ସଂକ୍ଷେପରେ ଆଜିର ତାଜା ଖବର - Sunday, 14 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରୋଷେଇ ଘରେ ମହଙ୍ଗା ମାଡ଼, ଚିନ୍ତାରେ ଖାଉଟି; ଆକାଶଛୁଆଁ ଆଳୁ ଦର...

ଆଳୁ ଦର ଆକାଶଛୁଆଁ । ୧୫ ଦିନରେ ୧୦ ଟଙ୍କା ମହଙ୍ଗା । କିଲୋ ୩୦ ପାର୍। ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କିଲୋ ୨୫ ହେଲା, ଆଉ ଏବେ କିଲୋ ୩୦ ଟଙ୍କା। More

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା...ଆନନ୍ଦପୁରରୁ ଜୟଦେବ, ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ

ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି । More

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା ! ଏବେ ବି ଝୁଲି ରହିଛି ବହୁ ସିନିୟର ଲିଡରଙ୍କ ଭାଗ୍ୟ

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା । ଏକାଧିକ ସିଟ୍‌ରେ ଦଳର ବରିଷ୍ଠ ନେତା ଥିଲେ ବି ଏଯାଏଁ ସେମାନଙ୍କ ଟିକଟ୍ ଅଙ୍କ ଛିଡ଼େଇ ପାରୁନି ଦଳ । More

ରୋଚକ ସ୍ଥିତିରେ ବାଲେଶ୍ବର ଲଢ଼େଇ; ଦଶ ବର୍ଷ ପରେ ପୁଣି ପ୍ରତାପ-ଶ୍ରୀକାନ୍ତ ଟକ୍କର...

ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ।  More

ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି, ମନ୍ତ୍ରୀଙ୍କୁ ଗୁହାରି କରିବାରୁ ପିଟିଲେ !

ଲୋକେ ନିଜର ସମସ୍ୟା ଜଣେଇବା ବେଳେ ଜଣେ ଯୁବ ବିଜେଡି ନେତା ସେମାନଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଦୃଶ୍ୟ ଏବେ ଭାଇରାଲ ହେଉଛି । More

ଖାଉଟିଙ୍କୁ ପୁଣି କନ୍ଦାଇଲାଣି ଆଳୁ ଦର, କିଲୋ ପ୍ରତି ବଢ଼ିଲାଣି ୭ ଟଙ୍କା

କେବଳ ଭୁବନେଶ୍ୱର ନୁହେଁ କଟକରେ ବି କିଲୋ ପ୍ରତି ୭ ଟଙ୍କା ବଢିଯାଇଛି ଆଳୁଦର । More

ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହେଲା କାର୍‌; ବାପା-ଝିଅ ମୃତ, ୩ ଗୁରୁତର

୧୬ ନମ୍ବର ଜାତୀୟ ରାଜପଥରରେ ଏକ କାର ଡିଭାଇଡରକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ କାରରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। More

ରାଜଧାନୀରେ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର

ଆସନ୍ତା ୫ ଦିନ ଯାଏଁ ଖରାରୁ ନିସ୍ତାର ନାହିଁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ରାଜ୍ୟରେ ହିଟୱେଭ୍‌ କଣ୍ଡିସନ ରହିବ । More

ମା’ ମାଟିଆ ମଙ୍ଗଳାଙ୍କୁ ଦର୍ଶନ କରି କେନ୍ଦ୍ରାପଡ଼ାବାସୀଙ୍କ ମଙ୍ଗଳକାମନା କଲେ ବୈଜୟନ୍ତ

ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି। More

ଶ୍ରୀମନ୍ଦିରରେ ଆଉ ପଶିପାରିବେନି ଅଣହିନ୍ଦୁ; ସିଂହଦ୍ୱାରରେ ଜଗିବେ ୨ ପ୍ରତିହାରୀ ସେବକ

ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ଦ୍ୱାର ଫିଟା ସମୟରେ ଦୁଇଜଣ ଓ ସନ୍ଧ୍ୟାରେ ଆଳତୀ ସମୟରେ ୨ଜଣ ପ୍ରତିହାରୀ ସେବକ ମୁତୟନ ରହିବେ। More

Panchang Today 14th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୬ଷ୍ଠୀ ଦିବା ୧୧.୪୪ ଗତେ ୭ମୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ - ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୪ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୧.୩୫ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ More

ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାର; ୩ ପିଢ଼ି ସୁଝୁଛନ୍ତି ୧୦ ହଜାର ଟଙ୍କା ! 

ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗାଁରେ ଏବେବି ଚାଲିଛି ସାହୁକାରର ଜୁଲୁମ ଓ ଗୁଣ୍ଡାରାଜ। କିଏ ମରଣାନ୍ତକ ଆକ୍ରମଣର ଶିକାର ହେଉଛି, ତ କିଏ ତଳିତଳାନ୍ତ ହୋଇଗଲେଣି ସୁଧ ସୁଝି ସୁଝି । More

ଆସିଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ତାଲିକା

ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। More

ବଢୁଛି ବିଜେଡିର 'ବାଲେଶ୍ବର' ଅଡୁଆ; ଚରମ ସୀମାରେ ଗୋଷ୍ଠୀ କନ୍ଦଳ !

ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍‌ରେ ଟିକେଟ୍ ଘୋଷଣା କରିପାରୁନି।  More

କୈଳାସଙ୍କ ଅଭିଯୋଗ ପରେ ହଟଚମଟ; ଖଣି ମାଲିକ ନେଉଛନ୍ତି କି ବିଜେଡି ପ୍ରାର୍ଥୀ ନିଷ୍ପତ୍ତି ?

ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ? ଶାସକ ଦଳର ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଖଣି ଅଞ୍ଚଳ କୋରାପୁଟ ଜିଲ୍ଲାରେ ବିଜେଡି ଟିକେଟ କିଣି ନେଲେ କି କର୍ପୋରେଟ ସଂସ୍ଥା ? More

ଗୋଳିଆ କନ୍ଧମାଳ ରାଜନୀତି; ଅଚ୍ୟୁତଙ୍କୁ ଅଣ-ଆଦିବାସୀ କହି କୁଇ ସମାଜର ବିରୋଧ

କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତ ଅଣ ଆଦିବାସୀ କହି କୁଇ ସମାଜର ପ୍ରତିବାଦ। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା। କ୍ୟାମ୍ପେନ ଆରମ୍ଭ ହେବା ପୂର୍ବରୁ କନ୍ଧମାଳ ରାଜନୀତି ସରଗରମ। More