ସଂକ୍ଷେପରେ ଆଜିର ତାଜା ଖବର - Monday, 22 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

BJD ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ। More

BJDରେ ଅସମ୍ଭାଳ ବିଦ୍ରୋହ, ଟିକେଟ୍ କଟିବା ପରେ ଅସନ୍ତୋଷ ଝାଡ଼ିଲେ ରଘୁନନ୍ଦନ ଓ ସୁନନ୍ଦା

କାକଟପୁରରେ ସ୍ୱାଧୀନ ଲଢ଼ିବାକୁ ସୁର ସେଠୀଙ୍କ ଚେତାବନୀ । ଟିକେଟ୍ ଗୋଳମାଳ ନେଇ କଂଗ୍ରେସରେ ବି ବିଦ୍ରୋହର ସ୍ୱର । More

ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩ ବିଧାୟକଙ୍କ ଟିକେଟ୍ କଟିଲା

ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ସ୍ଥାନରେ ସାରଦା ପ୍ରସନ୍ନଙ୍କୁ ଟିକେଟ୍ । ବିରୋଧ ସତ୍ତ୍ବେ କାକଟପୁରରେ ତୁଷାରକାନ୍ତି ବେହେରା ରିପିଟ୍ । More

ତାତି ସହ ତାଳ ଦେଉଛି ଜଳକଷ୍ଟ, ଭଙ୍ଗା ଦଦରା ନଳକୂଅ ସହ ଚୂଆ ପାଣି ଭରସା

ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ତା’ସହ ବିଷମ ହେଉଛି ଜଳ କଷ୍ଟ । କେଉଁଠି ଶୋଷିଲାଙ୍କ ପାଇଁ ଭଙ୍ଗା ଦଦରା ନଳକୂଅ ସାହା ତ କେଉଁଠି ଚୂଆ ମେଣ୍ଟାଉଛି ଶୋଷ । More

କିଏ ପିନ୍ଧିବ ରାଉରକେଲା ମୁକୁଟ ? ମୈଦାନରେ ଦୁଇ ପୁରୁଣାଙ୍କ ସହ ନୂଆ ଯୋଦ୍ଧା

୨୦୨୪ରେ ବଦଳିବ କି ରାଉରକେଲାରେ ରାଜନୈତିକ ରଙ୍ଗ ? ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କାହାକୁ ? ନା ନୂଆ ଚେହେରାକୁ ଇସ୍ପାତ ନଗରୀର ମୁକୁଟ ପିନ୍ଧାଇବେ ଭୋଟର ? More

ପାଣି ଟୋପେ ପାଇଁ ହନ୍ତସନ୍ତ କୃଷ୍ଣସାର; ନା ଅଛି ଛାଇ ନା ମିଳୁଛି ପାଣି

ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ। ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଜଙ୍ଗଲୀ ଜୀବ। More

କିନ୍ନର ଚିନ୍ମୟୀଙ୍କ ମହତ ପ୍ରୟାସ; ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲରେ ଖୋଲିଛନ୍ତି ଜଳଛତ୍ର

ଦିନକୁ ଦିନ ବଢ଼ିଚାଲିଛି ଖରା। ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି। ପାଣି ଟୋପେ ପାଇଁ ମଣିଷଙ୍କ ଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ। ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ। ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ। More

ଏବେ ବି ବଞ୍ଚିଛି ମଣିଷ ପଣିଆ ! ପୁଅ ବଦଳରେ ପୁତୁରା ସାଜିଛି ଅନ୍ଧର ଲଉଡ଼ି

ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜ ଠୁ ବି ଆହୁରି ଅଧିକ ନିଜର କରିଛି। କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଏମିତି ଏକ ସମୟ ଦେଇ ଗତି କରୁଛନ୍ତି ଭଦ୍ରକ ଚାନ୍ଦବାଲି ଏନ୍ଏ ସି ଅନ୍ତର୍ଗତ ଶଗଡିଆ ଗାଁର ୯୪ ବର୍ଷୀୟା ବୃଦ୍ଧା ଭାମା ଜେନା। More

Sports: ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍‌ରେ କେଉଁମାନଙ୍କୁ ମିଳିବ ସୁଯୋଗ

୨୦୨୪ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ, ତାହାକୁ ନେଇ ଏବେ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି। ଟି-୨୦ ଆନ୍ତର୍ଜାତିକ ଛଡ଼ା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌)ର ଚଳିତ ସିଜନ୍ ମଧ୍ୟ ବିଶ୍ୱକପ୍ ପାଇଁ ଚୟନର ମାପକାଠି ହୋଇଥିବାରୁ ଦାବିଦାରଙ୍କ ସଂଖ୍ୟା ବଢ଼ୁଛି। More

ରାଲି ବେଳେ ପ୍ରଚାର ଗାଡ଼ିରୁ ଲେଉଟି ପଡ଼ିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ

ଅସହ୍ୟ ହେଲାଣି ତାତି। ମୁଣ୍ତ ଉପରେ ନିର୍ବାଚନ। ତେବେ ପ୍ରଚଣ୍ତ ଖରାରେ ନିର୍ବାଚନ ପ୍ରଚାର ନେତାଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। More

ଆସିଲା ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା; ଏରସମାରୁ ଲଢ଼ିବେ ସାରଦା ଜେନା

୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। More

ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ; ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ। More

ମାନିଲେନି ନିୟମ; ରାଜନୈତିକ ରାଲିରେ ସାମିଲ ହୋଇ ନିଲମ୍ୱିତ ହେଲେ କିରାଣୀ

କଟକ ଜିଲ୍ଲା ନରସିଂହପୁରରେ ମଧ୍ୟ ଜଣେ କଲେଜ ଅଧ୍ୟାପକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ବିଜେଡି ସଭାରେ ଚମ୍ପେଶ୍ବର ଚମ୍ପାନାଥ କଲେଜର ଅଧ୍ୟାପକ ମଧୁସୂଦନ ନାୟକ ଯୋଗ ଦେଇ ନିର୍ବାଚନ ଆଚରଣ ବିଧିଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । More

ଆକାଶରୁ ବର୍ଷୁଛି ନିଆଁ; ଆସନ୍ତା ଦୁଇଦିନ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ

ତାପମାତ୍ରା କିଛି ସ୍ଥାନରେ ୪୧ରୁ ୪୨ ଡିଗ୍ରୀ ମଧ୍ୟ ରହିପାରେ ବୋଲି ଆକଳନ କରାଯାଇଛି । ତେବେ ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । More

ତାତିରେ ତ୍ରାହି ତ୍ରାହି ଡାକୁଥିବା ପକ୍ଷୀଙ୍କ ପ୍ରାଣଦାତା କିନ୍ନର ଚିନ୍ମୟୀ ଦାସ

ଜଙ୍ଗଲରେ ମେଣ୍ଟାଉଛନ୍ତି ପଶୁପକ୍ଷୀଙ୍କ ଶୋଷ । More

୮୭ ନୂଆ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଛି କଂଗ୍ରେସ, ଆପ୍‌ ଜରିଆରେ ବାଛାଯାଇଛି ପ୍ରାର୍ଥୀ

‘ପ୍ରଗମନ’ ଆପ୍ ଜରିଆରେ ଦଳୀୟ ଟିକଟ୍ ବାଣ୍ଟିଛି କଂଗ୍ରେସ । କଂଗ୍ରେସକୁ କେତେ ସଫଳତା ଦେବ ‘ପ୍ରଗମନ’ ଆପ୍, ବଢ଼ିଲା ଚର୍ଚ୍ଚା । More

BJDକୁ କଣ୍ଟା ଜଗତସିଂହପୁର ସଂସଦୀୟ କ୍ଷେତ୍ର, କାହାକୁ ଧରି ପ୍ରଚାର କରିବେ ରାଜଶ୍ରୀ ?

ନିମାପଡାରେ ସମୀର ଦାଶଙ୍କ ଟିକେଟ କାଟ୍ ପରେ ସ୍ଥିତି ସଙ୍ଗୀନ । ବାଲିକୁଦା-ଏରସମା ଓ କାକଟପୁରରେ ବି ଅଙ୍କ ଅଛିଣ୍ଡା । More

BJDର ବାକି ୧୨ ଆସନରେ ଛିଡୁନି ଅଙ୍କ ? ବରୀ-ବେଗୁନିଆ-ଖୋର୍ଦ୍ଧାରେ ପ୍ରାର୍ଥୀ କିଏ ?

ଟିକେଟ୍ ଲବିରେ ବହୁ ହେଭିୱେଟ୍ । କାହାକୁ ମ୍ୟାନେଜ୍ କରି କାହାକୁ ଛାଡ଼ିବେ ? More

ଜୟପୁର ବିଧାନସଭା, ବିଜେପିରୁ ଲଢ଼ିବେ ଗୌତମ ସାମନ୍ତରାଏ

ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଗୌତମ । More