ସଂକ୍ଷେପରେ ଆଜିର ତାଜା ଖବର - Tuesday, 06 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲେଖିଦେଲେ କି ନୂଆ ବର୍ଣ୍ଣବୋଧ ? ଭାଷା ସମ୍ମିଳନୀ ବର୍ଣ୍ଣମାଳାରୁ ଲୁ ଓ କ୍ଷ ଗାଏବ୍

​​​​​​ଅକ୍ଷରଭୂମିରେ ବି ବର୍ଣ୍ଣର ବିକୃତ ରୂପ । ଭଦ୍ରକରେ ଓଡ଼ିଆ ବରପୁତ୍ରଙ୍କ ତ୍ରୁଟିପୂର୍ଣ୍ଣ ନାଁ ଲେଖା । More

ଦେବବ୍ରତଙ୍କୁ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’

ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟା ବିବେଚିତ ହୋଇଛନ୍ତି କଥାକାର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ। More

ଭାଲେଣ୍ଟାଇନ ୱିକରେ ଅନନ୍ୟ ପ୍ରେମ କାହାଣୀ... ଦିବ୍ୟାଙ୍ଗ ପ୍ରେମିକାଙ୍କୁ ଇଂଜିନିୟର କଲେ ଜୀବନ ସାଥୀ

ଇସାରା ଇସାରାରେ ପ୍ରେମ... ଠରାଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି । More

ମାଘରେ କୁଆଡ଼େ ଗଲା ଶୀତ...କଲବଲ କରୁଛି ବାଘ ପରି ଖରା

କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ । କିନ୍ତୁ ଚଳିତ ମାଘରେ ଶୀତ କଥା ଛାଡନ୍ତୁ, ଏବେଠାରୁ ଗରମ ଅନୁଭୂତ ହେଲାଣି । ହଠାତ୍ ଖରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । More

'ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାକୁ ଆସିଛି'

ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । More

ଆଗାମୀ ପିଢ଼ିଙ୍କ ପାଇଁ ଉପାଦେୟ ହେବ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’: ମନ୍ତ୍ରୀ

ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । More

ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଫିଲ୍ମର ସଂଘର୍ଷମୟ କାହାଣୀ; ଫଟୋ ଫ୍ରେମରେ ସ୍ଥାନିତ ହୋଇଛି ୮୮ ବର୍ଷର ଯାତ୍ରା

ଆକର୍ଷଣର ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଛି ‘ଓଡ଼ିଆ ସିନେମାର ଯେତେସବୁ ପ୍ରଥମ’ ଗ୍ୟାଲେରୀ । ପ୍ରଥମ ରଙ୍ଗୀନ ଫିଲ୍ମ- ଗପ ହେଲେ ବି ସତ, ପ୍ରଥମ ସିନେମା ସ୍କ୍ରୋପରେ ସୁଟିଂ ହୋଇଥିବା ଚଳଚ୍ଚିତ୍ର-ହିସାବ ନିକାସ, ପ୍ରଥମ ସମ୍ବଲପୁରୀ ସିନେମା-ଭୁଖା ଭଳି ଯାହା ଯାହା ପ୍ରଥମ, ଯେଉଁ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିଥିଲା ସେ ସବୁକୁ ଦେଖିଛନ୍ତି ଦର୍ଶକ । More

ପୁଣି ମହାପୁରୁଷଙ୍କୁ ଅପମାନ; ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଲେଖିଲେ ହରେକୃଷ୍ଣ ମହାନ୍ତି

ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି । ମହାନ୍ତିକୁ ଲିଭାଇ ମହତାବ କରାଯାଇଥିଲା । ସେହିପରି ଭଦ୍ରକ ବନ୍ତ ଛକ ରାସ୍ତାକଡ଼ ପାଚେରିରେ ସୌନ୍ଦର୍ଯ୍ୟକରଣ ପାଇଁ ମହାପୁରୁଷ ମାନଙ୍କ ଚିତ୍ର ସ୍ଥାନୀତ କରାଯାଇଛି । More

ସହଦେବଙ୍କୁ ମିଛରେ କିଡନୀ ରୋଗୀ ସଜାଇଦେଲା ସରକାର

ସୁସ୍ଥଙ୍କୁ ସଜାଇଲେ କିଡନୀ ରୋଗୀ, ବିଜୁ ସ୍ୱାସ୍ଥ୍ୟକାର୍ଡରେ ଫଟୋ ଲଗାଇଲେ। ଫଟୋକୁ ପଞ୍ଚାୟତ ବୁକଲେଟ ଛାପି ବାଣ୍ଟିଲେ। More

Panchang Today 6th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ପ୍ରାତଃ ୦୭.୩୪ ଗତେ ଧନୁ, ତିଥି- ୧୧ଶୀ ଦିବା ୦୪.୦୭ ଗତେ ୧୨ଶୀ, ଘାତଚନ୍ଦ୍ର- ପ୍ରାତଃ ୦୭.୩୪ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୭ ଗତେ ୨ପାଦ -କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ More

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି; ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ରେ ହେବେ ସାମିଲ

ବୀରମିତ୍ରପୁରରୁ ରାହୁଲ ଯାତ୍ରା ଆରମ୍ଭ କରି ରାଉରକେଲା ଉଦିତ ନଗର ଛକରେ ପହଞ୍ଚିବେ । ସେଠାରୁ ପଦଯାତ୍ରାରେ ପାନପୋଷ ଛକ ଯାଏଁ ଯିବେ । ପାନପୋଷରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଯିବେ ବୋଲି ସୂଚନା ମିଳିଛି । More

ବାର୍ ବାଉନ୍ସର ନିଯୁକ୍ତି ଉପରେ ଲଗାମ୍ ; ପୋଲିସର ବିନା ଅନୁମତିରେ ରଖିପାରିବେନି ମାଲିକ

ବାଉନସରଙ୍କ ନାଁରେ ଅପାରାଧିକ ମାମଲାର ଖୋଳତାଡ଼ କରିବ ପୋଲିସ । PSARA ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ । More

ଆଜିଠୁ ସରଗରମ ହେବ ବିଧାନସଭା; ଶୂନ୍ୟକାଳରେ ଉଠିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଆସିପାରେ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହରେ ଆଲୋଚନା ହେବ । More

ଡକ୍ଟର ବି.ଆର୍‌ ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି। More

ଦାଦନର ଭୟଙ୍କର କାହାଣୀ: ବାପକୁ ଛାଡିଲା, ଝିଅକୁ ରଖିଲା ସର୍ଦ୍ଦାର..ଏପଟେ ସରକାର କହୁଛି..

ଦୁଆର ମୁହଁରେ ସେହି ମେହନତି ମଣିଷଙ୍କ ଶବ ପଡ଼ିଛି, ତେଲ ଲୁଣର ସଂସାର ଆଜି ଉଜୁଡ଼ିଯିବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ। More

AIIMS ରେ ନୂଆ ମେସିନ୍-HELA; ଏଣିକି ସରଳ ହେବ କ୍ୟାନସର ଚିକିତ୍ସା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି। More

‘ଅଣଓଡ଼ିଆ ଶାସନକୁ କାଉଣ୍ଟର ଲାଗି ରାଜ୍ୟ ସରକାର ଦେଖାଉଛନ୍ତି ଭାଷାପ୍ରୀତି’

ସ୍କୁଲରେ ଓଡ଼ିଆ ପଢ଼ାଇବାକୁ କେଉଁଠି ଜଣେ ତ କେଉଁଠି ଶିକ୍ଷକ ଶୂନ । କିଛି ସ୍ଥାନରେ ବିନା ଓଡ଼ିଆ ଶିକ୍ଷକରେ ମାଟ୍ରିକ୍ ପରୀକ୍ଷା ଦେବେ ପିଲା । More

ପୁଣି ମହାବିଭ୍ରାଟ ! ଭୋଗମଣ୍ଡପରେ ରାତିତମାମ ପଡ଼ି ରହିଲା ଶହ ଶହ କୁଡୁଆ ମହାପ୍ରସାଦ

ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ । ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ । More