ସଂକ୍ଷେପରେ ଆଜିର ତାଜା ଖବର - Saturday, 27 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କଟକ ପାଇଁ ମୋକିମଙ୍କ ଝିଅଙ୍କ ନାଁ ସୁପାରିସ୍ କଲା ପ୍ରଦେଶ କଂଗ୍ରେସ

କଟକରେ କଟକ-ବାରବାଟୀ କଂଗ୍ରେସ ପକ୍ଷରୁ ଅନୁଷ୍ଠିିତ ହୋଇଛି ବିଶାଳ ସମାବେଶ। କାର୍ଯ୍ୟକ୍ରମରେ ମହମ୍ମଦ ମୋକିମଙ୍କ ସମେତ ତାଙ୍କ ଝିଅ ଶୋଫିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। More

ଟ୍ୱିନ୍‌ସିଟିରେ ଖଇ ଫୁଟୁଛି; ଦିନ ରାତି ଏଠି ସବୁ ଭୟଙ୍କର

୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଆଜି ସର୍ବାଧିକ ୪୪.୬ ଡିଗ୍ରୀ ସହ ଚଳିତ ଗ୍ରୀଷ୍ମୠତୁରେ ସର୍ବକାଳୀନ ରେକର୍ଡ କରିଛି ଭୁବନେଶ୍ୱରର ତାପମାତ୍ରା। More

ସୁପର୍ ସଣ୍ଡେରେ ସୁପର୍ ସୋ; ଦୁଇ ହେଭିୱେଟ୍‌ ନେତାଙ୍କ ପ୍ରଚାରରେ କମ୍ପିବ ମୈଦାନ

ଫାଷ୍ଟ ଫେଜ୍ ଇଲେକ୍ସନ ପାଇଁ କାଲି ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର। ବ୍ରହ୍ମପୁର ଆମ୍ବପୁଆରେ ସଭା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା। ସାଲେପୁରରେ କଂଗ୍ରେସର ନ୍ୟାୟ ସମାବେଶକୁ ଆସିବେ ରାହୁଲ ଗାନ୍ଧୀ। More

ସରକାରୀ ଶିକ୍ଷାନୁଷ୍ଠାନରେ କାହିଁକି ନାହିଁ ସଫଳତା ? ରାଉରକେଲା NITରୁ ୫ ଛାତ୍ରଛାତ୍ରୀ IAS

ଏଥର ସିଭିଲ ସର୍ଭିସ ପରୀକ୍ଷାରେ ସମସ୍ତଙ୍କୁ ଚମକାଇ ଦେଇଛି ରାଉରକେଲା ନିଟ୍ । ପ୍ରଥମଥର ପାଇଁ ଏକାସଙ୍ଗେ ପାଂଚ ପାଂଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । More

AICC ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି, ଟିକେଟ ଦେଇ ପୁଣି କାଟୁଛି ଦଳ: ମୋହନ ହେମ୍ବ୍ରମ୍

କେନ୍ଦୁଝର ଲୋକସଭା ଆସନ ପାଇଁ ଟିକେଟ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ ଓ ପତ୍ନୀ ଝୁନା ପଟ୍ଟନାୟକ । କଂଗ୍ରେସ ଉପରେ ବର୍ଷିବା ସହ ଦଳର ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । More

ଆସିଲା ବିଜେଡି ପ୍ରାର୍ଥୀ ତାଲିକା; ବେଗୁନିଆରୁ ଲଢ଼ିବେ ପ୍ରଦୀପ ସାହୁ

ଆଉ ୩ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। More

ଆସିଲା BJP ପ୍ରାର୍ଥୀ ତାଲିକା; ସାଲେପୁରରୁ ଅରିନ୍ଦମ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ

୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। More

ସରଗରମ ହେଉଛି ନିର୍ବାଚନୀ ମଇଦାନ, କଳାହାଣ୍ଡିରେ ତ୍ରିମୁଖୀ ଲଢ଼େଇ

ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ବି କଳାହାଣ୍ଡି ସଂସଦୀୟ କ୍ଷେତ୍ର ଲାଗି ନୂଆ ମୁହଁ। ୨୦୧୯ ନିର୍ବାଚନରେ ସେ ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢି ଅଳ୍ପକେ ହାରି ଯାଇଥିଲେ। କଂଗ୍ରେସର ଅଧିରାଜ ପାଣିଗ୍ରାହୀଙ୍କଠାରୁ ମାତ୍ର ୨ ହଜାର ୮୫୭ ଭୋଟରେ ପରାଜିତ ହୋଇଥିଲେ ଲମ୍ବୋଦର ନିଆଲ। More

ବାକି ଆସନରେ କେବେ ଘୋଷଣା ହେବ ତିନି ଦଳର ପ୍ରାର୍ଥୀ ?

ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ । More

ଖବର ପ୍ରସାରଣ ‍ପରେ ପଶିଲା ଚେତା, ପରିକ୍ରମା ମାର୍ଗରେ କାର୍ପେଟ ବିଛାଇଲା ଶ୍ରୀମନ୍ଦିର ପ୍ରଶାସନ

ଡହ ଡହ ଖରାରେ କାଳିଆ ଦର୍ଶନ ପାଇଁ ଆସୁଥୁବା ଭକ୍ତ କିଭଳି ଡହଳ ବିକଳ ହେଉଥିଲେ ସେନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ କାର୍ପେଟ ବିଛାଇବା ସହ ଜଳ ସିଞ୍ଚନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । More

ଶିମିଳିପାଳ ଅଭୟାରଣ୍ୟରେ ଲିଭୁନି ବନାଗ୍ନି, ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ମାଡ଼ି ଚାଲିଛି ନିଆଁ

ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ସାମିଲ ଅଛନ୍ତି । More

NH 55 ପଞ୍ଚମହଲାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ

ସୂଚନା ଅନୁଯାୟୀ ୩ ଜଣ ଯୁବକ ଏକ ବାଇକରେ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଏକ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିଲା । More

ମିଳିଲାନି ବିଜେଡି ଟିକେଟ୍‌, ସମର୍ଥକଙ୍କ ଆଗରେ କାନ୍ଦିଲେ ଆଶାୟୀ ପ୍ରାର୍ଥୀ

ତେବେ ପ୍ରାର୍ଥୀ ଘୋଷଣା ପୂର୍ବରୁ କର୍ମୀଙ୍କ ସହ ଆଲୋଚନା କରିଥିଲେ ଦ୍ୱନ୍ଦ୍ୱ ରହି ନ ଥାନ୍ତା ବୋଲି ସେ କହିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ନିଜର ଆଗାମୀ ରଣନୀତି କ’ଣ ହେବ ତାହା ଜଣାଇବେ ବୋଲି କହିଛନ୍ତି। More

ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ

ଅନ୍ୟପଟେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। More

ଶିକ୍ଷା ଏବଂ କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରତିମା ପୁରସ୍କାର ୨୦୨୪ ଘୋଷଣା

ଚଳିତ ବର୍ଷ ସାମାଜିକ କର୍ମୀ ତଥା ଶିକ୍ଷାସନ୍ଧାନ ର ସଦସ୍ୟ ସମ୍ପାଦକ ଅନୀଲ ପ୍ରଧାନଙ୍କୁ ଆଦିବାସୀ ପିଲାମାନଙ୍କ ଶିକ୍ଷାରେ ଅଗ୍ରଗତି, ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ପୁସ୍ତକ ପ୍ରକାଶନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ପ୍ରତିମା ଶିକ୍ଷା ସମ୍ମାନ ୨୦୨୪ ପୁରସ୍କାର ପ୍ରଦାନ କରାଯିବ। More

ପାଟକୁରା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ବୈଜୟନ୍ତ

ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ। More

କ’ଣ ପାଇଁ କନଫ୍ୟୁଜନ୍‌..୩ ଦଳ ପାଇଁ ଅଛିଣ୍ଡା ଅଙ୍କ ସାଜିଛି କି ନୀଳଗିରି ?

ନୀଳଗିରି ଗଣିତ ଏବେବି ଅବୁଝା ରହିଛି ରାଜ୍ୟର ୩ ପ୍ରମୁଖ ଦଳ ପାଇଁ। ଟିକେଟ୍ ଘୋଷଣାକୁ ଆଶାୟୀ ମାନେ ଚାହିଁ ରହିଥିବା ବେଳେ, ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ୁଛି। More

ଶାହଙ୍କ ଗୁରୁମନ୍ତ୍ର ପରେ ଫ୍ରଣ୍ଟ ଫୁଟ୍‌ରେ BJP; ନବୀନ ସରକାରକୁ ଓପାଡ଼ି ଫିଙ୍ଗିବାକୁ ବ୍ଲୁ ପ୍ରିଣ୍ଟ

ସୋନପୁର ସମାବେଶରେ ଗର୍ଜନ। ଆଉ ସନ୍ଧ୍ୟାରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ବଚନ। ରାଜନୀତିର ଚାଣକ୍ୟ ଶାହଙ୍କ,'ଓଡିଶାକୁ ଦରକାର ଡବଲ ଇଞ୍ଜିନ ସରକାର' ମନ୍ତ୍ର ପାଇ ଏବେ ଦ୍ୱିଗୁଣା ଉତ୍ସାହରେ ରାଜ୍ୟ ବିଜେପି। More

ମନ୍ତ୍ରୀ ଟୁକୁନି ସାହୁ ଅଟକାଇ ଦେଲେ କି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ? ଟିଟିଲାଗଡ଼ ସଭାମଞ୍ଚରେ ଖୋଲି ଦେଲେ ପୋଲ୍

ଦିନେ ଯେଉଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର କଥା କହି ବିଜେଡି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା, ଏବେ ତା’ର ଗୁମର ଖୋଲିଛି । More