ସଂକ୍ଷେପରେ ଆଜିର ତାଜା ଖବର - Tuesday, 13 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସୁଭଦ୍ରା ଯୋଜନା ! ରାକ୍ଷୀ ପୂର୍ଣ୍ଣିମାରେ ଆସିପାରେ SOP

ଖୁବଶୀଘ୍ର ସୁଭଦ୍ରା ଯୋଜନା ଆବେଦନ । ସୁଭଦ୍ରା ଯୋଜନାର ପ୍ରାଥମିକ ନିୟମ ସ୍ଥିର କଲାଣି ବିଭାଗ । More

ଆକ୍ସନ ମୋଡରେ MSME ମନ୍ତ୍ରୀ, ଓ-ହବ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ

୩ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ କମିଟି କରିବ ତଦନ୍ତ । ଅଗଷ୍ଟ ୨୧ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । More

କାମରେ ଆସୁନି ଜୟପୁର ସହରର ବସ୍ ଟର୍ମିନାଲ, ୬ ମାସ ପରେ ବି ଅଚଳ !

ପୁରୁଣା ବସଷ୍ଟାଣ୍ଡରେ ବଢୁଛି ଭିଡ଼, ଲୋକେ ହଇରାଣ । ଜିଲ୍ଲାପାଳ କହିଲେ OSRTC କର୍ତ୍ତୃପକ୍ଷଙ୍କ ସହ ହେବ ଆଲୋଚନା । More

ବଡ଼ ଠାକୁର ପଡ଼ିବା ଘଟଣାରେ ଖୁଣ୍ଟିଆ-ପ୍ରତିହାରୀ-ଜେଟିପି-ଦଇତା ସେବକଙ୍କୁ ପଚରାଉଚରା

କାହା ଭୁଲ୍ ରୁ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଳଭଦ୍ର ? ଘଟଣାର ମାସକ ପରେ ତତ୍ପର ହେଲା ୩ ଜଣିଆ ଇନକ୍ବାରି କମିଟି । More

ରି-ଓପନ୍‌ ହେବ ଫାଇଲ ! ୩ ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ହେବ ପର୍ଦ୍ଦାଫାସ୍...

ମନ୍ତ୍ରୀ ନବ ଦାସ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାର ହେବ ପୁନଃ ତଦନ୍ତ । ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ପୁନଃ ତଦନ୍ତ ନେଇ ଆଇନମନ୍ତ୍ରୀଙ୍କ ସୂଚନା । More

SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ

ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ DMET ରୋମା ରତନ ରହିଛନ୍ତି। More

ଏଣିକି ମାଦକ ଦ୍ରବ୍ୟରେ ଗଣା ହେବ 'ଭାଙ୍ଗ'

ଆଇନରେ ଥିବା ପ୍ରାବଧାନ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି। More

ଓଡ଼ିଶା ଲୋକାୟୁକ୍ତ ଅଚଳ ! ପଡ଼ିରହିଛି ଶତାଧିକ କେସ୍; କେମିତି ନ୍ୟାୟ ପାଇବେ ସାଧାରଣ ଲୋକ..

ଗତବର୍ଷ ଶେଷ ସୁଦ୍ଧା ପାଖାପାଖି ୪୮୪ଟି ମାମଲା ବିଚାର ନହୋଇ ପଡିରହିଥିଲା । ସେହିପରି ଏବର୍ଷ ସ୍ଥାୟୀ ଅଧ୍ୟକ୍ଷ ଏବଂ ସଦସ୍ୟ ନଥିବାରୁ ଆଜି ଯାଏ ପ୍ରାୟ ୪୧୭ଟି କେସ୍ ଯୋଡି ହୋଇସାରିଲାଣି । More

ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି; ୪ ଦିନରେ ଗଲାଣି ୩ ଜଣଙ୍କ ଜୀବନ

ଗାଁରେ ମେଡିକାଲ ଟିମ୍‌ ରହି ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ୨ ଜଣ ଚିକିତ୍ସିତ ହେଉଛନ୍ତି l ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି । More

Panchang Today 13th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୮ମୀ ଦିବା ୦୯.୩୧ ଗତେ ୯ମୀ । More

NIRF ରାଙ୍କିଂ ! ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ

୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି। More

ଘର ନୁହେଁ ତ ମିନି ଜୁଏଲାରୀ ସପ୍, ପୂର୍ବତନ R & B ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ଘରୁ ମିଳିଲା ଦେଢ଼ କେଜିର ସୁନା ଅଳଙ୍କାର । ଦାମୀ ଗାଡ଼ି ଓ ଫ୍ଲାଟ୍ ସଂଖ୍ୟା ଜାଣି ସମସ୍ତେ ଆଶ୍ଚର୍ଯ୍ୟ । More

ନୂଆ MLAଙ୍କ କ୍ଲାସ୍ ନେବେ ନଡ୍ଡା

ନୂଆ MLAଙ୍କ କ୍ଲାସ୍ ନେବେ ନଡ୍ଡା, ଦେବେ ପଲିଟିକାଲ୍ ସକ୍ସେସ ମନ୍ତ୍ର । ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ଚାଲିବ ବିଧାନସଭାରେ ବିଧାୟକଙ୍କ ତାଲିମ୍ କର୍ମଶାଳା ।   More

ସଂଗଠନ ଚିନ୍ତାରେ ବିଜେଡି, ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ପୌର ସଂସ୍ଥା

ଭବାନୀପାଟଣା ପରେ ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା । ଯୁବ-ବରିଷ୍ଠଙ୍କୁ ଏକାଠି କଲାବେଳକୁ ଘାଇଲା କରୁଛି ଗୋଷ୍ଠୀ କନ୍ଦଳ । More

ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ, ଜର୍ମାନ୍ ସହପାଠିନୀଙ୍କୁ ଦୁଷ୍କର୍ମ ମାମଲାରେ ଯାଇଥିଲେ ଜେଲ୍ !

ଭୁବନେଶ୍ବର AIIMSରେ ୪୨ ବର୍ଷରେ କ୍ୟାନସରରେ ମୃତ୍ୟୁ । ୨୦୦୬ରେ ଜର୍ମାନ୍ ସହପାଠିନୀଙ୍କୁ ଦୁଷ୍କର୍ମ ମାମଲାରେ ହୋଇଥିଲା ଜେଲ୍ । More