ସଂକ୍ଷେପରେ ଆଜିର ତାଜା ଖବର - Wednesday, 21 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ୬୦ ହଜାରକୁ ବଢ଼ିବ ଦର୍ଶକ କ୍ଷମତା

ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍‌ ପାଇବ ବାରବାଟୀ ଷ୍ଟାଡିୟମ। More

ମାଟ୍ରିକ୍ ପରୀକ୍ଷା; ହଲ୍‌ରେ ଜଗୁଛି AI, ଜାଣନ୍ତୁ କେଉଁ ସବୁ ଦିଗ ଉପରେ ରଖୁଛି କଡ଼ା ନଜର

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ । More

ମହିଳା କଂଗ୍ରେସ କର୍ମୀଙ୍କ ମନରେ ଜୋଶ୍ ଭରିଲେ ଅଳକା ଲାମ୍ବା, ନବୀନ ସରକାରକୁ ବଦଳାଇବାକୁ ଦେଲେ ଆହ୍ୱାନ

୨୪ ନିର୍ବାଚନ ପୂର୍ବରୁ କର୍ମୀଙ୍କ ଭିତରେ ଜୋଶ୍ ଭରିଲେ, ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ବି ନିଶାନା କଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା। More

ମାଘରେ ନିଦାଘର ତାତି, ଫେବ୍ରୁଆରୀରୁ କଲବଲ କଲାଣି ଖରା; ସବୁ ଜିଲ୍ଲାରେ ପାରଦ ୩୦ ପାର୍

ପାଣିପାଗ ବିଶେଷଜ୍ଞଙ୍କ ମତ, ଫେବ୍ରୁଆରୀରେ ଏଭଳି ତାତି ରାଜ୍ୟରେ ନୂଆ ନୁହେଁ । ଏହାପୂର୍ବରୁ ୨୦୧୬ରେ ଭୁବନେଶ୍ୱରରେ ଫେବ୍ରୁଆରୀ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । More

‘ହିଞ୍ଜିଳିରୁ ଆରମ୍ଭ ହେବ ମିଶନ୍ ପରିବର୍ତ୍ତନ, ଭୁବନେଶ୍ୱରରେ ଶେଷ’: ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଦ୍ମ ଶିବିରରେ ସାମିଲ ହେଉ ହେଉ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଦୀପ। More

ମାଟିରେ ମିଶିବ ବାରବାଟୀ! ବିଶ୍ୱସ୍ତରୀୟ ଲୁକ୍‌ରେ ନିର୍ମାଣ ହେବ ଷ୍ଟାଡିୟମ..

ସଂପୂର୍ଣ୍ଣ ଭାବେ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ। ନୂଆ କରି ତିଆରି ହେବ ଷ୍ଟାଡିୟମ। ଭଙ୍ଗାଯିବା ନେଇ ଓସିଏ ସଂପାଦକ ସଂଜୟ ବେହେରାଙ୍କ ସୂଚନା। More

ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସି ସାମିଲ ହେଲେ ପ୍ରଦୀପ। More

ମାଘ ନ ସରୁଣୁ ରାଜ୍ୟରୁ ଶୀତ ଗାଏବ; ଟାଇଁ ଟାଇଁ ଖରାରେ ଜଳୁଛି ଓଡ଼ିଶା !

ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଜାରି ଥିବାରୁ ଉଭୟ ରାତି ଓ ଦିନର ତାପମାତ୍ରା ବଢୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ୨୨ରୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। More

ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ; ଦାଦନ ଛାଡି ଗାଁରେ ଫଳାଇଲେ ସୁନାର ଫସଲ

ଗଞ୍ଜାମ ଜିଲ୍ଳା ସୋରାଡ଼ା ବ୍ଲକ ଋଷିକୁଲ୍ୟା ନଦୀକୂଳେ ଅବସ୍ଥିତ ହାତୀଗଡା ଗାଁ। ନଦୀକୂଳେ ଥିବା ଚାଷଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି। ଟମାଟୋ, ବାଇଗଣ, ଫୁଲକୋବି, କଞ୍ଚାଲାଙ୍କା ଭଳି ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଛି। More

‘ବିଳମ୍ବରେ ପହଞ୍ଚିଲି ବୋଲି ମଞ୍ଚ ଉପରକୁ କେହି ଡାକିଲେନି’

ସାଂସଦ ବିଳମ୍ୱରେ ପହଞ୍ଚିବାରୁ ମଞ୍ଚ ଉପରକୁ ଆଉ କେହି ଡାକିନଥିଲେ। ଜିଲ୍ଲାପାଳ, ବିଧାୟକ ଓ ଅନ୍ୟମାନେ ମଞ୍ଚରେ ଥିଲେ। ସାଂସଦ କିଛି ସମୟ ସଭାମଞ୍ଚ ତଳେ ବସି ଶେଷରେ ଫେରିଆସିଥିଲେ। More

ଆର୍ଡମିଟ୍ କାର୍ଡରେ ତ୍ରୁଟି! ଫଟୋ ଜଣଙ୍କର, ଆଡମିଟ୍ କାର୍ଡ ଆଉ ଜଣଙ୍କର...ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରୀ

ପୂଜା ପ୍ରିୟଦର୍ଶିନୀ ଜେନା ବୋର୍ଡ ପରୀକ୍ଷା ଦେବା ପାଇଁ ନନ୍ଦରାଜା ବାଳିକା ଉଚ୍ଚ ବିଦ୍ୟାଳୟରେ ଫର୍ମ ଫିଲପ୍ କରିଥିଲେ। କିନ୍ତୁ, ତାଙ୍କୁ ଆଡମିଟ୍ କାର୍ଡ ଦିଆଯାଇନଥିଲା। ଗତକାଲି ସିଂହପୁର ପରୀକ୍ଷା କେନ୍ଦ୍ର ନିକଟରେ ତାଙ୍କୁ ଆଡମିଟ କାର୍ଡ ଦେଇଥିଲେ ପ୍ରଧାନଶିକ୍ଷକ। More

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି !

ଆସନ୍ତା ୨୮ ତାରିଖ ପାଖାପାଖି ମୋଦି ଓଡ଼ିଶା ଆସିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। More

ବରଗଡ଼ ଓ ବିଜେପୁରବାସୀଙ୍କୁ ଭଣ୍ଡେଇଦେଲେ କି ସରକାର ? ସବୁ ରହିଗଲା ଅଧୁରା...

ବରଗଡ଼ ବିଜେପୁରର ଇଏ ସେହି ବହୁ ପ୍ରତୀକ୍ଷିତ ୧୬ଶହ ୭୭ କୋଟି ୪୨ ଲକ୍ଷ ଟଙ୍କାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ । ୨୫ ହଜାର ୬୦୦ ହେକ୍ଟର ଜମିକୁ ଜଳସେଚନର ସ୍ୱପ୍ନ ଦେଖାଇ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More

ଡିଜିପି ନିଯୁକ୍ତି ନିୟମକୁ ଫୁ; ‘କାହିଁକି ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?’

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍ । ତା’ ସତ୍ତ୍ୱେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମକୁ ଓଡ଼ିଶା ସହ ୭ ରାଜ୍ୟ କରିଛନ୍ତି ଫୁ । କାହିଁକି ହେଉଛି ରାଜ୍ୟ ପୋଲିସ ମୁଖିଆ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ? More

ଆରମ୍ଭ ହେଲା ଟଙ୍କା ବଣ୍ଟା ! ଭୋଟ୍ ପାଇବାକୁ ଭଣ୍ଡାର ମେଲା କରିଛନ୍ତି ରାଜ୍ୟ ସରକାର 

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଅଭିଯୋଗ । ରାଜକୋଷ ଶୂନ ହୋଇଯିବ କହି ବିରୋଧୀଙ୍କ ନିଶାନା । More

ଆମଦାନୀ ନେତା ଓଭରଲୋଡ ଟେନସନରେ ବିଜେଡି

ଭୋଟ୍ ଆଗରୁ ବାଜିଲାଣି BJDରେ ବିଦ୍ରୋହର ବିଗୁଲ୍ । More

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା; AI ଧରିଲା ତ୍ରୁଟି, ହଲକୁ ଦେଢ଼ ଘଣ୍ଟା ଆଗରୁ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପିଲା

କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା । More