ସଂକ୍ଷେପରେ ଆଜିର ତାଜା ଖବର - Saturday, 03 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲୋକାର୍ପିତ ହେଲା IIM ସମ୍ବଲପୁର; ରାଜ୍ୟକୁ ୧୮ଟି ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ । More

ମାଟ୍ରିକ ପରୀକ୍ଷା; କପି ରୋକିବାକୁ କଡ଼ା ବ୍ୟବସ୍ଥା ! ଦେଢ଼ ଘଣ୍ଟା ପୂର୍ବରୁ ହଲକୁ ଏଣ୍ଟ୍ରି କରିବେ ପିଲା

ପାଖେଇ ଆସିଲାଣି ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ୍ କୁହାଯାଉଥିବା ମାଟ୍ରିକ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ପରୀକ୍ଷା । More

ଯାହାର କେହି ନାହିଁ, ତା’ ପାଖରେ ମୋଦି ଅଛି; ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗରିବଙ୍କ କଥା ଉଠାଇଛନ୍ତି । ସେ କହିଛନ୍ତି, ବିଜେପି ସରକାର, ଗରିବଙ୍କ କଲ୍ୟାଣକାରୀ ସରକାର । ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । More

ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି ବିଜେଡି, ସମସ୍ୟା ଯେମିତି କି ସେମିତି !

ପାନୀୟ ଜଳ, ଗମନାଗମନ, ଟ୍ରାଫିକ, ପ୍ରଦୁଷଣ ଭଳି ଦୈନନ୍ଦିନ ସମସ୍ୟା ସହ ନିଯୁକ୍ତି,ବିସ୍ଥାପନ, ଶ୍ରମିକଙ୍କ ଅସୁବିଧା, ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଏବଂ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଆଦି ପାରାଦୀପ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରସଙ୍ଗ। More

‘ଗରିବଙ୍କୁ ଲାଭ ମିଳିବା BJP ସରକାରର ପ୍ରାଥମିକତା, କେହି ବି କଚ୍ଚା ଘରେ ରହିବେନି’

ନିଜର ଅଭିଭାଷଣରେ ମୋଦି ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । More

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ; IIM ନୂଆ କ୍ୟାମ୍ପସ ସହ ୧୮ଟି ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ

ମୋଦି କହିଛନ୍ତି ଯେ, ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ । ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ । More

ପୁଣି ଥରେ ଓଡ଼ିଶାକୁ ଫେରିଲା ହକି ଫିଭର; ଆଜିଠୁ FIH ପ୍ରୋ ଲିଗ୍

ଆଜି ମହିଳା ବର୍ଗରେ ଚୀନକୁ ଭେଟିବ ଆୟୋଜକ ଭାରତ। More

ସମ୍ବଲପୁରରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି; ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍‌ଘାଟନ

ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନାଇବେ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । More

ବିଜେଡିରେ ବଢ଼ୁଛି କନ୍ଦଳ, କଂଗ୍ରେସ ଗୋଟାଉଛି ବଳ, ବିଜେପି ବଡ଼ କରୁଛି ଦଳ !

୨୦୧୪ରେ ବିଧାୟକ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜୟର ସାମ୍ନା କରିବା ପରେ କେ. ସୁରିୟା କଂଗ୍ରେସ ଦଳ ଛାଡ଼ି ଦେଇଥିବାରୁ ବିଜୟଙ୍କ ରାସ୍ତା ବି ପରିସ୍କାର। More

ଭଦ୍ରକ ବିଜେଡିରେ ବଢ଼ୁଛି ଦ୍ୱନ୍ଦ୍ୱ, କାହାକୁ ଦେବେ ଟିକଟ ! ବଳିଆନ୍‌ ହେଲାଣି ବିଜେପି

ଭଦ୍ରକ ଆସନରୁ ବିଜେଡି ଟିକେଟ ପାଇଁ ଏକାଧିକ ଆଶାୟୀ । ତା’ଭିତରୁ ସବା ଆଗରେ ଅସୀତ ପଟ୍ଟନାୟକ। More

ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ ପିହୁର ମା’, ବାଟରୁ ଉଠାଇ ନେଲା ପୋଲିସ

ରାଜ୍ୟ ସରକାରଙ୍କ ପାଖରୁ କୌଣସି ନ୍ୟାୟ ମିଳିଲା ନାହିଁ। ସେମାନେ ମୋ କଥା ଶୁଣିଲେ ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବିପତ୍ର ଦେବାକୁ ଆସୁଥିଲି। More

ଭୋଜିଖାଇ ଫେରୁଥିଲେ, କାନ୍ଥରେ ପିଟି ହେଲା କାର୍...ଆଖିବୁଜିଲେ ୪ସାଙ୍ଗ

ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । More

Panchang Today 3rd Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକରମାସ  ମାଘ କୃଷ୍ଣପକ୍ଷ । ଇଂରାଜୀ ୦୩ ତାରିଖ ଶନିବାର। ଚନ୍ଦ୍ର- ତୁଳା ରାତ୍ରି ୦୧.୦୨ ଗତେ ବିଛା, ତିଥି- ୮ମୀ ସନ୍ଧ୍ୟା ୦୫.୨୧ ଗତେ ୯ମୀ ଘାତଚନ୍ଦ୍ର- ନାସ୍ତି, ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ More

ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

୨୦୧୦, ଡିସେମ୍ବରରେ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ, ୨୦୧୨ ଏପ୍ରିଲ ୫ ତାରିଖରେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। More

ସମ୍ବଲପୁରରେ ମୋଦି-ନବୀନ ଭେଟଘାଟ !

ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। More

ଉଚ୍ଚଶିକ୍ଷାରେ ବି କାମଚଳା; କଲେଜକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା, ହେଲେ ନିଯୁକ୍ତ କଲେନି ଅଧ୍ୟାପକ

ଗେଷ୍ଟ ଫାକଲ୍ଟି ଓ ଅବସରପ୍ରାପ୍ତ ଅଧ୍ୟାପକଙ୍କ ପୁନଃ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ଅଧ୍ୟାପକ ସଂଘ । ଏହାଦ୍ୱାରା ପାଠପଢା ନିୟମିତ ଓ ଠିକରେ ହୋଇପାରିବ କି ବୋଲି ସଂଘ ପ୍ରଶ୍ନ କରିଛି । More

OSSCରେ ନିଯୁକ୍ତି ପାଇଁ କରିଥିଲେ କି ଆବେଦନ ? ଜାଣିନିଅନ୍ତୁ କେବେ ରହିଛି ପରୀକ୍ଷା ତାରିଖ

ପୂର୍ବତନ ଡିଜିପି ତଥା ଷ୍ଟାଫ୍‌ ସିଲେକ୍ସନ କମିଶନର ଚେୟାରମ୍ୟାନ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ପକ୍ଷରୁ ପ୍ରକାଶ ପାଇଥିବା ବିଭିନ୍ନ ପଦବୀ ପାଇଁ ସମସ୍ତ ପରୀକ୍ଷା ଚଳିତ ଫେବ୍ରୁଆରୀରେ କରାଯିବ । More

ବ୍ରହ୍ମପୁର ବିଜେଡି ଟିକଟ କାହାର.. ବିକ୍ରମ ନା ଚ୍ୟାଉ..? ଦ୍ୱନ୍ଦ୍ୱରେ ଦଳ !

ବ୍ରହ୍ମପୁରରେ ଦଳର କିଛି ପକେଟ୍ ଭୋଟ ଥିବାରୁ ଦଳ ଏଥର ବିଜେଡି-ବିଜେପି ଶାସନ ବିରୋଧୀ ହାୱାକୁ ଆଧାର କରି ଦୃଢ଼ ମୁକାବିଲା କରିବାକୁ ଆଶା ବାନ୍ଧିଛି।  More

ବଲଙ୍ଗିରର ସମସ୍ୟା କିଏ କରିବ ସମାଧାନ ? ବିଜେପି-ବିଜେଡି ନା ପୁଣି କଂଗ୍ରେସ ?

୨୦୧୮ରୁ ମେଡିକାଲ କଲେଜ ଅସ୍ଥାୟୀ ଭାବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ବେଳେ ଏଯାଏଁ ନୂଆ ବିଲ୍ଡିଂକୁ ସ୍ଥାନାନ୍ତରଣ ହୋଇପାରିନି। ଡାକ୍ତର ଅଭାବରୁ ଏହା କେବଳ ରେଫରାଲ ହସ୍ପିଟାଲର ଆଖ୍ୟା ଅର୍ଜନ କରିଛି। More

ଏଥର କାହା ପ୍ରତିଶ୍ରୁତିକୁ ବିଶ୍ୱାସ କରିବେ ବସ୍ତିବାସିନ୍ଦା ? ବାରମ୍ବାର ଧୋକା ଦେଇଛି ବିଜେଡି..!

ଟାଉନ ପ୍ଲାନିଂର ଅଭାବ ସହ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି। ସହରର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେଉଥିବା ରିଂ ରୋଡ୍ ଏବେ ଅଧପନ୍ତରିଆ ଭାବେ ପଡ଼ି ରହିଛି। More