ସଂକ୍ଷେପରେ ଆଜିର ତାଜା ଖବର - Wednesday, 24 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅଜବ ରାଜନୀତି ! ନାମାଙ୍କନ ଭରିସାରିଥିଲେ କଂଗ୍ରେସ ପ୍ରାର୍ଥୀ, ସନ୍ଧ୍ୟାରେ କଟିଲା ଟିକେଟ...

କାହିଁକି ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ, ସେନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। More

ମାହାଙ୍ଗାରେ ବୈଜୟନ୍ତଙ୍କ ପାୱାର ସୋ’, ଧର୍ମଶାଳାରେ ସ୍ମୃତିରେଖାଙ୍କ ବିଶାଳ ରାଲି

ଧର୍ମଶାଳା ବିଜେପି ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ସହ ଯାଜପୁର ଲୋକସଭା ପ୍ରାର୍ଥୀ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ। More

୨୪ ମହାସଂଗ୍ରାମ ପାଇଁ ପ୍ରଚାର ମୈଦାନରେ ନବୀନ, ସମରଝୋଳ-ଶେରଗଡ଼ରୁ ବିରୋଧୀଙ୍କୁ ଟାର୍ଗେଟ୍

ବିରୋଧୀ ବିକାଶ ବିରୋଧୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିଧାନସଭା ସହ ଲୋକସଭାରେ ବି ଭଲ ରେଜଲଟ ନେଇ ନବୀନଙ୍କ ଦୃଢ଼ୋକ୍ତି । More

ଆଗକୁ ଅଗ୍ନିପିଣ୍ଡୁଳା ପାଲଟିବ ଓଡ଼ିଶା ! ୫ ଦିନ ପାଇଁ ୧୦ ଜିଲ୍ଲାକୁ ସତର୍କବାଣୀ

ଗଜପତି, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି। More

ବିଜେଡିର ୨୫ ବର୍ଷ ଶାସନର କଳାପେଡ଼ି ଖୋଲିଲା ବିଜେପି

ବିଜେଡି ସରକାର ବିରୋଧରେ ବିଜେପିର ୬୦ ପୃଷ୍ଠିଆ ଚାର୍ଜସିଟ୍ । ଓଡ଼ିଆ ଅସ୍ମିତାକୁ ମୁଖ୍ୟ ମୁଦ୍ଦା କଲା ରାଜ୍ୟ ବିଜେପି । More

ବାକି ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ଲଗାଇ ଦେଲେ ନିଆଁ

ଦୋକାନରୁ ବାକି ଖାଇଲେ, ଟଙ୍କା ମାଗିଲେ ଦୋକାନରେ ନିଆଁ ଲଗେଇଲେ । ରାତି ଅଧରେ ଦୋକାନରେ ନିଆଁ ଲଗାଇ ଛାରଖାର କରିଦେଲେ ଅଭିଯୁକ୍ତ । More

ଅସହ୍ୟ ଗରମରୁ ଆଶ୍ୱସ୍ତି ଦେବ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଏଥିପାଇଁ କଟକ, ଭୁବନେଶ୍ୱର ସହ ୭ ଜିଲ୍ଲା ରାୟଗଡ଼ା, ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ, ବରଗଡ଼, ନୟାଗଡ଼କୁ ୟେଲୋ ଆଲର୍ଟ ଜାରି ହୋଇଛି । More

ଜଟଣୀ ବିଜେଡି କାର୍ଯ୍ୟାଳୟରେ ସୁରଙ୍କ ପୋଷ୍ଟର, ଫଟୋ ଭାଇରାଲ୍‌ ପରେ ହଟିଲା ପୋଷ୍ଟର

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । କିଛି ଲୋକ ବଦନାମ କରିବାକୁ ଏପରି କରୁଥିବା ସେ କହିଛନ୍ତି । ସେ ଘଟଣା ସମ୍ପର୍କରେ ଜାଣିବା ପରେ ଏହାକୁ ବାହାର କରିବାକୁ କହିଥିଲେ। More

ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତ୍ତିଲେ ମାଆ ଓ ଦୁଇ ଛଆ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ନିଆଳି ଥାନା ରଘୁନାଥପୁର ଗ୍ରାମରେ। More

ଅସହ୍ୟ ଗରମରେ ଛଟପଟ ଲୋକେ; ୪୫ଡିଗ୍ରୀ ପାର୍ କରିବ ତାପମାତ୍ରା!

ଆହୁରି ବଢିବ ତାତି। ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । More

ନିର୍ବାଚନ ଲଢ଼ିବେ ମୋକିମ୍‌ଙ୍କ ଝିଅ !

କଟକ-ବାରବାଟୀ ବିଧାନସଭା ଆସନରେ ମହମ୍ମଦ ମୋକିମଙ୍କ ସ୍ଥାନରେ ତାଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି ମିଳିଛି । More

ନିର୍ବାଚନୀ ମଇଦାନରେ ମୁଖ୍ୟମନ୍ତ୍ରୀ; ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ

ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ଏଭଳି କରି କେହି କେବେ ସଫଳ ହେବେନି ବୋଲି ସେ କହିଛନ୍ତି। More

ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ; ପ୍ଲାକାର୍ଡ ଧରି ରାମ୍ପରେ ଚାଲିଲେ ଉପଜିଲ୍ଲାପାଳ

ନିର୍ବାଚନ ପାଇଁ ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ । 'ମୋ ଭୋଟ୍ ମୋ ଗର୍ବ' ପ୍ଲା କାର୍ଡ ଧରି ରାମ୍ପରେ ଚାଲିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ । ବାଲିଗୁଡା ସଭାଗୃହ ପରିସରରେ ଉପଖଣ୍ଡ ପ୍ରଶାସନ ତରଫରୁ ଚୁନାବ ମହ୍ଲାର କାର୍ଯ୍ୟକ୍ରମରେ ଫ୍ୟାସନ ସୋ ରାମ୍ପରେ ଚାଲିଛନ୍ତି ମାଡାମ୍। More

ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ; କାଲି ଓଡ଼ିଶା ଆସିବେ ଅମିତ ଶାହା

ସାଧାରଣ ନିର୍ବାଚନ ପାଇଁ ପ୍ରଥମଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଓଡ଼ିଆ ଅସ୍ମିତା ତଥା ସ୍ବାଭିମାନକୁ ନେଇ ବିଜେପି ପକ୍ଷରୁ ଅମିତ ଶାହା ପ୍ରଚାର ଆରମ୍ଭ କରିବେ ବୋଲି ବିଜେପି କହିଛି। More

ଆହୁରି ବଢିବ ତାତି! ଆଗାମୀ ୫ ଦିନ ଯାଏଁ ଜାଳିବ, ୪-୬ ଡିଗ୍ରୀ ବୃଦ୍ଧି ସମ୍ଭାବନା

ଆହୁରି ବଢିବ ତାତି! ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରିରହିବାର ସମ୍ଭାବନା ରହିଛି । More

ଉଦଳାରେ ସରଗରମ ରାଜନୈତିକ ପାଣିପାଗ; ବିଜେପି- ବିଜେଡି କଡ଼ାଫାଇଟ୍ ନେଇ ଚର୍ଚ୍ଚା

ସ୍ଥାନୀୟ ଅଞ୍ଚଳରେ କୌଣସି ଶିଳ୍ପ କିମ୍ବା ନିଯୁକ୍ତିର ସୁଯୋଗ ନଥିବାରୁ ବେକାରୀ ସମସ୍ୟା ବି ଏଠାକାର ଏକ ମୁଖ୍ୟ ମୁଦ୍ଦା । ଏଣୁ ଏଥର ଭୋଟର ସଫାସଫା ଶୁଣାଇଛନ୍ତି, ଏଥର ଯିଏ ଅଞ୍ଚଳର ବିକାଶ କରିବ, ତାଙ୍କୁ ଭୋଟ ଦେବୁ । More

Panchang Today 24th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ପ୍ରତିପଦ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୪୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ More

ବିଜେଡି ନେତାଙ୍କ ନୂଆ ଲୁକ୍‌; ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କଲେ, ଫଟୋ ପୋଜ୍‌ ଦେଲେ

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିବା ସହ ଫଟୋ ପୋଜ୍ ଦେଇଥିଲେ। More

କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ, ରାସ୍ତାରେ ଛିଡା ହୋଇ ଲୋକଙ୍କୁ କରୁଥିଲେ ଟାର୍ଗେଟ

କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ନକଲି ପୋଲିସ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । More

ପ୍ରଚାର ବେଳେ ହିଟୱେଭ୍ ଚ୍ୟାଲେଞ୍ଜ୍, କିଏ ସକାଳେ ତ ଆଉ କିଏ ସଞ୍ଜରେ କରୁଛନ୍ତି କ୍ୟାମ୍ପେନିଂ

ବଲାଙ୍ଗିର ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦେଖି କେବଳ ପୂର୍ବାହ୍ନ ଆଉ ଅପରାହ୍ନରେ ପ୍ରଚାର କରୁଛନ୍ତି । More

‘ଗଛଟିଏ କେବଳ ଲଗେଇଦେଲେ ହବନି, ତାକୁ ବଂଚେଇ ରଖିବା ସବୁଠୁ ବଡ଼ ଆହ୍ୱାନ’

ଏଠି ନିରୋଳା ପଣା ପିଇବାକୁ ଦଉନାହାଁନ୍ତି। ବରଂ ପଣା ସାଙ୍ଗରେ ଗଛଟିଏ ଉପହାର ଦଉଛନ୍ତି ଆଉ କହୁଛନ୍ତି, ପଣା ପିଅନ୍ତୁ ଗଛ ଲଗାନ୍ତୁ। More

ନିଆଁ ଆଁରେ ଚନ୍ଦକା ଅଭୟାରଣ୍ୟ, ଯୁଆଡେ ଚାହିଁବେ ଖାଲି ନିଆଁ ଆଉ ଧୁଆଁ

କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ । ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି । More