ସଂକ୍ଷେପରେ ଆଜିର ତାଜା ଖବର - Friday, 12 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୫ବର୍ଷ ବୟସରେ ଘୋଡ଼ାଚଢ଼ା ନିଶା; ଦୁଇ ଭଉଣୀ ସାଉଁଟିଲେଣି ଅନେକ ମେଡାଲ

କୁନି ପିଲା। ନାଁ ରିଧି ସାମନ୍ତରାୟ। ବୟସ ମାତ୍ର ୫ ବର୍ଷ। ୟୁକେଜିରେ ପଢୁଛି କୁନି ଝିଅ। ହସ ହସ ମୁହଁ। କଥା ଠିକ ସେ କହି ପାରୁନି। ତଥାପି ଏହି ବୟସରେ ଘୋଡାକୁ ଦୌଡାଇବା ସହ ତାକୁ ଆୟତ୍ତ କରିପାରିବାରେ ମାହିର ରିଧି। More

ରାଜଧାନୀରେ ଲୁଟେରାଙ୍କ ଆତଙ୍କ; ମାଲିକଙ୍କୁ ବାହାର ପଟୁ ତାଲା ଦେଇ କରୁଛନ୍ତି ଲୁଟ୍

ରାଜଧାନୀରେ ଥରହର କଲେଣି ଲୁଟେରା। ଆପାର୍ଟମେଣ୍ଟ ହେଉ ଅବା ଘର। କାହାକୁ ଯେଭଳି ଖାତିର ନାହିଁ। More

କାମ ଦେବ ତ BJD ର ନମ୍ବର ନାଇନ୍ ଥିଓରୀ..ଆଣିଦେବ କି ଶୁଭ ଫଳ ?

ଦଳ ଏବେ ଟିକେଟ ପାଇଁ ଯେତିକି ଅଙ୍କ କଷୁଛି ତାଠୁ ବେଶି ଗୁରୁତ୍ୱ ଦେଉଛି ୯ ସଂଖ୍ୟାକୁ। ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯। More

BJD କ୍ୟାମ୍ପରେ ନାହାନ୍ତି ଷ୍ଟାର ପ୍ରଚାରକ.. ହିରୋ-ହିରୋଇନ୍‌ଙ୍କ ଭରସାରେ ସୁପ୍ରିମୋ !

ପଦ୍ମ ପାଖୁଡ଼ାରେ ଓଡ଼ିଆ ତାରକା। ତାରକା ଶୂନ୍ୟ ଶଙ୍ଖ ଦଳ! ବିଜେଡିକୁ ବାଏ ବାଏ କଲେ ଅନ୍ୟତମ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ମହାପାତ୍ର। ପରେ ପରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ। ଆଉ ପଛକୁ ପଛ ଅନୁଭବ ମହାନ୍ତି। ମାତ୍ର ଦିନ କେଇଟା ଭିତରେ ଆଗପଛ ହୋଇ ଏକପ୍ରକାର ତାରକା ଶୂନ୍ୟ ହୋଇଗଲା ବିଜେଡି। More

ଚାହୁଁଥିଲେ ରେଢ଼ାଖୋଲ, ମିଳିଛି ସମ୍ବଲପୁର ଟିକେଟ୍; ଲଢିବାକୁ ଅନିଛୁକ କି ପ୍ରସନ୍ନ ?

ଆଗେ ଲୋକସଭା ପାଇଁ ଯାଜପୁରରୁ ନେତା ଆଣି ଥୋପିଲେ, ଆଉ ଏବେ ବିଧାନସଭା ପାଇଁ ଜଣେ ଅନିଚ୍ଛୁକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ବିଜେଡି । ସମ୍ବଲପୁର ସିଟ୍ ରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ କୁଆଡ଼େ ଖୁସିନଥିବା ଚର୍ଚ୍ଚା ହେଉଛି । More

ଟିକେଟ ବିକ୍ରି-କୋଟିଏ ଟଙ୍କାର ଅଫର୍, ଶଙ୍ଖଦଳର ପୋଲ ଖୋଲିଦେଲେ କୁଲେସିକା

ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା । ମୋତେ କୋଟିଏ ଟଙ୍କା ଦେଇ ମ୍ୟାନେଜ କରିବାକୁ ଚେଷ୍ଟା କଲା । ଟିକେଟ ନମିଳିବା ପରେ ବିଜେଡି ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା । More

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କର ଜୟଜୟକାର, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲେ କର୍ମୀ

କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ପ୍ରଥମେ ରାମନଗର ପହଞ୍ଚିବା ପରେ, ଦଳୀୟ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । More

ସମସ୍ତେ ଶୋଇଥିଲେ... ବାହାରୁ ପଡ଼ିଲା ତାଲା, ଚୋର ଲୁଟିନେଲା ସୁନାଗହଣା

ରାଜଧାନୀରେ ମାତିଛନ୍ତି ଚୋର । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି । ବାରମ୍ବାର ଚୋରି ହେଉଛି । କିନ୍ତୁ ନା ଚୋରକୁ ଧରି ପାରୁଛି କମିଶନରେଟ ପୋଲିସ ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି । More

ମା’ ତାରାତାରିଣୀଙ୍କ ପୀଠ ନା ଏ ଅଳିଆ ଗଦା ?

କେବଳ ଚୈତ୍ର ମାସରେ ଏହି ସ୍ଥାନକୁ ସଫା କରିଥାଏ ପ୍ରଶାସନ । ହେଲେ ଅନ୍ୟ ଦିନ ମାନଙ୍କରେ ପୀଠ ଅପରିଷ୍କାର ହୋଇ ପଡ଼ିରହିଥାଏ । More

ବିଜେଡି ଦେଲାନି ଟିକେଟ୍‌, କଂଗ୍ରେସରେ ସାମିଲ ହେଲେ ଅସିତ୍ ପଟ୍ଟନାୟକ

ନିଜ ସମର୍ଥକଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଅସିତ୍। More

ସଶକ୍ତ ହେଉଛି ବିଜେପି, ଶଙ୍ଖ ଛାଡ଼ି ପଦ୍ମ ଧରିଲେ କୈଳାଶ କୁଲେସିକା

ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ କୈଲାସ କୁଲେସିକା । ‘ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣାକୁ ନେଇ ମୁଁ ନିରାଶ। ପ୍ରତିଶ୍ରୁତି ଦେଇ ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି । More

ଆଜି ସରିବ ଚନ୍ଦନେଶ୍ୱରଙ୍କ ଚଡକ ମେଳା; ପାଟ ପର୍ବ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଚୈତ୍ର ମାସରେ ଏହି ପର୍ବ ହେଉଥିବାରୁ ଏହାକୁ ଚଡକ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । ଏହି ପର୍ବରେ ବାବାଙ୍କ ସାନିଧ୍ୟ ଲାଭ କରିବା ପାଇଁ କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ବରଂ ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । More

ଆଜିଠୁ ଫେରିବ ପ୍ରଚଣ୍ଡ ତାତି, ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଦିନ ତାପମାତ୍ରା

ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। More

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ଭୋଗରାଇ ବିଧାନସଭା ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କମଳା ଦାସ । More

ବଳି ପଡ଼ିଲା ବିଧାୟକ ପଦ, ଢାଲି-ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ

ଦଳ ବଦଳ ଅଭିଯୋଗରେ ହରାଇଲେ ସଭ୍ୟ ପଦ । ସୁକାନ୍ତ ଓ ଅଧିରାଜଙ୍କ ବିରୋଧରେ କେବେ ଆକ୍ସନ ? More

୧୩ ଦିନ ଧରି ଭକ୍ତ ରଖିଛନ୍ତି ବ୍ରତ, ଚଡ଼କ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଅର୍ଘ୍ୟ ଜଳ ପାଇ ଉପବାସ ଭାଙ୍ଗିବେ ହଜାର ହଜାର ଶ୍ରଦ୍ଧାଳୁ । ୧୩ ଦିନ ଧରି ରଖିଛନ୍ତି ବ୍ରତ, ଚଡ଼କ ମେଳାରେ ଲକ୍ଷlଧିକ ଭକ୍ତ । More

ସତ୍ୟବାଦୀ- ବ୍ରହ୍ମଗିରିରେ ବିବାଦ ତୁଟିନି, ପୁରୀରେ ତେଜିଲାଣି ଶୁଭାଶିଷ-ସୁନୀଲ କଳି

ବିଧାୟକ ପ୍ରାର୍ଥୀ ସୁନୀଲଙ୍କୁ ସପୋର୍ଟ କରୁନାହିଁ ଶୁଭାଶିଷଙ୍କ ଗୋଷ୍ଠୀ । ଉଭୟଙ୍କୁ ଶଙ୍ଖ ଭବନରେ ଟ୍ୟୁସନ, ଏକାଠି କାମ କରିବାକୁ ତାଗିଦ୍ । More

ମହାଜନୀ କାରବାରରେ ତଳିତଳାନ୍ତ ପଦ୍ମକେଶରୀପୁର; ବଢ଼ିଲାଣି କରଜଦାତାଙ୍କ ଆତଙ୍କରାଜ

ନିରୁପମା ଦାସ ଓ ତାଙ୍କ ଶ୍ୱଶୁର ସନାତନ ଦାସ। ବୁଧବାର ରାତିରେ ଅତର୍କିତ ଆକ୍ରମଣର ଶୀକାର ହୋଇଛନ୍ତି। ଉପରସାହିର ତାପସ ଦାସ, ବାବୁଲା ଦାସଙ୍କ ସହ ୫ରୁ ଅଧିକ ଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। More

ଧାମନଗରରେ ବିଗଫାଇଟ୍‌; ସୂରଜଙ୍କ କ୍ରେଜ୍‌ ଆଗରେ ଫିକା ପଡ଼ିଯିବ କି BJD ?

ଉପନିର୍ବାଚନର ବିଜେତା ପ୍ରାର୍ଥୀ ତଥା ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରିପିଟ୍ କରିଛି ବିଜେପି। ସିଟିଂ ଏମଏଲଏ ସାଙ୍ଗକୁ ଯୁବନେତା ଏବଂ ଜିଲ୍ଲାର ଟାଣୁଆ ସଂଗଠକ। ନିର୍ବାଚନ ମଣ୍ଡଳୀରୁ ବିଧାନସଭା ଯାଏଁ ସୂର୍ଯ୍ୟବଂଶୀଙ୍କ କ୍ରେଜ୍ କାହିଁରେ କଣ। More