ସଂକ୍ଷେପରେ ଆଜିର ତାଜା ଖବର - Wednesday, 19 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀବାସୀଙ୍କୁ ମୁକୁଳା ଡ୍ରେନ ଭୟ; ୭ ବର୍ଷରେ ଗଲାଣି ୬ ଜୀବନ, ତଥାପି ଚେତୁନି BMC

ରାଜଧାନୀରେ ଆଉ କେତେ ମୁଣ୍ଡ ନେବ ମୁକୁଳା ଡ୍ରେନ୍ ? ଟିକିଏ ବର୍ଷା ହେଲେ, ଆଉ କେତେଦିନ ଯାଏଁ ବିପଦଶଙ୍କୁଳ ହୋଇ ଉଠୁଥିବ ଭୁବନେଶ୍ୱର ମହାନଗରୀ ? More

ପୁଣି ବିଧାନସଭା ମଙ୍ଗ ସମ୍ଭାଳିବେ ଜଣେ ମହିଳା ବାଚସ୍ପତି

ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ପରିଚାଳନାର ମଙ୍ଗ ଧରିବେ ସୁରମା ପାଢୀ। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସୁରମା ଆଜି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। More

କୃଷ୍ଣସାର ମୃଗଙ୍କୁ ନନ୍ଦନକାନନରୁ ଆଣିଲେ, କୋଣାର୍କ ବାଲୁଖଣ୍ତରେ ଛାଡ଼ିଲେ

କୋଣାର୍କ ବାଲୁଖଣ୍ଡ ଅଭୟାରଣରେ ଛଡାଗଲା ୧୦ କୃଷ୍ଣସାର ମୃଗ । ନନ୍ଦନକାନନରୁ ଅଣାଯାଇଥିବା ୧୦ଟି ବିରଳ କୃଷ୍ଣସାର ମୃଗଙ୍କୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯାଇଛି । More

କର୍ଫ୍ୟୁ କବଳିତ ବାଲେଶ୍ୱରରେ ଦହଗଞ୍ଜ ଜନତା; ଭୋକରେ ଲୋକେ, ମାତିଲେ କଳାବଜାରୀ

ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ, କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ । ଆଜିକୁ ୩ ଦିନ ହୋଇଗଲା, କର୍ଫ୍ୟୁ କବଳରେ ସାରା ସହର । More

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ। More

ବାଚସ୍ପତି ପାଇଁ ସୁରମା ପାଢ଼ୀଙ୍କ ନାଁ ଘୋଷଣା କଲା ବିଜେପି

ସୁରମା ପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ । ସେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । More

କିଏ ହେବେ ବାଚସ୍ପତି ? ବିଜେପି ବିଧାୟକ ଦଳ ବୈଠକରେ ଚାଲିଛି ମାନସମନ୍ଥନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ଚାଲିଛି । ବିଧାନସଭାର ୫୪ ନମ୍ୱର୍ ପ୍ରକୋଷ୍ଠରେ ଚାଲିଛି ବୈଠକ । More

ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଟିକାକରଣ, ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍

ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି । More

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ଏଯାଏଁ ହୋଇନି ମଙ୍ଗଳ ଆଳତି

ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ମଧ୍ୟ ସମ୍ପନ୍ନ ହୋଇନି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ଗତକାଲି ରାତିରେ ଶ୍ରୀଜିଉଙ୍କ ଦିଅଁ ବିବାହ ନୀତି ବିଳମ୍ବ ହୋଇଥିଲା । More

ଡ୍ରେନ୍‌ ଟ୍ରାଜେଡି: ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସକାଳୁ ୟୁନିଟ-୩ ମସଜିଦ୍ କଲୋନୀରେ ପହଞ୍ଚିଥିଲେ ମନ୍ତ୍ରୀ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । More

ଅତାବିରାରେ ଚାଷୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଆପଣମାନେ ଖୁସି ତ...

ତେବେ ମଞ୍ଚରେ ଉଦବୋଧନ ବେଳେ ମୋହନ ମାଝୀ ଚାଷୀଙ୍କୁ କହିଥିଲେ ଯେ, ଆପଣମାନେ ଖୁସି ତ, ମୁଁ ବି ଖୁସି । More

ବାଲେଶ୍ବରରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ, ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ୍

ଶାନ୍ତ ହେଉଛି ବାଲେଶ୍ବର ସହର, ଫେରୁଛି ସ୍ବାଭାବିକ ସ୍ଥିତି । ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ । More

ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା ?

ସେହିପରି ଉପନେତା ଦୌଡ଼ରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ । More

କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମହିଳା ମୃତ

ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି ଲୋକ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କାର୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଟ୍ରକଟି ବ୍ରିଜ୍‌ର ବାଡ଼ା ଭାଙ୍ଗି ପୋଲରୁ ନଦୀ ଭିତରକୁ ଖସି ପଡ଼ିଛି । More

ଏଥର ବିରଳ ହେବ ରଥଯାତ୍ରା; ଏକା ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଘୋଷଯାତ୍ରା

ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ। କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ। ତେଣେ ସେବାୟତ କହିଲେଣି ଇତିହାସ ତର୍ଜମା କରି ନୀତିକାନ୍ତି କରିବୁ। More

କାଳ ହେଲା ମୁକୁଳା ଡ୍ରେନ୍: ବର୍ଷା ହେଲା, ଜୀବନ ଯିବା ଆରମ୍ଭ ହେଲା

କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି। More

୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍‌ରେ ନବୀନ: ଲକ୍ଷ୍ମଣ ବାଗ୍‌ଙ୍କୁ ଦେଖି କହିଲେ...

ନୂଆ ବିଧାୟକ..ନୂଆ ଉତ୍ସାହ। ସପ୍ତଦଶ ବିଧାନସଭାରେ ଶପଥ ସମାରୋହରେ ଅନେକ ନୂଆ ଚେହେରା। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ବିଧାନସଭାରେ ହେଉଛି ଗୃହ ପ୍ରବେଶ। More

DBTରେ ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୨୦୦୦ ଲେଖାଏଁ ଟଙ୍କା

ବରଗଡ଼ରେ ସିଏମ୍ ମୋହନ ମାଝୀ ଦେଲେ ସହାୟତା । ବଦଳିବ କି କାଳିଆ ଯୋଜନା, ବଢ଼ିଲା ଚର୍ଚ୍ଚା। More

BJDରେ ଏବେବି ବଳବତ୍ତର ପାଣ୍ଡିଆନଙ୍କ ପତିଆରା ? ମୁହଁ ଖୋଲୁ ନାହାନ୍ତି ନେତା..!

ପାଣ୍ଡିଆନଙ୍କ ବାବଦରେ ପଚାରିବାରୁ ଏଡାଇଗଲେ ନେତା । କାଲି ବିଜେଡି ବିଧାୟକ ଦଳ ବୈଠକ ଉପରେ ନଜର । More