍କିମ୍ କମ୍, ନିଜ ପ୍ରଚାର ବେଶି; ପାଣ୍ଡିଆନଙ୍କ ବିଜ୍ଞାପନ ବାବଦରେ ଖର୍ଚ୍ଚ ୧୫ କୋଟି..!

ସରକାରୀ ତହବିଲରୁ ହୋଇଛି ପାଣି ଭଳି ଆଡଭାଟାଇଜ୍ ଖର୍ଚ୍ଚ । ତେଜିଲା ପଲିଟିକାଲ ବୟାନବାଜି । More

ଫାଇନ୍ ଫାଙ୍କୁଛନ୍ତି ୨୩ ଖଣି ମାଲିକ, ବାକି ପଡ଼ିଛି ୨୭୨୩ କୋଟି ଜରିମାନା

ବିଧାନସଭାରେ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର । ଶାହା କମିଶନଙ୍କ ତଦନ୍ତ ପରେ ଫାଇନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । More

ମଣିଷକୁ ଛୁଇନି ବାର୍ଡ ଫ୍ଲୁ, ରିପୋର୍ଟ ଆସିଲା ନେଗେଟିଭ୍

ସରକାରଙ୍କ ପକ୍ଷରୁ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ବାର୍ଡ ଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ବିଭାଗ ସଚେତନ ରହିଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ। More