ସଂକ୍ଷେପରେ ଆଜିର ତାଜା ଖବର - Thursday, 27 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନୂଆ ମୋହନ ସରକାରଙ୍କ ପାଇଁ ଅଛି ଏହିସବୁ ଚ୍ୟାଲେଞ୍ଜ୍

ବର୍ତ୍ତମାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିଜେଡି ମାର୍କା ଅଫିସରଙ୍କୁ ବଦଳି ଚାଲିଛି। କର୍ପୋରେସନ ଗୁଡ଼ିକରେ ଏ ସରକାରର ଲୋକ ଅବସ୍ଥାପିତ ହୋଇନାହାଁନ୍ତି, ତେଣୁ କାମ କେବେ ଆରମ୍ଭ ହେବ ତାହା ଦେଖିବାର କଥା। More

ଅନ୍ଧାରରେ ବାଲେଶ୍ୱର ସହରର ପ୍ରବେଶ ପଥ; ବଢୁଛି ଦୁର୍ଘଟଣାର ଆଶଙ୍କା

ସୂର୍ଯ୍ୟାସ୍ତ ହୋଇଯିବା ପରେ ଏଠି ଚାରିଆଡ଼ କିଟିକିଟି ଅନ୍ଧାର। ଲାଇଟ୍ ପୋଷ୍ଟ ଅଛି, ହେଲେ ଜଳୁନି। ମିଶାଇଲ ସିଟି କୁହାଯାଉଥିବା ବାଲେଶ୍ୱର ସହରର ଦୃଶ୍ୟ ସାଙ୍ଘାତିକ। More

IAS ଙ୍କ ପରେ ଗାଦିମଡ଼ା OAS ଙ୍କ ଖୋଲୁଛି ଗୁମର: ଚାଟୁକାରିତା କରି ଗୋଟିଏ ଜାଗାରେ ବର୍ଷବର୍ଷ

ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି। More

ଆଗକୁ ଶ୍ରୀମନ୍ଦିରରେ କେମିତି ହେବ ଭିଡ଼ ନିୟନ୍ତ୍ରଣ ? କିଭଳି ହେବ ରତ୍ନଭଣ୍ଡାରରେ ଅଳଙ୍କାର ଗଣତି-ମଣତି ?

ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମତ ରଖିଲେ ଗଜପତି ମହାରାଜ । କହିଲେ ମହାପ୍ରଭୁଙ୍କ ପାଇଁ ଯଥେଷ୍ଟ ନୁହେଁ ୫୦୦ କୋଟିର କର୍ପସ୍ ଫଣ୍ଡ୍ । More

ଶ୍ରୀଜିଉଙ୍କ ରଥ ସଖୀଙ୍କୁ ଖାଇଗଲେ ଉଈ ! ରଥଯାତ୍ରା ପୂର୍ବରୁ ସମ୍ଭବ ନୁହେଁ ନୂଆ ସଖୀ ନିର୍ମାଣ...

ଏଥର ଶ୍ରୀଜୀଉଙ୍କ ରଥରେ କମିବ କି ସଖୀଙ୍କ ସଂଖ୍ୟା । ବେପରୁଆ ରକ୍ଷଣାବେକ୍ଷଣକୁ ନେଇ ଉଦବେଗ । ମ୍ୟୁଜିୟମ୍ କରି ସଂରକ୍ଷଣ ପାଇଁ ଦାବି । More

ମନ୍ତ୍ରୀ ଦେଲେ ଗ୍ରୀନ ସିଗନାଲ, ଏଣିକି ନେତା ବାଛିବ କଲେଜ

ଦୀର୍ଘ ଛଅବର୍ଷ ପରେ ରାଜ୍ୟରେ ହେବକି ଛାତ୍ର ସଂସଦ ନିର୍ବାଚନ? ଏ ବାବଦରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କି ରାଜ୍ୟ ସରକାର? ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବୟାନକୁ ନେଇ ବଢ଼ିଛି ଆଶା। More

ନିର୍ବାଚନ ବିପର୍ଯ୍ୟୟ ପରେ ବଢ଼ିଲା ରାଜ୍ୟ କଂଗ୍ରେସରେ କନ୍ଦଳ

ଇସ୍ତଫା ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କୁ ଦଳ ଭିତରୁ ବଢୁଛି ବିରୋଧ । ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କି ସ୍ବୀକାର କଲେନି ପିସିସି ସଭାପତି । More

ରେଲୱେ ଅଧିକାରୀଙ୍କୁ ଲକ୍ଷ୍ମଣ ବାଗ୍‌ଙ୍କ କଡ଼ା ତାଗିଦ୍; କହିଲେ, ପ୍ରଥମେ ଥଇଥାନ, ତା’ପରେ ଉଚ୍ଛେଦ..

କଣ୍ଟାବାଞ୍ଜି AAE ଏନ.ପ୍ରସନ୍ନ କୁମାରଙ୍କୁ ବିନା ଥଇଥାନରେ କେମିତି ଉଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍‌। More

ଘରୋଇକରଣ ହେବ ଦେଶର ୧୧ଟି ବିମାନ ବନ୍ଦର; ତାଲିକାରେ ରହିଛି ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି ଭଳି ବିମାନ ବନ୍ଦରରକୁ ଘରୋଇ କମ୍ପାନିକୁ ଦିଆଯିବ। ଫଳରେ ଏହାର ଉନ୍ନତି ସହ ବିମାନ ବନ୍ଦରର ପରିସୀମା ବଢ଼ାଇବାକୁ ଚେଷ୍ଟା କରାଯିବ। More

ନଷ୍ଟ ହେଉଛି ଅଷ୍ଟମ ଶତାବ୍ଦୀର ଐତିହ୍ୟ ! ରକ୍ଷଣାବେକ୍ଷଣ ନହେଲେ...

ଦିନେ ଇତିହାସର ମୁକ ସାକ୍ଷୀ ସାଜିଥିବା ଏହି ଭଗ୍ନ ମନ୍ଦିର ଏବେ ନିଜେ ଇତିହାସ ପାଲଟିବାକୁ ବସିଛି। ଭୁଗର୍ଭରେ ଧିରେ ଧିରେ ଲୀନ ହେବାରେ ଲାଗିଛି ଅଷ୍ଟମ ଶତାବ୍ଦୀର ବଳଦେବଜୀଉଙ୍କ ଭଗ୍ନ ମନ୍ଦିରl ମାଟିରେ ସମାଧି ନେବାକୁ ବସିଲାଣି ଅଷ୍ଟମ ଶତାବ୍ଦୀର କଳାକୃତି। More

ଶିଶୁକନ୍ୟାକୁ ନେଇ ମୁହାଁମୁହିଁ ! ପିଲା କାହାର, ଉତ୍ତର ନାହିଁ ?

ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଅଡୁଆରେ ଶିଶୁ ସୁରକ୍ଷା ୟୁନିଟ ବା ଡି.ସି.ପି.ୟୁ। ଶିଶୁକନ୍ୟା ଦୁଇଟି କୋଉଠୁ ଉଦ୍ଧାର ହେଲେ? କିଏ ଆଣିକି ଆସିଥିଲା? ଏ ସଂର୍ପକରେ ଡି.ସି.ପି.ୟୁଙ୍କ ପାଖରେ ନଥିଲା କୌଣସି ତଥ୍ୟ। More

ଅସରାଏ ବର୍ଷାରେ କାହିଁକି ଉବୁଟୁବୁ ହେଉଛି ରାଜଧାନୀ..ଜାଣନ୍ତୁ..

ବର୍ଷା ଆସିଲେ ରାଜଧାନୀରେ କେଉଁ କେଉଁଠି ସ୍ଥାନ ପ୍ରଭାବିତ ହୁଏ। ଭୁବନେଶ୍ୱରର ପ୍ରାୟ ୧୨ଟି ପ୍ରାୟତଃ ପ୍ରଭାବିତ ହୁଏ। ପ୍ରଭାବିତ ତ ନୁହଁ, ସମ୍ପୂର୍ଣ୍ଣ ଉବୁଟୁବୁ ହୁଏ ସାରା ଇଲାକା। More

ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍; କେବେ ଖୋଲିବ ଦୋକାନ ତାଲା, ଉଠିଲା ପ୍ରଶ୍ନ 

ସହରକୁ ଟ୍ରାଫିକ୍ ମୁକ୍ତ ଓ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୟାସରେ ସତେ ଯେପରି କଳଙ୍କି ଲାଗି ଯାଇଛି। କାରଣ ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍ । More

ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା; ୩ ପୋଲିସ କର୍ମଜାରୀଙ୍କୁ ବଦଳି 

ଜଳଜଳ ହୋଇ ଦିଶିଲା ବର୍ଦ୍ଦି ପଛରେ ଲୁଚିଥିବା ବର୍ବର ଚେହେରା: ଚାନ୍ଦବାଲି ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେଲେ ପୁରୁଷ ପୋଲିସ । ବିବସ୍ତ୍ର ହେବା ପରେ ବି ଛାଡ଼ିଲେନି ।  More

Panchang Today 27th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଯାତ୍ରା ଆରମ୍ଭ କରନ୍ତୁ..

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର। ଚନ୍ଦ୍ର- କୁମ୍ଭ ନିଶାନ୍ତ ୦୪.୩୧ ଗତେ ମୀନ। ତିଥି- ୬ଷ୍ଠୀ ସନ୍ଧ୍ୟା ୦୬.୩୯ ଗତେ ୭ମୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ନିଶାନ୍ତ ୦୪.୩୧ ଗତେ ଧନୁ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ଦିବା ୧୧.୩୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୩୯ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ। More

ପୁଣି ବର୍ଷାରେ ବିକଳ ଚିତ୍ର; ଅସରାଏ ବର୍ଷାରେ ବିଗିଡ଼ିଲା ରାଜଧାନୀର ସ୍ଥିତି

ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଚିଲା ବର୍ଷା, ବୁଡ଼ିଲା ରାସ୍ତା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ଯାତାୟତ ପ୍ରଭାବିତ.. ହନ୍ତସନ୍ତ ଲୋକେ। More

ଖୁବଶୀଘ୍ର ଓଡ଼ିଶାରେ ମଦ ବ୍ୟାନ୍‌ ? ହେଲେ..

ମଦମୁକ୍ତ ହୋଇପାରିବ ତ’ ଓଡ଼ିଶା ? ବନ୍ଦ ହେବ କି ମଦ ବିକ୍ରି, ନିଶା ବ୍ୟବହାର ? ଶାସନକୁ ଆସୁ ଆସୁ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସତରେ କ’ଣ ଅଣ୍ଟା ଭିଡ଼ିଛି ମୋହନ ସରକାର? More

ଗ୍ରୀନ ସିଗ୍ନାଲ ଦେଲେ ମନ୍ତ୍ରୀ ! ବଦଳିବ ଲକ୍ଷ୍ମୀ ବସ୍‌ ନାଁ, ଆବଶ୍ୟକତା ନଥିବା ଜାଗାରେ ବନ୍ଦ ହେବ ?

ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍। More

‘ରକ୍ଷଣାବେକ୍ଷଣ ଅଭାବରୁ ଉଈ ଖାଇଗଲା ତିନି ରଥର ସଖୀ’ 

କେତେକ ସଖୀ ମୂର୍ତ୍ତିଙ୍କର ନାକ ଓ ହାତ ଉଈ ଖାଇଯାଇଛନ୍ତି ଓ ଆଉ କେତେକ ପାର୍ଶ୍ବମୂର୍ତ୍ତିଙ୍କର ନାକ ଚେପା ହୋଇଯାଇଛି। ଏନେଇ ଉଦବେଗ ପ୍ରକାଶ କଲେ ରୂପକାର ସେବକ।  More

ଥିଲେ ବିଧାୟକ, ପାଇଥିଲେ ମନ୍ତ୍ରୀଙ୍କ କ୍ଵାର୍ଟର ? ଏବେ ବାବୁଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?

ବିଧାୟକ ହୋଇ ବି ପାଇଥିଲେ ମନ୍ତ୍ରୀ ଓ ଆଇଏଏସଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସ। ସରକାରୀ ଜାଗାରେ ନିର୍ମାଣ କରିଥିଲେ କୋଟି କୋଟି ଟଙ୍କାର ବେଆଇନ୍ ନିର୍ମାଣ। ଆଉ ଏବେ, ସରକାରଙ୍କ ବିନା ଅନୁମତିରେ ସରକାରୀ ସଂପତ୍ତିର ମନଇଛା ଧ୍ୱଂସ। More