ସଂକ୍ଷେପରେ ଆଜିର ତାଜା ଖବର - Saturday, 09 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀମନ୍ଦିର ପରିସରରେ ଲାଗିଲା ନିଆଁ

ଶ୍ରୀମନ୍ଦିର ପରିସର ବେଢ଼ାକାଳୀ ମନ୍ଦିରରେ ସର୍ଟସର୍କିଟ୍ ଯୋଗୁଁ ଲାଗିଲା ନିଆଁ। More

ଛିଣ୍ଡୁନି ମେଣ୍ଟ ଘାଣ୍ଟ; ବିଜେଡି ଚାହୁଁଛି, ବିଜେପି ରାଜି ହେଉନି ?

ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ। More

ପାଣି ପିଇ ପଞ୍ଚାୟତସାରା ରୋଗିଣା; କାହାର ମେରୁଦଣ୍ଡ ବଙ୍କା ତ କାହାକୁ ଗ୍ରାସିଛି ଅକାଳ ବାର୍ଦ୍ଧକ୍ୟ

ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ। More

ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ? ପ୍ରଶ୍ନ.. ରତ୍ନ ଠିକ୍‌ରେ ଅଛି ତ ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ। More

ହୁ ହୁ ବଢୁଛି ସୁନାଦର, ସପ୍ତାହକ ମଧ୍ୟରେ ବଢ଼ିଲାଣି ୩ ହଜାର ୧୫୦ ଟଙ୍କା

ଉପରମୁହାଁ ସୁନା ଦର। କେବଳ ମାର୍ଚ୍ଚରେ ମହଙ୍ଗା ହେଲାଣି ୩ ହଜାର ୧୫୦ ଟଙ୍କା। ଖାଣ୍ଟି ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟଙ୍କା ୮୫୦ ଛୁଇଁ ସାରିଥିଲା ବେଳେ ୨୨ କ୍ୟାରେଟ୍ ସୁନା ଦାମ ୬୧ ହଜାର ଟଙ୍କା ଆଡ଼କୁ ମୁହାଇଁଲାଣି। More

ମଧ୍ୟାହ୍ନ ଭୋଜନରେ ଝିଟିପିଟି; ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ ଜିଲ୍ଲା ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲର ପିଲା ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ସେଥିରେ ଝିଟିପିଟି ପଡିଥିବା ଦେଖିବାକୁ ମିଳିଥିଲା। More

‘ନବୀନଙ୍କର କେବଳ ଗୋଟିଏ ଭୟ, ପ୍ରଦୀପ ଭୟ’

ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଚୁ ଏକାକୀ ଲଢିବୁ। ବିଜେଡ଼ିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ । More

ମନମୋହନଙ୍କ ପରେ ତୋମାର ବି କହିଲେ ଦିଲ୍ଲୀରେ ମେଣ୍ଟ ନେଇ ଚର୍ଚ୍ଚା ହିଁ ହୋଇନି

ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। More

ଘରେ ବନାନ୍ତୁ ‘ମାଛ ମଞ୍ଜି କୋଫ୍ତା’

ଆପଣ ମାନେ ଆଗରୁ ମାଛର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ମାଛର ମଞ୍ଚିରେ ତିଆରି ରେସିପି ଖାଇଛନ୍ତି କି ? ଆଜି ଆମେ ଏହି ମାଛ ମଞ୍ଜିକୁ ନେଇ ଏକ ସ୍ବାଦିଷ୍ଟ ରେସିପି ତିଆରି କରିବୁ । ଏହି ରେସିପିର ନା ହେଉଛି ‘ମାଛ ମଞ୍ଜି କୋଫ୍ତା’ More

ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ କିଏ ଚାହୁଁଛି ମେଣ୍ଟ ହେଉ ?

ମେଣ୍ଟ ଚର୍ଚ୍ଚାକୁ ପୁଣି ଖଣ୍ଡନ କଲେ ରାଜ୍ୟ ବିଜେପି ସଭାପତି । More

ଲିଙ୍ଗରାଜ ମନ୍ଦିରରେ ବ୍ୟାରିକେଡ ଭାଙ୍ଗି ୧୦ରୁ ଅଧିକ ଗୁରୁତର

ଏମିତିକି ଆଶୁ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ଆହତ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। କିଛି ପୋଲିସ ମଧ୍ୟ ଦଳାଚକଟାରେ ଗୁରୁତର ଆହତ ହୋଇଥିଲେ। More

ବଡଦେଉଳରୁ ଖସିଲା ପଥର, ଦକ୍ଷିଣ ଘର ଉପର ଅଂଶର ମରାମତି କରିଥିଲା ASI

ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା। More

ଗଣତି ହେବ ରତ୍ନଭଣ୍ଡାରରେ ଗଚ୍ଛିତ ସୁନା ଅଳଙ୍କାର, ବସିବ ଉଚ୍ଚସ୍ତରୀୟ ବୈଠକ !

ଆଜି ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା କରିବ କମିଟି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଅଧ୍ୟକ୍ଷଙ୍କ ସହ ୧୨ ସଦସ୍ୟଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ । More

୨ ଦିନ ପରେ ପୁଣି ବଢିବ ତାତି

୨ ଦିନ ପରେ ପୁଣି ବଢିବ ତାତି। ୪ ରୁ ୬ ଡ଼ିଗ୍ରୀ ଯାଏଁ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। More

ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ

ନିର୍ଦ୍ଧାରିତ ସମୟର ୧୫ ମିନିଟ ବିଳମ୍ବରେ ଅର୍ଥାତ  ରାତି୧୦ଟା ୧୫ ମିନିଟରେ ମହାଦୀପ ଉଠିଛି। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ମହାଶିବରାତ୍ରିରେ ସବୁଆଡେ ଆଧ୍ୟାତ୍ମିକ ପରିବେଶ ।  More

କଣ୍ଟେଣ୍ଟ କ୍ରିୟେଟରଙ୍କୁ ମିଳିଲା ସ୍ୱୀକୃତି, ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ପ୍ରଥମଥର ପାଇଁ ୨୦ଟି ବର୍ଗରେ ୨୩ ଜଣଙ୍କୁ ସମ୍ମାନ । ଆକର୍ଷଣ ସାଜିଲା ମଜାଳିଆ ଅନ୍ଦାଜରେ ମୋଦିଙ୍କ ଭାବବିନିମୟ । More

ଗୋଳିଆ ରାଜନୀତିର ଦ୍ୱନ୍ଦ୍ୱରୁ ଫାଇଦା ନେବାକୁ ଟାର୍ଗେଟ

କଂଗ୍ରେସର ଟାର୍ଗେଟ ୩୦ ପ୍ରତିଶତ ଭୋଟ୍ । କଂଗ୍ରେସର ଆକଳନକୁ ବାଏଁ ବାଏଁ ଉଡ଼ାଇଲେ ବିଜେପି, ବିଜେଡି । More

ସିଟ୍ ଭାଗବଣ୍ଟା ଛିଣ୍ଡୁନଥିବାରୁ ଡେରି ହେଉଛି ମେଣ୍ଟ ଘୋଷଣା !

୨୦୦୦ ମସିହାର ଫର୍ମୁଲା ଦାବି କରୁଛି ବିଜେପି  । ବିଜେଡି କିନ୍ତୁ ଅଧିକ MLA ସିଟ୍ ଛାଡ଼ିବାକୁ ରାଜି ନୁହେଁ  । More

ହବନି ମେଣ୍ଟ...ସବୁ ସସପେନ୍ସରେ ବିରାମ ଲଗାଇଲେ ମନମୋହନ

ମେଣ୍ଟ ଆଲୋଚନା ହୋଇନି ବୋଲି କହିଲେ ମନମୋହନ । ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କହିଲେ ମନମୋହନ । More